ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର କୋପ ଦିନକୁ ଦିନ ବଢିବାରେ ଲାଗିଛି । ଗତ ବର୍ଷ ଅପେକ୍ଷା ଏହି ବିଆରଏସ କରୋନା ମହାମାରୀର ଦ୍ଵିତୀୟ ଲହର ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି ।
କରୋନା ସଂକ୍ରମଣକୁ ରୋକିବା ପାଇଁ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଲକଡାଉନ ପ୍ରକ୍ରିୟା ଜାରି କରାଯାଇଛି । ବନ୍ଧୁଗଣ ଲକଡାଉନ ଅବଶ୍ୟ କିଛିଟା ରାଜ୍ୟରେ ହୋଇଛି ହେଲେ ଜନସାଧାରଣ ମାନଙ୍କ ଉପରେ ଲକଡାଉନର ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି ।
ଲକଡାଉନ କାରଣରୁ ଅନେକ ଲୋକ ନିଜ ଜୀବିକା ହରେଇଛନ୍ତି ଓ ଘରେ ବସୁଛନ୍ତି । ଜୀବନକୁ ବଞ୍ଚେଇବାକୁ ଯାଉ ସରକାର ଲୋକଙ୍କର ଜୀବିକାକୁ ବନ୍ଦ କରିଦେଇଛନ୍ତି । କରୋନା ଟିକା ଦେବା ସତ୍ବେ ମଧ୍ୟ ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଲକଡାଉନ ଖୋଲା ଯାଉ ନାହିଁ । ସରକାରଙ୍କର ଏହି ନିୟମ ପାଇଁ ଲୋକମାନେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟ ପକ୍ଷରେ ପେଟ୍ରୋଲ ଓ ଡିଜେଲର ଦର ଲୋକ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଗତ ବର୍ଷ ଲକଡାଉନ ବହୁତ ମାସ ଧରି ଚାଲିଥିଲା ହେଲେ କରୋନ ସଂକ୍ରମଣ ସେମତି ବଢି ବଢି ଚାଲିଥିଲା । ଯଦି ସରକାର ଏହି ବର୍ଷ ସେମିତି ଭାବରେ ଲକଡାଉନ ଗଡେଇ ଚାଲିବେ ତା ହେଲେ ଲୋକ ଖାଦ୍ୟ ବିନା ନିଜ ପ୍ରାଣ ହରେଇବେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ ଖବର ସାମ୍ନାକୁ ଆସିଛି । ଆସୁଥିବା ଜୁଲାଇ ୧୫ ତାରିଖରେ ଓଡିଶା ବନ୍ଦ ହେବ ବୋଲି ଜଣା ପଡିଛି ।
ମିଡିଆ ରିପୋର୍ଟସ ଅନୁସାରେ ଏହି ବନ୍ଦ ଡକରାକୁ ବାମ ଦଳ ଦେଉଛନ୍ତି । ବାମ ଦଳକୁ ସମର୍ଥନ କରିବ କଂଗ୍ରେସ । ସଖାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡକରା ଦିଆଯାଇଛି । ସରକାରଙ୍କ ଲକଡାଉନ ପାଇଁ ଲୋକମାନଙ୍କର ଜୀବିକା ଉପରେ ବହୁତ ଖରାପ ପ୍ରଭାବ ପଡିଛି । ଏହିପରି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟପି ଗଲାଣି । ଏହା ସହିତ ଅତ୍ୟାବସକୀୟ ଜିନିଷର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି ।
କେନ୍ଦ୍ର ସରକାରଙ୍କର ଏମିତି ଜନମାରଣ ନୀତି ବିରୋଧରେ ବନ୍ଦ ଡକରା ଦେଇଛନ୍ତି ବାମ ଦଳ । ଏହି ବନ୍ଦ ଡକରାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛନ୍ତି । ତେଣୁ ବନ୍ଧୁଗଣ ପେଟ୍ରୋଲ ଓ ଡିଜେଲ ଦର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯଦି ଆପଣ ଏଥିରେ ଏକମତ ଅଛନ୍ତି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଧନ୍ୟବାଦ ।