ଆସିଲା ସବୁଠୁ ବଡ ଦୁଃଖ ଖବର, ଏବେ ଏବେ ଏହି ଫେମସ ଅଭିନେତ୍ରୀଙ୍କର ହେଲା ପରଲୋକ

ନମସ୍କାର ବନ୍ଧୁଗଣ ଜଣାଶୁଣା ସିନେମା ଏଵଂ ଥିଏଟର ଅଭିନେତ୍ରୀ ସ୍ୱାତି ଲେଖା ସେନ ଗୁପ୍ତ ଙ୍କ କୋଲକତା ରେ ଦେହାନ୍ତ ହୋଇଛି । ସ୍ୱାତିଲେଖା ଅନେକ ଦିନରୁ ଅସୁସ୍ଥ ଥିଲେ । କିଡନୀ ସମ୍ବନ୍ଧୟ ସମସ୍ୟା ହେତୁ ସେ ସହରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଏବଂ ଆଜି ୭୧ ବର୍ଷ ବୟସରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଏହି ଖବର ଶୁଣି ପୁରା ସିନେମା ଜଗତରେ ଶୋକ ର ଛାୟା ଖେଳି ଯାଇଛି । ଅନେକ ଫିଲ୍ମ,ଟେଲିଭିଜନ,ଏବଂ ଥିଏଟର ବ୍ୟକ୍ତିତ୍ବ ଦିଗଜ ଅଭିନେତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହା ଏକ ବଡ଼ କ୍ଷତି ବୋଲି କହିଛନ୍ତି । ବଙ୍ଗୀୟ ଥିଏଟର ପ୍ରତି ସ୍ୱାତି ଲେଖା ଏବଂ ତାଙ୍କ ସ୍ୱାମୀ ରୁଦ୍ରପ୍ରସାଦ ସେନ ଗୁପ୍ତା ଙ୍କ ଅବଦାନ ଅତୁଳନୀୟ । ରୁଦ୍ରପ୍ରସାଦ ଏବଂ ସ୍ୱାତି ଲେଖା ଙ୍କ ର ଏକ ଝିଅ ଅଛି ତାଙ୍କ ନାମ ହେଉଛି ଶୋହିନୀ ।

ଶୋହିନୀ ମଧ୍ୟ ଜଣେ ଲୋକପ୍ରିୟ କଳାକାର ଏବଂ ତାଙ୍କର ଦୃଢ଼ ଅଭିନୟ ପାଇଁ ସେ ଜଣାଶୁଣା । ଶୋହିନୀ କହିଛନ୍ତି-ମୋ ମାଆ ଜଣେ ମହାନ ମଣିଷ ଏବଂ ଜଣେ ମହାନ କଳାକାର ଥିଲେ । ତାଙ୍କର କାର୍ଯ୍ୟ ସର୍ଵଦା ସ୍ମରଣୀୟ ହୋଇ ରହିବ । ସେଜଣେ ସ୍ୱର୍ଣ୍ଣ ପଦକ ବିଜେତାଥିଲେ ଏବଂ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସ୍ୱାତିଲେଖା ୧୯୭୦ ରେ ଏକ ଥିଏଟର ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ।

ଏସି ବାନାର୍ଜୀ ଙ୍କ ନିର୍ଦେଶନା ରେ ପ୍ରଡକ୍ସନ୍ସ ରେ ସ୍ୱାତି ଲେଖା ଦମଦାର ଅଭିନୟ ପ୍ରଦର୍ଶନ କରିଥିଲେ ଏବଂ ମନୋରଞ୍ଜନ ଜଗତ ପ୍ରତି ତାଙ୍କର ପ୍ରବୃତ୍ତି ଆରମ୍ଭ ହୋଇଥିଲା । ସେ ସତ୍ୟଜିତ ରାୟ ଙ୍କ ‘ଘରେ ବଏର’ ନନ୍ଦିତା ରାୟ- ଶିବୋ ପ୍ରସାଦ ମୁଖାର୍ଜୀ ଙ୍କ ନିର୍ଦେଶିତ ‘ ଧର୍ମ ଯୁଦ୍ଧ’ ,ଭଳି ସିନେମା ରେ ଅଭିନୟ କରିଥିଲେ ।

ଅଭିନେତ୍ରୀ ଭାବରେ ଭାରତୀୟ ଥିଏଟର ରେ ଅବଦାନ ପାଇଁ ସ୍ୱାତିଲେଖା ଙ୍କୁ ପଶ୍ଚିମବଙ୍ଗ ନାଟ୍ୟ ଏକାଡେମୀ ପୁରସ୍କାର ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୨୦୧୧ରେ ପ୍ରଦାନ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *