ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଶୋଚନୀୟ ହୋଇଛି । କରୋନା ମ-ହା-ମା-ରୀ ପାଇଁ ଦେଶରେ ବହୁତ ସମସ୍ଯା ସୃଷ୍ଟି ହୋଇଛି । ବନ୍ଧୁଗଣ ଦିନକୁ ଦିନ ଲାକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମଣ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ କରୋନା ମ-ହା-ମା-ରୀ ସମୟରେ ଆସ୍ଵାସ୍ତିର ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ।
ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ ଦିଲ୍ଲୀ, ଗୁଜୁରାଟ, ମହରାଷ୍ଟ୍ର ଭଳି କେତେକ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି । ଦୀର୍ଘ କିଛି ମାସ ହେବ ଏହି ରାଜ୍ୟ ଗୁଡିକରେ କରୋନା ସଂକ୍ରମଣର ହାର ବହୁତ ଅଧିକ ବଢିଯାଇଥିଲା ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଅନୁସାରେ ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ସତର୍କ ରହିବା ଉଚିତ ଓ ଭାଇରସ ଉପରେ ଅଧିକ ଗବେଷଣା କରିବା ଉଚିତ । ମିଡିଆ ରିପୋର୍ଟସ ଅନୁସାରେ ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲଙ୍କ ମତରେ, କରୋନା ସୁସ୍ଥ ହାର ଧୀରେ ଧୀରେ ବଢିବାରେ ଲାଗିଛି । ମେ ଦୁଇ ତାରିଖରେ ସୁସ୍ଥ ହାର ୭୮ ପ୍ରତିଶତ ଥିଲା ଓ ମେ ୩ ତାରିଖ ଦିନ ସୁସ୍ଥ ହାର ୪ ପ୍ରତିଶତ ଅର୍ଥାତ ୮୨ ପ୍ରତିଶତ ହୋଇଯାଇଛି । ବନ୍ଧୁଗଣ ଏହି ଖବରଟି ଦେଶ ପାଇଁ ଶୁଭ ସଂକେତ ବୋଲି ଲଭ ଅଗ୍ରୱାଲ କହିଛନ୍ତି ।
ଅନ୍ୟ ପକ୍ଷରେ କେତେକ ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହାର ବହୁତ ବଢି ଯାଇଛି । ରାଜ୍ୟରେ ସଂକ୍ରମଣ ହାର ବଢି ଯିବାରୁ କେତେକ ରାଜ୍ୟର ସରକାର ରାଜ୍ୟରେ ଲକଡାଉନ ଘୋଷଣା କରିସାରିଛନ୍ତି । ଅଧିକ ସଂକ୍ରମଣ ହେଉଥିବା ରାଜ୍ୟ ଗୁଡିକ ହେଉଛି ଆନ୍ଧ୍ର ପ୍ରଦେଶ, ଆସାମ, ବିବାର, ଚଣ୍ଡିଗଡ, ହରିୟଣା, କର୍ଣ୍ଣାଟକା, କେରଲ, ହିମାଚଳ ପ୍ରଦେଶ, ମଣିପୁର ଓ ମେଘାଳୟ ।
ଏହି ସବୁ ରାଜ୍ୟରେ ଅଧିକ ସଚେତନ ରହିବା ପାଇଁ ସରକାରଙ୍କ ଗାଇଡଲାଇନକୁ ପାଳନ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ବନ୍ଧୁଗଣ ଆସୁଥିବା ୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡିଶା ସରକାର ଲକଡାଉନ ଘୋଷଣା କରିଛନ୍ତି ।
କରୋନା ମ-ହା-ମା-ରୀର ସଂକ୍ରମଣ ଓଡିଶାରେ ବହୁତ ଅଧିକ ବଢି ଯାଇଛି । ଏହି ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ସରକାର ଲକଡାଉନର ଘୋଷଣା କରିଛନ୍ତି । ତେଣୁ ବନ୍ଧୁଗଣ ଆପଣ ମାନେ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ । ଅତି ଆବଶ୍ୟକତା ନହେଲେ ଘରୁ ବାହାରକୁ ଯାନ୍ତୁ ନାହିଁ ଓ ଅନବରତ ମାସ୍କର ବ୍ୟବହାର କରନ୍ତୁ, ଧନ୍ୟବାଦ ।