ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ family biography & lifestyle

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ହେଉ ଅଥବା ଓଲିଉଡ ସମସ୍ତଙ୍କ ଜଣେ ପ୍ରିୟ ଅଭିନେତା ଅଥବା ଅଭିନେତ୍ରୀ ଥାଆନ୍ତି । ସେମାନେ ତାଙ୍କୁ ଫିଲ୍ମ ରେ ଯେତେ ମାତ୍ରାରେ ଭଲ ପାଇବା ଦେଇଥାନ୍ତି ସେତେ ଭଲ ପାଇବା ବାସ୍ତବରେ ମଧ୍ୟ ସେମାନଙ୍କ ହୃଦୟ ରେ ଥାଏ ।

ପ୍ରତ୍ୟେକ ଦର୍ଶକ ନିଜ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବାସ୍ତବ ଜୀବନୀ ସମ୍ବନ୍ଧରେ ଜାଣିବା ନିମନ୍ତେ ମଧ୍ୟ ଇଛୁକ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତି ଙ୍କ ଘର, ପରିବାର, ସମ୍ପତ୍ତି ଓ କ୍ୟାରିଅର ଆଦି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅପରାଜିତା ମହାନ୍ତି ଓଡ଼ିଆ ସିନେମା ର ଏକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ତାଙ୍କୁ ଦର୍ଶକ ମାନେ ଟିକି ଅପା ମଧ୍ୟ ଡାକିଥାନ୍ତି । ସେ ୯୦ ଦଶକର ଜଣେ ପ୍ରସିଦ୍ଧ ଏବଂ ଲୋକପ୍ରିୟ କଳାକାର ଥିଲେ ଏବଂ ଓଲିଉଡ କୁ ସେ ଅନେକ ସୁପରହିଟ ସିନେମା ପ୍ରଦାନ କରିଛନ୍ତି । ତେବେ ସେ ବର୍ତ୍ତମାନ ସୁଧା ମଧ୍ୟ ଅନେକ ସିନେମା ରେ ଅଭିନୟ କରି ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇ ପାରିଛନ୍ତି । ଅପରାଜିତା ଙ୍କୁ ଓଲିଉଡ ର ଡ୍ରିମ ଗାର୍ଲ ମଧ୍ୟ କୁହାଯାଏ ।

୧୯୬୫ ମସିହା ମେ ମାସ ୧୫ ତାରିଖ ରେ ଅପରାଜିତା ଜନ୍ମଲାଭ କରିଥିଲେ । ବର୍ତ୍ତମାନ ସେ ମାତ୍ର ୫୫ ବର୍ଷ ବୟସ ରେ ପାଦ ଦେଇଛନ୍ତି । ଅପରାଜିତା ମହାନ୍ତି ଙ୍କ ସ୍ୱାମୀ ହେଉଛନ୍ତି ଉତ୍ତମ ମହାନ୍ତି ଯିଏ କି ଓଲିଉଡ ର ଏବଂ ୯୦ ଦଶକ ର ଜଣେ ସଫଳ ପ୍ରସିଦ୍ଧ ଏବଂ ଲୋକପ୍ରିୟ ଅଭିନେତା ଏବଂ ସେମାନେ ଦୁଇ ଜଣଙ୍କ ର ଗୋଟିଏ ମାତ୍ର ସନ୍ତାନ ଅଛି ଯାହାଙ୍କ ନାମ ହେଉଛି ବାବୁଶାନ ମହାନ୍ତି । ବାବୁଶାନ ବର୍ତ୍ତମାନ ର ଜଣେ ସଫଳ ଏବଂ ପ୍ରସିଦ୍ଧ ଲୋକପ୍ରିୟ ଅଭିନେତା ସେ ମଧ୍ୟ ଓଲିଉଡ ଜଗତକୁ ଅନେକ ସୁପରହିଟ ସିନେମା ପ୍ରଦାନ କରିଛନ୍ତି ।

ଅପରାଜିତା ମହାନ୍ତି ୧୯୮୦ ମସିହାରେ ତାଙ୍କ ଅଭିନୟ ଜୀଵନ କୁ ଆରମ୍ଭ କରିଥିଲେ । ତାଙ୍କ ର ପ୍ରଥମ ଚଳଚ୍ଚିତ୍ର ହେଉଛି ସୀତା ଲବ କୁଶ । ଏହି ସିନେମା ପରେ ସେ ଆଉ ପଛକୁ ଚାହିଁ ନଥିଲେ ଗୋଟିଏ ପରେ ଗୋଟିଏ ହିଟ ସିନେମା ଓଲିଉଡ କୁ ପ୍ରଦାନ କରି ଚାଲିଲେ । ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଉଦଣ୍ଡି ସୀତା’,’ଜୋର ଯାହାର ମୁଲକ ତାର’, ‘ଚକା ଡୋଳା କରୁଛି ଲୀଳା’, ‘ଜଗା ହାତରେ ପଘା’, ‘ସହର ଜଳୁଛି’,’ଦାଦାଗିରି’, ‘ଚକା ଭଉଁରି’ ଆଦି ଅନ୍ୟତମ ।

ଅପରାଜିତା ମହାନ୍ତି ଏକ ମୁସଲମାନ ପରିବାର ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ମୁସଲମାନ ହୋଇଥିବା ବେଳେ ତାଙ୍କ ମାଆ ଥିଲେ ହିନ୍ଦୁ ନାରୀ । ଏହା ସହିତ ଅପରାଜିତା ମଧ୍ୟ ହିନ୍ଦୁ ଘରକୁ ବୋହୁ ହେଇକି ଆସିଛନ୍ତି । ଅନେକ ଇଣ୍ଟରଭିଉ ରେ ସେ ଉଭୟ ଧର୍ମ କୁ ସମାନ ଦୃଷ୍ଟି ରେ ଦେଖନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି ବୋଲି ଦେଖିବାକୁ ମିଳିଛି । ଏହାଛଡା ତାଙ୍କ ଘରେ ମଧ୍ୟ ସବୁ ଧର୍ମର ଈଶ୍ୱର ପୂଜା ମଧ୍ୟ ପାଉଛନ୍ତି । ଅପରାଜିତା ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ର ଜଣେ ସଦସ୍ୟ ଅଛନ୍ତି ।

ତାଙ୍କ ପରିବାର ରେ ସ୍ୱାମୀ ଉତ୍ତମ ମହାନ୍ତି, ପୁଅ ବାବୁଶାନ ଏବଂ ବୋହୁ ତୃପ୍ତି ଅଛନ୍ତି । ବର୍ତ୍ତମାନ ଅପରାଜିତା ଜେଜେ ମାଆ ମଧ୍ୟ ହୋଇଗଲେଣି । ଯଦି ଏହି ଅଭିନେତ୍ରୀ ଙ୍କ ସମ୍ପତ୍ତି ଉପରେ ନଜର ପକାଇବା ତେବେ ଅପରାଜିତା ମହାନ୍ତି ଗୋଟିଏ ଚଳଚ୍ଚିତ୍ର ରେ କାମ କରିବା ପାଇଁ ୧୦ ରୁ ୧୨ ଲକ୍ଷ ଟଙ୍କା ନେଇଥାନ୍ତି ଏବଂ କୌଣସି ପ୍ରଡକ୍ଟ ର ଆଡ଼ ପାଇଁ ୫ ରୁ ୬ ଲକ୍ଷ ନେଇଥାନ୍ତି ।

ତେବେ ତାଙ୍କର ଏକ ବହୁତ ବଡ଼ ଘର ଅଛି ଏବଂ ତିନୋଟି କାର ମଧ୍ୟ ରହିଛି । ସେ ନିଜ ପରିବାର ସହିତ ଖୁସି ରେ ରହୁଛନ୍ତି । ତେବେ ଆମେ ଆଶା କରୁଛୁ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଡ୍ରିମ ଗାର୍ଲ ଅପରାଜିତା ମହାନ୍ତି ଙ୍କ ସମ୍ପୂର୍ଣ୍ଣ ଜୀବନୀ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *