ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ ଲାଗିପାରେ ଦେଶଦ୍ରୋହ ମାମଲା, ମିଳିପାରେ ଫାଶୀ ଦଣ୍ଡ !

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ତିନି ଜଣ ଅଭିଯୁକ୍ତଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ , ଦେଶଦ୍ରୋହ ଅପରାଧରେ ଦୋଷୀ ହେଲେ ମୃତ୍ୟୁଦଣ୍ଡ ! ଏମାନଙ୍କର ଭୁଲ ପାଇଁ ଯାଇଛି 293 ଲୋକଙ୍କର ଜୀବନ । ସୂଚନା ଅନୁଯାୟୀ ବାହାନଗା  ଟ୍ରେନ ଦୁର୍ଘଟଣା ପାଇଁ ଲାଗିପାରେ ଦେଶଦ୍ରୋହ ମାମଲା ଏବଂ ଏହା ଯଦି ଲାଗେ ତେବେ ମିଳିପାରେ ଫାଶୀ ଦଣ୍ଡ । କାରଣ ଦେଶଦ୍ରୋହ ମାମଲାରେ ଅପରାଧୀଙ୍କୁ କ୍ଷମା ମିଳିନଥାଏ ।

ବାହାନଗା ଦୁର୍ଘଟଣା ସାମାନ୍ୟ ଦୁର୍ଘଟଣାରେ ପରିଗଣତ ହୁଏ ନାହିଁ । ଏଥିରେ ମଣିଷ ଜୀବନ ସହ ଖେଳ ଖେଳାଯାଇଛି କର୍ତ୍ତବ୍ୟ ହୀନତା ଯୋଗୁଁ ଆଜି ଅକାଳରେ କେତେକଙ୍କ ଜୀବନ ବାୟୁରେ ମିଶିଯାଇଛି । ଯଦି ସେହିଦିନ ସବୁକିଛି ଠିକ ଥାନ୍ତା ତେବେ ଆଜି କେତେକ ପରିବାର ନିଜ ଲୋକଙ୍କ ସହ ଖୁସିରେ ରହିଥାନ୍ତେ । ମାତ୍ର ଏହି ତିନିଜଣଙ୍କ ଭୁଲ ଯୋଗୁଁ ଏବଂ କାର୍ଯ୍ୟ ପ୍ରତି ଅବହେଳା ହେତୁ ସେହିଦିନ ଘଟିଯାଇଥିଲା ଅଘଟଣ ଏବଂ ଦେଖୁ ଦେଖୁ ଚାଲିଗଲା ଜୀବନ ।

ତେବେ ଏହି ଦୁର୍ଘଟଣା ପରେ ସିବିଆଇ ତନ ତନ କରି ଜାର୍ଜ କରିବା ଆରମ୍ଭ କରିଥିଲା ଏବଂ ଦୁର୍ଘଟଣା ପଛରେ ଥିବେ ଅନେକ ଗୁପ୍ତ ରହସ୍ୟ ବାବଦ ରେ ଜାଣିଛି କିନ୍ତୁ ତାହାକୁ ଏବେ ଲୋକଲୋଚନାକୁ ଆଣିବାକୁ ପସନ୍ଦ କରୁନି । ତିନି ଅଭିଯୁକ୍ତ ସିନିୟର ଇଞ୍ଜିନିୟର ଅରୁଣ ମହାନ୍ତି ଓ ସିଗନାଲ ଇଞ୍ଜିନିଅର ଅମିର ଖାନ ଓ ଟେକନିସିୟନ ପପୁଙ୍କୁ ନିଜ ରିମାଣ୍ଡ ରେ ଗତ ପାଞ୍ଚ ଦିନ  ହେଲାନି ରଖିଛି ।

ଏହି ପାଞ୍ଚ ଦିନ ତିନି ଅଭିଯୁକ୍ତଙ୍କ ଇତିହାସକୁ ପୁନର୍ବାର ଖୋଲିଛନ୍ତି ସିବିଆଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଖାତାର ପରିବେକ୍ଷଣ କରିଛନ୍ତି । ତେବେ ଅଦାଲତକୁ ନେଇକି ଯିବା ପୂର୍ବରୁ ତିନି ଅଭିଯୁକ୍ତିଙ୍କ ଶାରୀରିକ ଚିକିତ୍ସା କରାଯାଇଛି । ଏହା ବ୍ୟତୀତ ସିବିଆଇ ଟ୍ରେନ ଦୁର୍ଘଟଣା ଦିନ ହାଜିର ଥିବା ପ୍ରତ୍ୟେକ କର୍ମଚାରୀମାନଙ୍କୁ ନିଜ ଜେରା ରଖି  ପଚରାଉଚରା ଜାରିରଖିଛି ।

ତିନି ଅଭିଯୁକ୍ତିଙ୍କ ଉପରେ 305 ,ଓ 201 ଧାରା ଲାଗୁକରାଯାଇଛି ଏବଂ ଜେରା ପରେ ଅନ୍ୟ ଧାରା ମଧ୍ୟ ଲାଗିପାରେ । ତେବେ ଯଦି ଦେଶଦ୍ରୋହ ମାମଲା ଲାଗେ ତେବେ ତିନି ଅଭିଯୁକ୍ତଙ୍କୁ ଫାଶୀ ଲାଗିପାରେ ବୋଲି ସୂଚନା ମିଳିଛି । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *