Archita ଙ୍କୁ ଅବହେଳା କରୁଛନ୍ତି Sabyasachi, କହିଲେ ଏମିତି ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ଆଜିକାଲି ସମସ୍ତେ ସୋସିଆଲ ମିଡିଆକୁ ରୋଜଗାରର ନୂଆ ପନ୍ଥା ରୂପରେ ବ୍ୟବହାର କରୁଛନ୍ତି । ଲକଡାଉନ ଲୋକମାନଙ୍କୁ ଆହୁରି ଅଧିକ ସୋସିଆଲ ମିଡିଆରେ ବ୍ୟସ୍ତ କରି ଦେଇଛି । କାରଣ ଲକଡାଉନ କାରଣରୁ ଲୋକମାନେ ଘରେ ବସି କେବଳ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖି ନିଜର ଟାଇମ ପାସ କରୁଥିଲେ । ବର୍ତ୍ତମାନ ସବୁ ଖୋଲି ଯାଇଛି । କିନ୍ତୁ ସୋସିଆଲ ମିଡିଆ ୟୁଜରଙ୍କ ସଂଖ୍ୟାରେ କିଛି ଅଭାବ ଆସି ନାହିଁ ।

ଆଜି ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ଲୋକମାନଙ୍କ ହାତରେ ମୋବାଇଲ ଫୋନ । କିଏ ଭିଡିଓ କରି ଶେୟାର କରୁଛି ତ କିଏ ସେ ଭିଡିଓକୁ ଦେଖୁଛି । ଯଦି ଷ୍ଟାରମାନଙ୍କ ବିଷୟରେ କହିବା ତେବେ ସେମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର କୌଣସି ନା କୌଣସି ଭିଡିଓ ଶେୟାର କରିଥାନ୍ତି ।

ବର୍ତ୍ତମାନ ଓଲିଉଡ କଳାକାରମାନେ ବି ଏହି ଲାଇନରେ ସାମିଲ ହୋଇ ଯାଇଛନ୍ତି । ଆପଣ ଟିଭି ଇଣ୍ଡଷ୍ଟ୍ରିରେ, ଆଲବମ ଇଣ୍ଡଷ୍ଟ୍ରି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସବୁ କଳାକାରମାନଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପାଇଯିବେ । ସେମାନେ କଣ କରୁଛନ୍ତି ଏହାର ସୂଚନା ମଧ୍ୟ ମିଳିଯିବ । ଯଦି ଓଲିଉଡର ସବୁଠୁ ଚର୍ଚିତ ଯୋଡି ଓ ଦମ୍ପତ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ବିଷୟରେ କହିବା ତେବେ ଏହି ଯୋଡି ଫିଲ୍ମ ପରଦାରରେ ଦର୍ଶକମାନଙ୍କ ମନୋରଞ୍ଜନ କରିବା ସହ ଅସଲ ଜୀବନରେ ବି ବହୁତ ଖୁସିରେ ଅଛନ୍ତି ।

କିନ୍ତୁ ବର୍ତ୍ତମାନ ଅର୍ଚ୍ଚିତାଙ୍କ ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସେ ସବ୍ୟସାଚୀଙ୍କୁ ନେଇ କିଛି କହୁଛନ୍ତି । ସେ କହୁଛନ୍ତି କି ସବ୍ୟସାଚୀ ତାଙ୍କ ସହ କଥାବାର୍ତ୍ତା କରୁ ନାହାନ୍ତି । ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସବୁବେଳେ କୌଣସି ନା କୌଣସି କାରଣରୁ ମିଡିଆରେ ଲାଇମଲାଇଟରେ ରହିଥାନ୍ତି । ଅର୍ଚ୍ଚିତା ବି ପ୍ରାୟତଃ ନିଜର ଭିଡିଓ ଓ ଫଟୋ ଶେୟାର କରି ଚର୍ଚାରେ ରହିଥାନ୍ତି ।

ଆମେ ଯେଉଁ ଭିଡିଓ କଥା କହୁଛୁ ତାହା ଏକ ପ୍ରକାରର ମିମିକିରି ଭିଡିଓ । ଯାହାକୁ ଅର୍ଚ୍ଚିତା ମନୋରଞ୍ଜନ ପାଇଁ କରିଛନ୍ତି । କିନ୍ତୁ ଅସଲରେ ଏହିଭଳି କିଛି ବି ନୁହେଁ । ସବ୍ୟସାଚୀ ଓ ଅର୍ଚ୍ଚିତା ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଆନ୍ତି । ଯେଉଁ ଦିନ ଠାରୁ ଏହି ଦୁଇ ଜଣ ବିବାହ କରିଛନ୍ତି ସେହି ଦିନ ଠାରୁ ଦୁଇ ଜଣ ପ୍ରାୟତଃ ନ୍ୟୁଜରେ ଛାଇ ରହିଥାନ୍ତି ।

Leave a Reply

Your email address will not be published. Required fields are marked *