‘ମୋ ପୁଅ ଫାଷ୍ଟ ଟାଇମ ଏମିତି ଫିଲ୍ମ କରିଛି, ଏଥିପାଇଁ ସେ ବହୁତ ପରିଶ୍ରମ କରିଛି, ନିଶ୍ଚୟ ଓଡିଆ ଇଣ୍ଡଷ୍ଟ୍ରିରେ ଫିଲ୍ମଟି ନୂଆ…’ କଣ କହିଲେ Aparajita Mohanty

ବନ୍ଧୁଗଣ, ସୂଚନା ଅନୁଯାୟୀ “ଦମନ” ଚଳଚିତ୍ର ଦେଖିବା ନିମନ୍ତେ ବାବୁଶାନ ଙ୍କ ମା’ ଅପରାଜିତ ଏବଂ ଧର୍ମପତ୍ନୀ ତୃପ୍ତି ଫିଲ୍ମ ହଲ କୁ ଯାଇଥିଲେ । ଏବଂ ସେଠାରେ ଅପରାଜିତ କିଛି ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ଯାହା ତାଙ୍କ ନିମନ୍ତେ ବହୁତ ଖୁସିର ମୂହୁର୍ତ୍ତ ବୋଲି ସେ କହୁଛନ୍ତି । ବାବୁଶାନ ପ୍ରଥମ ଥର ନିମନ୍ତେ ଏହିଭଳି ଚଳଚିତ୍ର କରିଛନ୍ତି ତଥା ଏହିଭଳି ସିନେମା ପ୍ରଥମ ଥର ପାଇଁ ଦେଖିଲେ ବୋଲି ଅପରାଜିତା କହିଛନ୍ତି ।

ବାବୁଶାନ ଏହି ଚଳଚିତ୍ରରେ ବହୁତ ଭଲ ଅଭିନୟ କରିବା ସହିତ ଡିରେକ୍ସନ ମଧ୍ୟ ବହୁତ ଭଲ ଦେଇଛନ୍ତି ତଥା ଲୋକେସନ ମଧ୍ୟ ବହୁତ ଭଲ ରହିଅଛି । ସମସ୍ତେ ବହୁତ ଭଲ ଅଭିନୟ ମଧ୍ୟ କରିଛନ୍ତି । ଏହା ସମସ୍ତଙ୍କ ନିମନ୍ତେ ଏକ ସପରିବାର ଦେଖିଲା ଭଳି ଚଳଚିତ୍ର ଅଟେ । ସବୁ ବର୍ଗର ଲୋକେ ତଥା ଭଲ ପାଇବା ଭଳି ଚଳଚିତ୍ର ଅଟେ ଏହା । ଏହି ଚଳଚିତ୍ର କୁ ଦେଖିଲେ ବହୁତ ସତେଜ ଲାଗୁଛି ବୋଲି ଅପରାଜିତା ମହାନ୍ତି କହିଛନ୍ତି ।

ପୂର୍ବରୁ ତାଙ୍କ ସମୟରେ ଅନେକ କ୍ଲାସିକ ଚଳଚିତ୍ର ହୋଇଛି କିନ୍ତୁ ଏହା ଏକ ଅଲଗା ପ୍ରକାରର ଚଳଚିତ୍ର ଅଟେ ବୋଲି କହିଛନ୍ତି । ମାତ୍ର ଆଜିକାଲି ଯାହା ଚାଲିଛି ଚଳଚିତ୍ର ଜଗତରେ ଯେ ହିରୋଇନ ରହିବା ନିହାତି ଜରୁରୀ ତଥା ରୋମାଣ୍ଟିକ ସିନ ରହିବା ନିହାତି ଜରୁରୀ କିନ୍ତୁ ଏହି ଚଳଚିତ୍ରରେ ସେହିଭଳି କିଛି ନାହିଁ । ରିୟଲ ଷ୍ଟୋରୀ କୁ ନେଇ ଏହିଭଳି ଚଳଚିତ୍ର କରିବା ତଥା ଏତେ ସୁନ୍ଦର ଭାବରେ କରିବା ବହୁତ ଭଲ ବୋଲି ପ୍ରଶଂସା କରିଛନ୍ତି ଅଭିନେତ୍ରୀ ଅପରାଜିତା ମହାନ୍ତି ।

ମିଡିଆ ଭାଇମାନେ ବାବୁଶାନ ଙ୍କୁ ଉତ୍ତମ ମହାନ୍ତି ଙ୍କ ସହିତ କମ୍ପାୟାର କରିବାରୁ ଅପରାଜିତା କହିଥିଲେ ଯେ କାହା ସହିତ କାହାକୁ କମ୍ପାୟାର କରିବା କଥା ନୁହେଁ । ସେ ଉତ୍ତମ ମହାନ୍ତି ଏବଂ ଏ ବାବୁଶାନ ମହାନ୍ତି । ଫିଲ୍ମ ହଲ କୁ ଏକାଠି ଆସିଛନ୍ତି ବୋଲି ବହୁତ ଖୁସି ଥିବାର ନଜର ଆସିଥିଲେ ଅପରାଜିତା ଏବଂ ସେ କହିଥିଲେ ଯେ ଆମ ପରିବାର ଆଉ ଆମେ ଏଠାକୁ ଏକାଠି ଆସିବୁ ନାହିଁ ?

ତୃପ୍ତି ମଧ୍ୟ ଆଗରୁ ଆସିଛନ୍ତି କିନ୍ତୁ ଏଭଳି ଭିଡରେ ସେ ଆସିନାହାଁନ୍ତି ପଛରେ ଆସନ୍ତି ବୋଲି କହିଥିଲେ ଅପରାଜିତା । ତେବେ ଏହି ଚଳଚିତ୍ର ଯଦି ସମସ୍ତଙ୍କୁ ଭଲ ଲାଗିଛି ତେବେ ନିଶ୍ଚିତ ଭାବରେ ଏହିଭଳି ଚଳଚିତ୍ର ଆଗକୁ ନିର୍ମାଣ ହେବା ନିଶ୍ଚିତ ଆବଶ୍ୟକ ବୋଲି କହିଥିଲେ ଅପରାଜିତା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *