ଆଜି ବହୁତ ବଦଳି ଯାଇଛନ୍ତି ଫିଲ୍ମ “କୁଛ କୁଛ ହୋତା ହେ” ର ଅଞ୍ଜଳି ସମେତ Bollywood ର ଏହି 4 ଜଣ Child Artist, 2 ନମ୍ବର Actress ତ ଲାଗନ୍ତି ସବୁଠୁ ଅଧିକ ସୁନ୍ଦର

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଵିଷୟ ସମ୍ବନ୍ଧରେ।ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ସମ୍ୱନ୍ଧୀୟ କିଛି ଖବର ସମ୍ପର୍କରେ।
ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ଭି ଫିଲ୍ମ ରେ ନାୟକ ନାୟିକା ଏବଂ ଖଳନାୟକ ର ଚରିତ୍ର ଯେତେ ଗୁରୁତ୍ୱପୂର୍ଣ୍ଣ ସେହିପରି ଫିଲ୍ମ ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।କାରଣ ସେମାନେ ଫିଲ୍ମ କୁ ଅଧିକ ମନୋହର ତଥା ଆଗ୍ରହଜନକ ବନାଇ ଦିଅନ୍ତି।ସେଥିପାଇଁ ତ ଆଜିକାଲି ବଡ଼ ପରଦା ରେ ଏହି ବାଲ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି।

କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଉଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ସମୟ ସହ ନିଜକୁ ମଧ୍ୟ ବଦଳାଇ ସାରିଛନ୍ତି ଏବଂ ବର୍ତ୍ତମାନ ଏହି ବାଲ୍ୟ କଳାକାର ବଡ଼ ହୋଇସାରିଛନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ।

୧.ବନ୍ଧୁଗଣ ଆପଣ ମାନେ ଫିଲ୍ମ ‘କୁଛ କୁଛ ହୋତା ହେ’ ରେ ତାରା ଗଣୁଥିବା ବାଲ୍ୟ ଅଭିନେତା ‘ଫରଯାନ ଦସ୍ତୁର’ ଙ୍କୁ ତ ଜାଣିଥିବେ। ଏହି ଅଭିନେତା ଜଣକ ବର୍ତ୍ତମାନ ୨୯ ବର୍ଷର ହୋଇସାରିଛନ୍ତି ଏବଂ ବହୁତ ହ୍ୟାଣ୍ଡସମ ଦେଖାଯାଉଛନ୍ତି। ବର୍ତ୍ତମାନ ମଧ୍ୟ ଏହି ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଛନ୍ତି ଏବଂ ଆସିଷ୍ଟାଣ୍ଟ ଡାଇରେକଟର ଭାବେ ଫିଲ୍ମ ‘ସ୍ତୁଡେଣ୍ଟ ଅଫ ଦ ଇଅର’ ରେ କାମ କରିଛନ୍ତି।ଏହା ସହିତ ସେ ନିଜର ଅଭିନୟ କ୍ଷେତ୍ର ମଧ୍ୟ ଜାରି ରଖିଛନ୍ତି। ତାଙ୍କୁ ‘ମୋହବତେ’, ‘ସିକନ୍ଦର’, ‘କେହତା ହେ ଦିଲ ବାର-ବାର’ ଭଳି ଫିଲ୍ମ ରେ ଦେଖିବାକୁ ମିଳିଥିଲା।

୨. ବନ୍ଧୁଗଣ ଆପଣ ମାନେ ଫିଲ୍ମ ‘ବିବାହ’ ତ ନିଶ୍ଚିତ ଭାବରେ ଦେଖିଥିବେ।ସହି ଫିଲ୍ମ ରେ ପୁନମ ର ସାନ ଭଉଣୀ ରଜନୀ ନାମକ ଚରିତ୍ରରେ ଅଭିନୟ କରିଥିବା ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ‘ଅମୃତା ପ୍ରକାଶ’। ଏହି ଅଭିନେତ୍ରୀ ଙ୍କ ଚୁଲବୁଲି ଅଭିନୟ ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ମାତ୍ରା ରେ ପସନ୍ଦ କରିଥିଲେ। ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ବହୁତ ସୁନ୍ଦର ଏବଂ ଵୋଲଡ଼ ଦେଖା ଯାଉଛନ୍ତି। ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଅଭିନୟ କ୍ୟାରିଆର କୁ ଜାରି ରଖିଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଟିଭି ସିରିଆଲ ‘ଶକ୍ତି ଅସ୍ତିତ୍ୱ କି ଏହାସାସ’ ରେ ଯସଲିନ ନାମକ ଚରିତ୍ର ରେ ଅଭିନୟ କରିଥିବାର ଦେଖିବାକୁ ମିଳୁଛି।

୩. ବନ୍ଧୁଗଣ ଫିଲ୍ମ ‘ତାରେ ଜମିନ ପର’ ରୁ ପ୍ରସିଦ୍ଧି ଲାଭ କରିଥିବା ବାଲ୍ୟ କଳାକାର ‘ଦର୍ଶିଲ ସଫାରି’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଫିଲ୍ମ ରେ ସେ ମୁଖ୍ୟ ଚରିତ୍ର ରୂପେ ଅଭିନୟ କରିଥିଲେ ଏବଂ ଯେଉଁଥିରେ ସେ ଏକ ଏଭଳି ଛୁଆର ଅଭିନୟ କରିଥିଲେ ଯିଏ ମାନସିକ ରୋଗରେ ପୀଡ଼ିତ ଅଛି ଏବଂ ତାର ମନ ପାଠପଢା ରେ ଲାଗୁ ନାହିଁ। କିନ୍ତୁ ସେ ଜଣେ ଭଲ ଚିତ୍ରକାର ଅଟେ। ଦର୍ଶିଲ ଙ୍କ

ଏହି ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ଏବଂ ସେ ମାତ୍ର ୭ ବର୍ଷ ବୟସରେ ଅଭିନୟ କରିଥିଲେ। ବର୍ତ୍ତମାନ ସମୟରେ ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ହାଣ୍ଡସମ ଦେଖା ଯାଉଛନ୍ତି। ବର୍ତ୍ତମାନ ସେ ଅଭିନୟ କ୍ଷେତ୍ର ରୁ ଦୂରରେ ଅଛନ୍ତି ଏବଂ ନିଜ ପାଠପଢ଼ା ପ୍ରତି ଧ୍ୟାନ ଦେବାରେ ଲାଗିଛନ୍ତି। ଶୁଣିବାକୁ ମିଳୁଛି ଯେ ବହୁତ ଶୀଘ୍ର ଏହି ଅଭିନେତା ଜଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳିବ।

୪. ବନ୍ଧୁଗଣ ଫିଲ୍ମ ‘କୁଛ କୁଛ ହୋତା ହେ’ ର ଛୋଟ ଅଞ୍ଜଳି କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ।ଏହି ଚରିତ୍ରରେ ଅଭିନୟ କରିଥିବା ବାଲ୍ୟ ଅଭିନେତ୍ରୀ ଜଣକ ହେଉଛନ୍ତି ‘ସନା ସୈଦ’। ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ।ଆଗରୁ କ୍ୟୁଟ ଏବଂ ଚୁଲବୁଲି ଦେଖା ଯାଉଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବହୁତ ସୁନ୍ଦର ଏବଂ ଵୋଲଡ଼ ଦେଖା ଯାଉଛନ୍ତି। ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଅଭିନୟ କ୍ୟାରିଆର କୁ ଜାରି ରଖିଛନ୍ତି ଏବଂ ‘ସ୍ତୁଡେଣ୍ଟ ଅଫ ଦ ୟର’, ‘ମୁନ୍ନା ମାଇକେଲ’ ଏବଂ ‘ପଗଲୁ’ ଭଳି ଫିଲ୍ମ ରେ ଏହି ଅଭିନେତ୍ରୀ ଜଣଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ସବୁଠୁ ଅଧିକ କିଏ ଭଲ ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *