ଆଜି ଆମେ ଜାଣିବା ବାତ୍ୟା ୟଶ କୁ ନେଇ ବିଶେଷଜ୍ଞ ଜାରି କରିଥିବା ନୂଆ ରିପୋର୍ଟ ଅନୁସାରେ କଣ ରହିଛି ସମ୍ପୂର୍ଣ୍ଣ ଖବର । ଭୁବନେଶ୍ୱରରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ବଙ୍ଗୋପ ସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା କୁ ନେଇ ଏକ ବଡ଼ ସୂଚନା ପ୍ରକାଶ କରିଛନ୍ତି । ପାଣିପାଗ ବିଭାଗ କହିଛି କି, ଓଡ଼ିଶାର କିଛି ଜିଲ୍ଲାରେ ଲଘୁଚାପର ପ୍ରଭାବରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ସୁଦ୍ଧା ଉତ୍ତର ଆଣ୍ଡମାନ ସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର ।
ଆସନ୍ତା ମେ ୨୪ ତାରିଖ ସୁଦ୍ଧା ଏହି ଲଘୁଚାପ ଉତ୍ତର- ପଶ୍ଚିମ ଦିଗକୁ ଗତି କରି ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ଧାରଣ କରି ପାରେ । ଆସନ୍ତା ୨୫ ତାରିଖରୁ ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଓ ବାତ୍ୟାର ପ୍ରଭାବ ଅନୁସାରେ ବର୍ଷାର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୨୬ ତାରିଖ ସୁଦ୍ଧା ଏହା ଉତ୍ତର- ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପ ସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ଆଶଙ୍କା କରା ଯାଉଛି ।
ତେବେ ଆଜି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ର ପ୍ରଭାବରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଗଞ୍ଜାମ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ଆରମ୍ଭରୁ ପବନର ବେଗ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ରହିବ ଏବଂ ତାହା ବଢ଼ି ଘଣ୍ଟା ପ୍ରତି ୪୫ ରୁ ୫୫ କି.ମି. ହୋଇପାରେ । ତେବେ ପବନର ବେଗ କ୍ରମଶଃ ବଢ଼ି ଘଣ୍ଟା ପ୍ରତି ୬୫ ରୁ ୭୫ କି.ମି. ରହିବ ।
କେନ୍ଦ୍ରୀୟ ବଙ୍ଗୋପ ସାଗରର ଅଧିକାଂଶ ଅଞ୍ଚଳରେ ପବନର ବେଗ ଆସନ୍ତା ୨୪ ତାରିଖ ସକାଳୁ ୨୫ ତାରିଖ ଯାଏ ବଢିବ । ତେବେ ଏହି ସମୟରେ ସମୁଦ୍ର ଆସନ୍ତା ୨୬ ତାରିଖ ଯାଏ ଅଶାନ୍ତ ରହିବ । ସେଥି ନିମନ୍ତେ ଆସନ୍ତା ୨୩ ତାରିଖ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଉପକୂଳକୁ ଫେରି ଆସିବା ନିମନ୍ତେ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏଥି ପାଇଁ ଆବଶ୍ୟକୀୟ ପ୍ରସ୍ତୁତି କରିବା ପାଇଁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏଥର ଓଡ଼ିଶା ପ୍ରତି ବାତ୍ୟାର ଭୟ ସାମାନ୍ୟ ଅଧିକ ରହିଛି ।
ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହେଇ ରୁହନ୍ତୁ । ଧନ୍ୟବାଦ