Varsha-Anubhav ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ବିବାହ ଓ ନିଜ ଲଭ ଅଫେୟାର ପାଇଁ ମଧ୍ୟ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଅନୁଭବ ଓ ବର୍ଷା ଏକା ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରନ୍ତୁ । ବନ୍ଧୁଗଣ ଅନୁଭବ ଓ ବର୍ଷା ପରସ୍ପର ସହ ପ୍ରେମ ବିବାହ କରିଥିଲେ । ହେଲେ ଗତ କିଛି ମାସ ହେବ ଏହି ଦୁଇଜଣଙ୍କ ପାରିବାରିକ ବିବାଦର ଖବର ସାମ୍ନାକୁ ଆସୁଛି । ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିବାରୁ ଅନୁଭବ ପାରିବାରିକ ଅଦାଲାତରେ ବିଚାର ଲାଗି ଆବେଦନ କରିଥିଲେ ହେଲେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ।

ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନକୁ ହାଇ କୋର୍ଟ ଅନ୍ତ ଘଟାଇଛନ୍ତି । ତ୍ଵରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ଏହି ମାମଲାର ଅନ୍ତ ଘଟିଛି । ପ୍ରଥମେ ଏହି ମାମଲାଟି ଦିଲ୍ଲୀର ପଟିଆଲା ହାଉସରେ ଆରମ୍ଭ ହୋଇଥିଲା । ଦିଲ୍ଲୀ ସୁପ୍ରିମ କୋର୍ଟ ନିର୍ଦେଶରେ ଏହି ମାମଲାଟି କଟକ ଅଦାଲତକୁ ଆସି ଥିଲା ।

ଏହା ପରେ ଅଦାଲତ ଅନୁଭବ ଓ ବର୍ଷାଙ୍କୁ ଆପଶ ବୁଝାବଣା ପାଇଁ କିଛି ସମୟ ଦେଇଥିଲା । ହେଲେ ବର୍ତ୍ତମାନ ଏହି ପାରିବାରିକ ମାମଲାରେ ଅନ୍ତ ଘଟିଛି । ଆଗକୁ ଏହା ବିଷୟରେ ଅନେକ ସୂଚନା ଆପଣ ମାନେ ଜାଣିବାକୁ ପାଇବେ । ତା ହେଲେ ବନ୍ଧୁଗଣ ଏହି ଖବର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *