ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।
ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ଆସନ୍ତା ଜୁଲାଇ ମାସ ଠାରୁ ଲକଡାଉନ କଟକଣା କୁ କୋହଳ କରାଯିବା ବିଷୟ ରେ ଚିନ୍ତା କରାଯାଉଛି । ତେବେ ଜୁଲାଇ ମାସ ରେ ଲକଡାଉନ ଉଠିବ କି ନାହିଁ ସେ ବିଷୟରେ ବର୍ତ୍ତମାନ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଏକ ଖବର ଆସି ପହଁଚିଛି ଯେ ଆଂଶିକ ଲକଡାଉନ କୁ ଆସନ୍ତା ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ।
ଆସନ୍ତା କାଳି ଠାରୁ ଓଡିଶା ରେ ଲକଡାଉନ ର ଅବଧି ଶେଷ ହେବାକୁ ଯାଉଛି । ତେଣୁ ଆଜି ରାଜ୍ୟ ର ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ ଜରିଆରେ ରାଜ୍ୟ ବାସୀ ଙ୍କୁ ଜୁଲାଇ ମାସ ଗାଇଡ଼ ଲାଇନ ସମ୍ପର୍କ ରେ କହିଛନ୍ତି । ରାଜ୍ୟ ରେ ଆଂଶିକ ଲକଡାଉନ କଟକଣା କୁ ଆସନ୍ତା ଜୁଲାଇ ମାସ ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଓଡିଶା ର ସମସ୍ତ ଜିଲ୍ଲା କୁ ଦୁଇ ଭାଗ ରେ ବିଭକ୍ତ କରାଯାଇଛି ।
୧୦ ଟି ଜିଲ୍ଲା କୁ ବି କ୍ୟାଟେଗୋରୀ ଓ ୨୦ ଟି ଜିଲ୍ଲା କୁ ଏ କ୍ୟାଟେଗୋରୀ ରେ ରଖାଯାଇଛି । ଯେଉଁ ଜିଲ୍ଲା ଗୁଡିକ ରେ ସଂକ୍ରମଣ ର ମାତ୍ରା ଅଧିକ ରହିଛି ସେହି ଜିଲ୍ଲା ଗୁଡିକୁ ବି କ୍ୟାଟେଗୋରୀ ରେ ରଖାଯାଇଛି । ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତି କୁ ଦେଖି ଧୀରେ ଧୀରେ ଅନଲକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଦୈନିକ ସଂକ୍ରମଣ ହାର କୁ ଆଖି ଆଗରେ ରଖି କେଉଁ ସବୁ ଜିଲ୍ଲା ରେ କଣ ଖୋଲିବା ର ଆବଶ୍ୟକତା ରହିଛି ସେହି ଅନୁସାରେ ଅନଲକ ପ୍ରକ୍ରିୟା ଆରମ୍ଭ କରୁଛନ୍ତି । କ୍ୟାଟେଗୋରୀ ଏ ଜିଲ୍ଲା ରେ ବର୍ତ୍ତମାନ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର କୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି । କେବଳ ବାର,ସ୍ପା,ଜିମ ଆଦି ଖୋଲାଯିବ ନାହିଁ । ଏହା ସହିତ ବସ ଗୁଡିକ ମଧ୍ୟ ଚଳାଚଳ କରିପାରିବ । ଏହା ସହିତ ଛୋଟ ଛୋଟ ସେଲୁନ ଗୁଡିକୁ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।
ଏହି ଜିଲ୍ଲା ଗୁଡିକ ରେ ସାପ୍ତାହିକ ସଟ ଡାଉନ ଆଉ ରହିବ ନାହିଁ । ପ୍ରତିଦିନ ସନ୍ଧ୍ୟା ୬ ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରୀ ରହିବ । ବି କ୍ୟାଟେଗୋରୀ ରେ ଥିବା ଜିଲ୍ଲା ଗୁଡିକ ରେ ସକାଳ ୬ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି । କେବଳ ମଲ,ସ୍ପା, ବିୟୁଟି ପାର୍ଲର ଇତ୍ୟାଦି ଖୋଲିବ ନାହିଁ । ଏହା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ରାଜ୍ୟ ବାସୀ ଙ୍କୁ ଉଦବୋଧନ ଦେଇ କହିଛନ୍ତି ବର୍ତ୍ତମାନ ବିପଦ ଟଳି ନାହିଁ । ତେଣୁ ଆପଣ ମାନେ ଏହି ସମୟ ରେ ସତର୍କତା ଅବଲମ୍ବନ କରନ୍ତୁ ।
ତେବେ ବନ୍ଧୁଗଣ ଏଥିରେ ଆପଣ ମାନଙ୍କ ମତାମତ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ