ସର୍ଜରୀ ପଡିଗଲା ଭାରି, 12 ବର୍ଷରେ କେତେ ବଦଳି ଯାଇଛନ୍ତି Salman Khan ଙ୍କ ହିରୋଇନ Ayesha Takia

ବନ୍ଧୁଗଣ ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସର୍ଜରୀ କରିଥାନ୍ତି । ଖାସ କରିକି ଏହି ଗ୍ଲାମର ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନେ ନିଜର ସୌନ୍ଦର୍ଯ୍ୟ କୁ ଅଧିକ ବଢ଼ାଇବା ପାଇଁ ନିଜର ଅନେକ ସର୍ଜରୀ କରି ଥାଆନ୍ତି । ବଲିଉଡ ର ଅନେକ ଅଭିନେତ୍ରୀ ନିଜର କିଛି ନା କିଛି ସର୍ଜରୀ କରିଛନ୍ତି । କିଏ ସୁନ୍ଦର ଦେଖାଯିବା ପାଇଁ ନିଜ ଓଠ ର ନିଜ ନାକର ସର୍ଜରୀ କରିଥାନ୍ତି ଏବଂ ଆଉ କିଛି ନିଜକୁ ପତଳା ଦେଖେଇବା ପାଇଁ ମଧ୍ୟ ନିଜର ସର୍ଜରୀ କରିଥାନ୍ତି । ଆଜିର ଯୁଗ ରେ ସବୁ ସମ୍ଭବ ଏବଂ ଏବେ ନୂତନ ପ୍ରକାରର ଟେକ୍ନୋଲୋଜି ଦ୍ୱାରା ଏହା କରିବା ସମ୍ଭବ ଏବଂ ସହଜ ହୋଇଥାଏ ।

ଏହା ଦ୍ୱାରା ତାଙ୍କ ଭିତରେ ଥିବା ସମସ୍ତ ଦୁର୍ବଳତା ସମସ୍ତ ଅସୁନ୍ଦରତା କୁ ଠିକ କରି ଦେଇ ଥାଏ ଏବଂ ଅଧିକ ସୁନ୍ଦର ମଧ୍ୟ କରି ଦେଇଥାଏ । କିନ୍ତୁ କିଛି ବ୍ୟକ୍ତି ଙ୍କ ପାଖରେ ସବୁକିଛି ଥାଏ କିନ୍ତୁ ସେ ସେଥିରେ ଖୁସି କିମ୍ବା ସନ୍ତୁଷ୍ଟ ହୋଇ ନ ଥାନ୍ତି । ତାଙ୍କୁ ନିଜ ଭିତରେ କିଛି ନା କିଛି ଖରାପ ଦେଖା ହିଁ ଯାଉଥାଏ । କିନ୍ତୁ ସେ ଦୁନିଆଙ୍କ ନଜରରେ ଏକଦମ ପରଫେକ୍ଟ ହୋଇ ଥାଆନ୍ତି ।

ସେହି ଭଳି ଆମ ବଲିଉଡ ଜଗତରେ ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯିଏ ଦେଖିବାକୁ ବହୁତ ସୁନ୍ଦର ଏବଂ ପରଫେକ୍ଟ କିନ୍ତୁ ତାଙ୍କୁ ନିଜ ଭିତରେ କିଛି ନା କିଛି ଖରାପ ଦେଖା ଯାଏ । ଏବଂ ସେଥି ପାଇଁ ସେ ନିଜର ସର୍ଜରୀ କରିଦେଲେ କିନ୍ତୁ ସର୍ଜରୀ ପରେ ସେ ସୁନ୍ଦର ଦେଖାଯିବା ବଦଳରେ ଆହୁରି ଖରାପ ଦେଖାଗଲେ । ଏବଂ ସେ ଯେପରି ଲୁକ ଚାହୁଁ ଥିଲେ ସେପରି ଲୁକ ତାଙ୍କୁ ମିଳିଲା ନାହିଁ । ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ହେଲେ ଆୟଶା ଟାକିଆ । ଚାଲନ୍ତୁ ଜାଣିନେବା ଆୟଶା ନିଜର ସର୍ଜରୀ ପରେ କିପରି ଦେଖା ଯାଉଛନ୍ତି ।

ଆଜିକାଲି ବଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ସମାଲୋଚନା କିମ୍ବା ଟ୍ରଲ କରିବାର ଏକ ଟ୍ରେଣ୍ଡ ଚାଲିଛି । ଏବଂ ପ୍ରତିଦିନ କିଏ ନା କିଏ ଅଭିନେତା ଏବଂ ଅଭିନେତ୍ରୀ ନିଜର ଲୁକ ନିଜର ପୋଷ୍ଟ ନିଜର ବ୍ୟକ୍ତି ଗତ ଜୀଵନ ଏବଂ ନିଜର କଳହ କୁ ନେଇ ସମାଲୋଚନା ର ପାତ୍ର ହୋଇ ଥାଆନ୍ତି । ସେହି ପରି ଆୟଶା ଟାକିଆ ନିଜର ଏକ ଫୋଟୋ କୁ ନେଇ ଏବେ ବହୁତ ଚର୍ଚ୍ଚା ରେ ରହିଛନ୍ତି । ଏହି ଫୋଟୋ ଟି ଏକ ସେଲୁନ ବାହାରର । ଏବଂ ଏହି ଫୋଟୋ କୁ ନେଇ ଯେଉଁଠି ଆୟଶା ଙ୍କର ଫ୍ୟାନ ତାଙ୍କର ପ୍ରଶଂସା କରୁଛନ୍ତି ସେଇଠି ଅନ୍ୟ ମାନେ ତାଙ୍କୁ ଟ୍ରୋଲ କରିବାରେ ବ୍ୟସ୍ତ ଅଛନ୍ତି ।

 

ଆୟଶା ନିଜର ଅନେମ ଥର ସର୍ଜରୀ କରି ସାରିଛନ୍ତି ଏବଂ ଏହି ସର୍ଜରୀ ଯୋଗୁଁ ତାଙ୍କ ଚେହେରା ଏକଦମ ବଦଳି ଯାଇଛି । ଏବଂ ତାଙ୍କ ର ଏହି ସବୁ ଲୁକ କୁ ନେଇ ସେ ପ୍ରାୟତଃ ଟ୍ରୋଲ ର ଶିକାର ହୋଇ ଥାଆନ୍ତି । ଆୟଶା ଙ୍କ ଫୋଟୋ ରେ ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି କି । ଆୟଶା ଆଗରୁ ହିଁ ଏତେ ସୁନ୍ଦର ଥିଲେ କିନ୍ତୁ କେଜାଣି ସେ କେଉଁଥି ପାଇଁ ପ୍ଲାଷ୍ଟିକ ସର୍ଜରୀ କରିଲେ ।
ଆଉ ଜଣେ ବ୍ୟକ୍ତି କମେଣ୍ଟ କରିଛନ୍ତି ସେ ପୂର୍ବେ ହିଁ ବହୁତ ଭଲ ଦେଖା ଯାଉଥିଲେ ଏବେ ସେ ପୁଅ କି ଝିଅ ଜଣା ପଡୁ ନାହିଁ । ଆୟଶା ରାଜନୀତିଜ୍ଞ ଆବୁ ଆଜମି ଙ୍କ ପୁତ୍ର ଫରାନ ଆଜମି ଙ୍କ ସହ ବିବାହ କରିଛନ୍ତି ।

ଫରାନ ଜଣେ ବହୁତ ବଡ଼ ବ୍ୟବସାୟୀ । ଏବଂ ସେ ଅନେକ ହୋଟେଲ ର ମାଲିକ ମଧ୍ୟ । ଏହା ଏମାନଙ୍କ ର ପ୍ରେମ ବିବାହ ଏବଂ ବିବାହ ପରେ ଆୟଶା ସିନେମା ଦୁନିଆ ରୁ ଦୁରେଇ ମଧ୍ୟ ଗଲେ । ଏବଂ ଏବେ ସେ ଏକ ପୁତ୍ର ସନ୍ତାନ ର ମାଆ ମଧ୍ୟ ହୋଇ ଗଲେଣି ଯାହାର ନାମ ମିଖାଇଲ ଆଜମି । ଏବଂ ନିଜର ବୈବାହିକ ଜୀବନରେ ବହୁତ ଖୁସି ରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *