ସରକାରଙ୍କ ବଡ ନିଷ୍ପତ୍ତି, August 1 ରୁ ବଦଳିଯିବ ଏହି ସବୁ ନିୟମ, ଦେଖନ୍ତୁ ପୁଣି ଥରେ ଆପଣଙ୍କ ପକେଟ ଓ ବଜେଟ ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ ଆସୁଥିବା ଅଗଷ୍ଟରୁ ବଦଳିବାକୁ ଯାଉଛି କେତେକ ବଡ ନିୟମ । ଏଲପିଜି ରୁ ଏଟିଏମ ପର୍ଯ୍ୟନ୍ତ ସମସ୍ତ ନିୟମ ବଦଳିବ । ୨୦୨୧ ମସିହା ଅଗଷ୍ଟ ମାସରୁ ବଦଳିବାକୁ ଯାଉଛି ବଡ ପରିବର୍ତ୍ତନ ।

ଏଟିଏମରୁ ଆରମ୍ଭ କରି ସ୍ୟାଲେରୀ, ପେନସନ, ଇଏମଆଇ ସହ ଜଡିତ ଅନେକ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏଲପିଯି ଦରରେ ମଧ୍ୟ ପରିବର୍ତ୍ତନ ଆସିବାକୁ ଯାଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ନିୟମରେ ହେବାକୁ ଯାଉଥିବା ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଗଷ୍ଟ ମାସରୁ ଏଟିଏମ ନେଣ-ଦେଣ ପ୍ରକ୍ରିୟା ହେବ ମହଙ୍ଗା । ଭାରତୀୟ ରିଜର୍ବ ବ୍ୟାଙ୍କର ନିର୍ଦେଶ କ୍ରମେ ଅଗଷ୍ଟ ପହିଲାରୁ ବ୍ୟାଙ୍କ ଗୁଡିକ ଏଟିଏମ ଉପରେ ଅଦଳବଦ ଦେୟ ୨ ଟଙ୍କା ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି । ଜୁନ ମାସରେ ରିଜର୍ବ ବ୍ୟାଙ୍କ ପ୍ରତ୍ୟକ ଆର୍ଥିକ କାରବାର ପାଇଁ ୧୫ ଟଙ୍କାରୁ ୧୭ ତାଙ୍କ ଏବଂ ଅଣ ଆର୍ଥିକ କାରବାର ପାଇଁ ୫ ରୁ ୬ ଟଙ୍କାକୁ ବୃଦ୍ଧି କରିବା ପାଇଁ ଅନୁମତି ଦେଇଥିଲା ।

ନୂତନ ନିୟମ ଅନୁଯାଇ ଗ୍ରାହକ ମାନେ ସେମାନଙ୍କ ବ୍ୟାଙ୍କ ଏଟିଏମରୁ ପ୍ରତି ମାସରେ ପାଞ୍ଚଟି ମାଗଣା କାରବାର କରିବାକୁ ସକ୍ଷମ ହେବେ । ଆଇସିଆଇସିଆଇ ବ୍ୟାଙ୍କର ବ୍ୟାଙ୍କିଙ୍ଗ ସେବା ହେବ ମହଙ୍ଗା । ଆଇସିଆସିଆଇ ବ୍ୟାଙ୍କ ଏଟିଏମ କାରବାର ଏବଂ ଚେକ ବୁକ ଉପରେ ଏକ ବଡ ପରିବର୍ତ୍ତନ କରିଛି । ଯାହା ଅଗଷ୍ଟ ୧ରୁ ଲାଗୁ ହେବ ।ଆଇସିଆଇସିଆଇ ବ୍ୟାଙ୍କ ପ୍ରତି ମାସରେ ୪ଟି ନଗତ କାରବାର ମାଗଣାରେ ଦେଇଥାଏ । ମାଗଣା କାରବାର ପରେ ପ୍ରତ୍ୟକ ସେବାରେ ୧୫୦ ଟଙ୍କା ଦେବାକୁ ପଡିବ । ସ୍ୟାଲେରୀ, ପେନସନ ଓ ଇଏମଆଇ ସହ ଜଡିତ ନିୟମ ବଦଳିବ । ଆରବିଆଇ ଜାତୀୟ ସ୍ଵୟଂ ଚାଲିଚ କ୍ଲିୟରିଙ୍ଗ ହାଉସର ନିୟମ ପରିବର୍ତ୍ତନ କରିଛି ।

ଏହି ପରିବର୍ତ୍ତନ ଅନୁସାରେ ଆପଣଙ୍କୁ ଶନିବାର ଓ ରବିବାର ଅର୍ଥାତ ସପ୍ତାହ ଶେଷକୁ ଆପଣଙ୍କୁ ଦରମା କିମ୍ବା ପେନସନକୁ ଅପେକ୍ଷା କରିବାକୁ ପଡିବ ନାହିଁ । ଆପଣ ସପ୍ତାହ ସାରା ଏହି ସେବା ଗୁଡିକ ପ୍ରାପ୍ତ କରିପାରିବେ । ଏହି ନୂତନ ନିୟମ ଅଗଷ୍ଟ ୧ରୁ ଆରମ୍ଭ ହେବ । ଏଲପିଯି ସିଲିଣ୍ଡରର ଦର ବଢିବ । ଘରୋଇ ଏଲପିଯି ଏବଂ ବାଣିଜିକ ସିଲିଣ୍ଡରର ନୂତନ ମୂଲ୍ୟ ପ୍ରତି ମାସର ପ୍ରଥମ ତାରିଖରେ ସ୍ତିର କରାଯାଏ ।

ଜୁଲାଇ ୧ରେ ଏଲପିଯି ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରଯାଇଥିଲା । ଏହି ଅଗଷ୍ଟ ମାସରେ ଏଲପିଯି ଦର ପୁଣି ବଢିପାରେ ବୋଲି ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ବଡ ପରିବର୍ତ୍ତନ ବିଷୟରେ ଅନ୍ୟ ମାନଙ୍କୁ ସୂଚନା ଦିଅନ୍ତୁ ଓ ଏହି ବଡ ପରିବର୍ତ୍ତନ ପାଇଁ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *