ଆସୁଛି ପୁଣି ଏକ ଭୟଙ୍କର ଲଘୁଚାପ, ଆଜିଠୁ ରୁ ପ୍ରବଳ ଢାଳିବ କେଉଁ ଜିଲ୍ଲାକୁ କେତେ ଢାଳିବ କଣ ହେବ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଠାରୁ ରାଜ୍ୟ ରେ ବଢ଼ିବ ବର୍ଷା । ନଅଟି ଜିଲ୍ଲା କୁ ୟେଲୋ ୱାର୍ନିଂ ଜାରି କରାଯାଇଛି । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ଲାଗି ରହିବ । ମୁଖ୍ୟତଃ କନ୍ଧମାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ଵର ଜିଲ୍ଲା କୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ମନ୍ସୁନ ଟ୍ରାକ ଉତ୍ତର ମୁହାଁ ରହିଥିବା ବେଳେ ଏହାର ପ୍ରଭାବ ରେ ବର୍ଷା ଲାଗି ରହିବ ।

ଜୁନ ପହିଲା ରୁ ଅଗଷ୍ଟ ମାସ ୨୪ ତାରିଖ ପର୍ଯ୍ୟନ୍ତ ୫୮୮.୩ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ୨୭ ଟି ଜିଲ୍ଲା ରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୭ଟି ଜିଲ୍ଲା ରେ କମ ବର୍ଷା ହୋଇଛି । ବନ୍ଧୁଗଣ କିଛି ଦିନ ପୂର୍ବରୁ ଲଘୁଚାପ ର ପ୍ରଭାବ ରେ ରାଜ୍ୟ ର ଅନେକ ସ୍ଥାନରେ ବର୍ଷା ହୋଇଥିଲା । ବର୍ତ୍ତମାନ ଏହାର ପ୍ରଭାବ କମିବାକୁ ଲାଗିଛି ।

ଆଞ୍ଚଳିକ ପାଣିପାଗ ବିଭାଗ ତରଫ ରୁ ଏହା ସୂଚନା ମିଳିଛି ଯେ, ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟ ର ନଅ ଟି ଜିଲ୍ଲା ରେ ଭୀଷଣ ବର୍ଷା ହେବ । ଉପୋରୋକ୍ତ ଏହି ୯ ଟି ଜିଲ୍ଲା କୁ ପାଣିପାଗ ବିଭାଗ ତରଫରୁ ୟେଲୋ ଜୋନ୍ ଜାରି କରାଯାଇଛି । ଆଜି ଠାରୁ ରାଜ୍ୟରେ ବର୍ଷାର ପରିମାଣ ଧୀରେ ଧୀରେ ବଢ଼ିବାକୁ ଲାଗିବ । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ସ୍ୱଳ୍ପ ପରିମାଣ ରୁ ମଧ୍ୟମ ଧରଣ ରେ ବର୍ଷା ଲାଗି ରହିବ ।

ତେଣୁ ପାଣିପାଗ ବିଭାଗ ତରଫରୁ ଏହି ସୂଚନା ପ୍ରାପ୍ତ ହୋଇଛି । ବର୍ଷା ର ପ୍ରଭାବ ବଢ଼ିବା କାରଣରୁ ଏହି ସମସ୍ତ ଜିଲ୍ଲା ଗୁଡ଼ିକ ରେ ଭୀଷଣ ବେଗରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ଆସନ୍ତା ସମୟ ରେ ରାଜ୍ୟ ର ଏହି ନଅ ଟି ଜିଲ୍ଲା ଏଥିପ୍ରତି ସତର୍କ ରୁହନ୍ତୁ ।

Leave a Reply

Your email address will not be published. Required fields are marked *