କେହି ବି ଜାଣି ନାହାଁନ୍ତି ବଚ୍ଚନ ପରିବାରର ଏହି 4 ଟି କଟୁ ସତ୍ୟ, ଯାହାକୁ ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଫେମସ ପରିବାର ତଥା ବଚନ ପରିବାର ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ପରିବାର ହେଉଛି ବଲିଉଡର ଦିଗଜ ଅଭିନେତା ଅମିତାବ ବଚନଙ୍କ ପରିବାର । ହେଲେ ବନ୍ଧୁଗଣ ଏହି ପରିବାରର କିଛି କଳା ରହସ୍ୟ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ବଚନ ପରିବାରର କିଛି କଳା ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ବଚନ ପରିବାରର ପ୍ରଥମ ରହସ୍ୟ ହେଉଛି ଜୟା ବଚନ ଓ ଅମିତାବ ବଚନଙ୍କ ଝିଅ ଶ୍ଵେତା ବଚନ ଡିଭୋର୍ସ ନେଇ ସାରିଛନ୍ତି । କେବଳ ୨୧ ବର୍ଷ ବୟସରେ ଶ୍ଵେତା ନିଖିଲ ନନ୍ଦାଙ୍କ ସହ ବିବାହ କରିଥିଲେ । ଆଜି ସେମାନଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି, ଝିଅର ନାମ ହେଉଛି ନଭ୍ୟା ନନ୍ଦା ଓ ପୁଅ ନାମ ହେଉଛି ଅଗସ୍ତ୍ୟା ନନ୍ଦା । ଶ୍ଵେତା ନିଜ ପରିବାର ସହ ରାଜଧାନୀ ଦିଲ୍ଲୀରେ ରହୁଥିଲେ । ହେଲେ ବର୍ତ୍ତମାନ ସେ ଡିଭୋର୍ସ ନେଇ ନିଜ ପରିବାରରେ ତଥା ମୁମ୍ବାଇରେ ରହୁଛନ୍ତି

୨. ବନ୍ଧୁଗଣ ଦ୍ଵିତୀୟ ରହସ୍ୟ ହେଉଛି ଶ୍ଵେତା ବଚନ ନିଜ ମା ଜୟା ବଚନଙ୍କୁ ଘୃଣା କରନ୍ତି । ଏହି ଦୁଇଜଣ ମିଡିଆ ସାମ୍ନାରେ ବହୁତ ଖୁସି ନଜର ଆସନ୍ତି । ପରିବାରର ଇମେଜକୁ ବଞ୍ଚାଇବା ପାଇଁ ଏମାନେ ସବୁବେଳେ ମିଡିଆ ସାମ୍ନାରେ ଖୁସି ନଜର ଆସିଥାନ୍ତି ।


ହେଲେ ବନ୍ଧୁଗଣ ସତ କଥା ହେଉଛି ଶ୍ଵେତା ନିଜ ମା ଜୟା ବଚନଙ୍କୁ ଘୃଣା କରନ୍ତି । ଏହାର ଅସଲ କାରଣ ହେଉଛି ଶ୍ଵେତା ଯେତେବେଳେ ମାତ୍ର ୨୧ ବର୍ଷର ଥିଲେ ସେତେବେଳେ ତାଙ୍କ ମା ଜୟା ବଚନ ତାଙ୍କୁ ବାଧ୍ୟ କରିଥିଲେ ବିବାହ କରିବା ପାଇଁ ।

୩. ଶ୍ଵେତା ଓ ବଚନ ପରିବାରର ବୋହୁ ଐଶ୍ଵର୍ଯ୍ୟ ରାୟ ବଚନଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ । ଏହି ଦୁଇଜଣ ପରସ୍ପର ସହ ଅଧିକ କଥା ବାର୍ତ୍ତା କରନ୍ତି ନାହିଁ । ଏହାର କାରଣ ହେଉଛି ଶ୍ଵେତା ଅଭିନେତ୍ରୀ କରିସ୍ମା କପୁରଙ୍କର ଭଲ ସାଙ୍ଗ ଅଟନ୍ତି । ଅନ୍ୟ ଦ୍ରୁଷ୍ଟିରୁ ଦେଖିବାକୁ ଗଲେ ଗୋଟେ ସମୟରେ ଅଭିଷେକ ବଚନ ଓ କରିସ୍ମା କପୁର ଲଭ ରିଲେସନରେ ଥିଲେ । ଏମିତିକି ଏହି ଦୁଇଜଣଙ୍କର ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା । ହେଲେ ଜୟା ବଚନ ଏହି ବିବାହକୁ ଭାଙ୍ଗି ଦେଇଥିଲେ ।


୪. ବନ୍ଧୁଗଣ ଆମର ଶେଷ ରହସ୍ୟ ହେଉଛି ଜୟା ବଚନ ଓ ଐଶ୍ଵର୍ଯ୍ୟ ରାୟ ବଚନ ମଧ୍ୟ ପରସ୍ପରକୁ ପସନ୍ଦ କରନ୍ତି ନାହିଁ । ଏମାନେ ମିଡିଆ ସାମ୍ନାରେ ହସ ଖୁସିରେ ନଜର ଆସୁଥିଲେ ମଧ୍ୟ ଅସଲି ଜୀବନରେ ଏମାନେ ପରସ୍ପରକୁ ପସନ୍ଦ କରନ୍ତି ନାହିଁ । କାରଣ ଜୟା ବଚନ ବହୁତ ଷ୍ଟ୍ରିକ୍ଟ ଅଟନ୍ତି ସେ ଛୋଟ ଛୋଟ କଥା ପାଇଁ ବହୁତ ଅଧିକ ରାଗି ଯାଇଥାନ୍ତି । ସେ ଛୋଟ ଛୋଟ କଥା ପାଇଁ ମଧ୍ୟ ଐଶ୍ଵର୍ଯ୍ୟଙ୍କ ଉପରେ ରାଗି ଯାଇଥାନ୍ତି । ସେଥିପାଇଁ ଏହି ଦୁଇଜଣ ପରସ୍ପରକୁ ପସନ୍ଦ କରନ୍ତି ନାହିଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *