Anushka Sharma ନୁହେଁ ବରଂ ଏହି ହିରୋଇନ ଥିଲେ Virat ଙ୍କ ପ୍ରଥମ ପସନ୍ଦ, ହିରୋଇନ ଙ୍କ ନାଁ ଜାଣିଲେ ଆପଣଙ୍କର ହୋସ ଉଡିଯିବ

ବନ୍ଧୁଗଣ ବଲିଉଡ ରେ ଏବେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଚର୍ଚ୍ଚା ରେ ରହୁଛନ୍ତି । ଏବଂ ଏବେ ସେମାନେ ଏକ ଆଦର୍ଶ ଯୋଡି ଭାବେ ପରିଚିତ ମଧ୍ୟ । ଏମାନେ ଦୁଇ ଜଣ ଦୁଇ ଜଣଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି ଏବଂ ସେମାନଙ୍କ ପ୍ରେମ ପାଇଁ ସେମାନେ କିଛି ବି କରିବା ପାଇଁ ଏବେ ପ୍ରସ୍ତୁତ ମଧ୍ୟ ରହିଥାନ୍ତି । ମିଡିଆରେ ମଧ୍ୟ ପ୍ରାୟତଃ ପ୍ରତିଦିନ ଏହି ଦୁଇ ଜଣ ଙ୍କ ପ୍ରେମ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ଏମାନ ଙ୍କର ସବୁ ହରକତ କୁ ଲୋକମାନେ ଦେଖିବାକୁ ଇଚ୍ଛୁକ ଏବଂ ସେମାନେ କେଉଁଠି ଗଲେ କେମିତି ଗଲେ ଓ କଣ ପାଇଁ ଗଲେ ଆଦି ବିଷୟରେ ସମସ୍ତେ ନଜର ରଖିଥାନ୍ତି ।

କିନ୍ତୁ ବିରାଟ ଙ୍କର ବିବାହ ପାଇଁ ପ୍ରଥମ ପସନ୍ଦ ଅନୁଷ୍କା ନ ଥିଲେ । ଏବଂ ଅନୁଷ୍କା ଙ୍କ ପୂର୍ବରୁ ବିରାଟ ଙ୍କର ହୃଦୟ ବହୁତ ଅଭିନେତ୍ରୀ ଙ୍କ ପାଇଁ ଧକ ଧକ ମଧ୍ୟ ହୋଇଛି । କିନ୍ତୁ ଛୋଟ ବେଳୁ ବିରାଟ ଜଣେ ଅଭିନେତ୍ରୀ ଙ୍କୁ ବହୁତ ପସନ୍ଦ କରୁଥିଲେ ।

ଏବଂ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ତାଙ୍କ ପ୍ରେମ ଅଧା ରହିଗଲା କାରଣ ସେହି ଅଭିନେତ୍ରୀ ଜଣଙ୍କ ଅନ୍ୟ କାହାକୁ ବିବାହ କରିଦେଲେ । ତେବେ ସେ ଅଭିନେତ୍ରୀ ଜଣଙ୍କ କିଏ ଯିଏ ବିରାଟଙ୍କ ନିଦ ହଜେଇ ଦେଇଥିଲେ ସେ ଅଭିନେତ୍ରୀ ଜଣଙ୍କ ହେଲେ ବଲିଉଡ ର ସଫଳ ଓ ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୂର ।

କରିସ୍ମା କପୂର ବିରାଟଙ୍କ ପ୍ରଥମ ପସନ୍ଦ ଥିଲେ । କରିସ୍ମା ନବେ ଦଶକ ର ସବୁଠୁ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀ ଥିଲେ । କରିସ୍ମା ଙ୍କ ପ୍ରଥମ ସିନେମା ହେଉଛି ‘କଏଦୀ’ ଏହି ସିନେମା ମାଧ୍ୟମ ରେ କରିସ୍ମା ବଲିଉଡ ରେ ପାଦ ରଖିଥିଲେ । କରିସ୍ମା ନିଜର ସୁନ୍ଦର ଅଭିନୟ ଓ ନିଜର ସୌନ୍ଦର୍ଯ୍ୟ ରେ ଦର୍ଶକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇଥିଲେ । ଏବଂ ଗୋବିନ୍ଦା ଙ୍କ ସହ ତାଙ୍କ ଯୋଡି ସବୁଠୁ ସୁନ୍ଦର ଲାଗୁଥିଲା ଓ ଦର୍ଶକ ମାନେ ଏହି ଯୋଡି କୁ ବହୁର ପସନ୍ଦ ମଧ୍ୟ କରିଥିଲେ । ଏହି ଯୋଡି ନିଜର ସମସ୍ତ ସିନେମା ସୁପରହିଟ ହେଉଥିଲା ଏବଂ ହାଉସ ଫୁଲ ମଧ୍ୟ ରହୁଥିଲା ।

ସେ ସମୟରେ ଲକ୍ଷ ଲକ୍ଷ ଲୋକ କରିସ୍ମା ଙ୍କ ପାଇଁ ପାଗଳ ଥିଲେ । ଏବଂ ସେଥି ମଧ୍ୟରୁ ବିରାଟ ମଧ୍ୟ କରିସ୍ମା ଙ୍କ ପାଇଁ ପାଗଳ ଥିଲେ । ବିରାଟ କରିସ୍ମା ଙ୍କର ସବୁ ସିନେମା କୁ ଦେଖନ୍ତି । କିନ୍ତୁ ବିରାଟଙ୍କ ହୃଦୟ ସେବେ ଭାଙ୍ଗିଗଲା ଯେବେ କରିସ୍ମା ବ୍ୟବସାୟୀ ସଞ୍ଜୟ ଙ୍କ ସହ ବିବାହ କରିଥିଲେ । କିନ୍ତୁ ୨୦୧୬ ରେ ଏମାନଙ୍କର ଛାଡପତ୍ର ହୋଇ ଯାଇଥିଲା । ଅନୁଷ୍କା ଙ୍କ ପୂର୍ବରୁ ବିରାଟଙ୍କ ନାମ ବହୁତ ଜଣ ଅଭିନେତ୍ରୀ ଙ୍କ ସହ ଯୋଡ଼ା ଯାଇଥିଲା । କିନ୍ତୁ ବିରାଟ ଅନୁଷ୍କା ଙ୍କ ସହ ବିବାହ କରି ସବୁ ମିଥ୍ୟା କୁ ଖଣ୍ଡନ କରିଥିଲେ ।

ବିରାଟ ଓ ଅନୁଷ୍କା ଦୁଇ ଜଣ ଙ୍କୁ ଅନେକ ସମୟରୁ ଏକାଠି ରହୁଥିଲେ ଏବଂ ୨୦୧୭ ଡିସେମ୍ବର ୧୧ରେ ସେମାନେ ଦୁଇ ଜଣ ଇଟାଲୀ ରେ ନିଜ ପରିବାର ଲୋକଙ୍କ ଉପସ୍ଥିତି ରେ ବିବାହ କରିଥିଲେ । ଏବଂ ଏବେ ସେ ଏକ କନ୍ୟା ସନ୍ତାନ ର ମାତା ପିତା ମଧ୍ୟ ହୋଇ ଗଲେଣି ଏବଂ ଏବେ ସେମାନେ ବହୁତ ଖୁସି ରେ ମଧ୍ୟ ଅଛନ୍ତି ।
ଆମେ ଆଶା କରୁଛୁ ଆପଣଙ୍କୁ ଏହି ବିଷୟରେ ଆଲୋଚନା ଟି ପସନ୍ଦ ଆସିଥିବ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *