ଦିନେ ମୁଢି ମୁଠେ ଖାଇବାକୁ ପାଉନଥିଲେ ହେଲେ ଆଜି 30 କୋଠିର ମହଲ ଦାନ କରିଦେଲେ ! ଶେଷ କିଶାନଙ୍କ ଜୀବନ କାହାଣୀ ଶୁଣିଲେ ଆପଣ ବି ସଲାମ କରିବେ !

ବନ୍ଧୁଗଣ, ସୂଚନା ଅନୁଯାୟୀ ନିଜ ଗାଁ ମାଟି କୁ ଫେରି ଆସିଛନ୍ତି ଶେଷ କିଶାନ । ଯେଉଁ ଶେଷ କିଶାନ ଦିନେ ମୁଢି ମୁଠେ ଖାଇବାକୁ ପାଉ ନଥିଲେ, ସେ ଆଜି ନିଜ ସ୍ଵପ୍ନ ର ଘର ତିଆରି କରିପାରିଛନ୍ତି । ତେବେ ସମୁଦାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଶେଷ କିଶାନ ଏକ ସ୍ଵପ୍ନ ର ଘର ତୋଳିଛନ୍ତି । ବର୍ତ୍ତମାନ ଆଉ ଦିନ କେତେଟା ପରେ ସେ ହାତକୁ ଦୁଇ ହାତ ହେବେ । ସେ ତାଙ୍କର ଜୀବନସାଥି ପାଇ ସାରିଛନ୍ତି ।

ସେ ଚାହିଁଥିଲେ ବିଦେଶରେ ହେଉ ଅଥବା ଆମ୍ଭ ଦେଶର ଯେ କୌଣସି ଜାଗାରେ ବିବାହ କରି ପାରିଥାନ୍ତେ କିନ୍ତୁ ସେ ନିଜ ଗାଁ ମାଟି କୁ ଫେରି ଆସିଛନ୍ତି ଏବଂ ଏଠାରେ ନିଜ ଗାଁ ମାଟିରେ ବିବାହ କରିବେ । ତେବେ ଶେଷ କିଶାନ ଏ ନେଇ କହିଛନ୍ତି କିଛି ଏଭଳି ଆସନ୍ତୁ ଜାଣିନେବା ସେ କଣ କହିଛନ୍ତି ? ଶେଷ କିଶାନ କହିଛନ୍ତି ଯେ ତାଙ୍କ ଘରେ କେବେ ମଧ୍ୟ ମୁଢି ଭଜା ହେଉନଥିଲା କି ସେ କେବେ ନିଜ ଘରେ ଖାଇ ନାହାଁନ୍ତି ।

ସାହିପଡିଶା ପିଲା ଯେତେବେଳେ ଖାଆନ୍ତି ତାହାକୁ ଦେଖି ଶେଷ କିଶାନ ଚିନ୍ତା କରନ୍ତି ଯେ ମୋ ଭାଗ୍ୟ ରେ ଯଦି ମୁଢି ଖାଇବା ନାହିଁ ତେବେ ଦେଖି ଦେଖି ତ ଏଞ୍ଜୟ କରିପାରିବେ !ସମ୍ବଲପୁର ଜିଲ୍ଲା ନାଟି ଦେଉଳ ବ୍ଲକ ବାଲାଶିଙ୍ଘା ଗ୍ରାମର ପୁଅ ଅଟନ୍ତି । ପିଲାଟି ଦିନରୁ ସେ ନିଜ ମାତା ପିତା ଙ୍କୁ ହରାଇଛନ୍ତି ।

ସଂଘର୍ଷମୟ ଜୀବନ ଭିତରେ ସେ ଗାଈ ଚରାଇଛନ୍ତି, ମୂଲ ମଜୁରୀ ଲାଗି, ପାଠ ପଢିବାର ନିଶା କୁ ପୂରଣ କରିଛନ୍ତି । ଏବଂ ଏହି ଶେଷ କିଶାନ ଏତେ ଭଲ ପାଠ ପଢିଲେ ଯେ ୪ ବର୍ଷ ତଳେ ଜର୍ମାନୀ ର ଗୋଟିନ ଜେନ ବିଶ୍ଵ ବିଦ୍ୟାଳୟରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲେ ।

ପିଲାଟି ଦିନରୁ ଦୁଃଖ ଭୋଗିଥିବା ଶେଷ ଙ୍କ ଜୀବନରେ ଦୁଃଖର ଅନ୍ତ ଘଟିଛି ବର୍ତ୍ତମାନ ସେ ଦକ୍ଷ ଏବଂ ରୋଜଗାର କ୍ଷମ । ଗାଁ ର ଶତାଧିକ ପିଲାଙ୍କ ପାଇଁ ସେ ସାହାରା ପାଲଟିଛନ୍ତି । ସମୁଦାୟ ୧୭୦ ଜଣ ପିଲା ବର୍ତ୍ତମାନ ପାଠ ପଢିବାର ସୁଯୋଗ ପାଇଛନ୍ତି । ଶେଷ କିଶାନ କେବଳ ତାଙ୍କ ଗ୍ରାମ ନୁହେଁ ବରଂ ସମଗ୍ର ରାଜ୍ୟ ନିମନ୍ତେ ଗର୍ବ ତଥା ଗୌରବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମାତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *