‘ଅଣ୍ଟିବନି ୧୭ ହଜାର’, ହାଇକୋର୍ଟ ର ରାୟ ଆସିବା ପରେ ଶୁଣନ୍ତୁ ଏ ନେଇ କଣ କହୁଛନ୍ତି Tapaswini ଙ୍କ ଓକିଲ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁ ମାମଲାରେ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଓଡ଼ିଶା ହାଇକୋର୍ଟ । ପ୍ରତି ମାସ ୧୦ ତାରିଖରେ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରୀ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଛି । ତେବେ ଭରଣପୋଷଣା ବାବଦକୁ ତପସ୍ୱିନୀଙ୍କୁ ପ୍ରତିମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଟଙ୍କା ଓ  ଶାଶୂ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଗଞ୍ଜାମ ଜିଲ୍ଲା ଓ ଦୌରାଜଜ୍‌ ।

କୋର୍ଟଙ୍କ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସୁମିତ । ଆଜି ଏହି ମାମଲାରେ ପ୍ରାରମ୍ଭିକ ରାୟ ପ୍ରକାଶ ପାଇଛି । ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ତପସ୍ୱିନୀଙ୍କୁ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଭରଣପୋଷଣ ବାବଦକୁ ତପସ୍ୱିନୀ କେତେ ଟଙ୍କା ନେବେ? ସେ ବାବଦରେ ପରବର୍ତ୍ତୀ ଶୁଣାଣିରେ ଧାର୍ଯ୍ୟ ହେବ ବୋଲି ଆଶା କରାଯାଉଛି ।

ତେବେ ନିଜକୁ ବୋହୂ ବୋଲି ଦାବି କରି ଡିମ୍ପଲ ଦାଶ ଓରଫ ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ଡାକ୍ତର ସୁମିତ ସାହୁଙ୍କ ପତ୍ନୀ । ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଘରେ ୬ ମାସ ଧରି ବୋହୂ ଭାବେ ବିତାଇଥିଲେ ବୋଲି ଡିମ୍ପଲ କହିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ,ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ । ତେବେ ଶେଷରେ ସ୍ୱାମୀ ଓ ସ୍ତ୍ରୀଙ୍କ କଳି କୋର୍ଟରେ ପହଞ୍ଚିଥିଲା । ଏସଡ଼ିଜେଏମ ମାମଲାକୁ ବିଚାର କରି ଡାକ୍ତର ସୁମିତ ଓ ତପସ୍ୱିନୀ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଘରଠାରୁ ବାହାରେ ରହିବା ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଉଭୟ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ୭ ଦିନ ଧରି ରହିଥିଲେ । ହେଲେ କଳି ସମାଧାନ ହୋଇନଥିଲା । ୭ ଦିନ ପରେ ହଠାତ୍‌ ସୁମିତ କେଉଁ ଆଡ଼େ ଚାଲି ଯାଇଥିଲେ । ଯାହାକୁ ନେଇ ତପସ୍ୱିନୀ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜା ଖୋଜି ପରେ ସୁମିତଙ୍କ ପତ୍ତା ମିଳିଥିଲା । ଏହା ପରେ ମାମଲା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟକୁ ଯାଇଥିଲା ।

କୋର୍ଟ ମାମଲାକୁ ବିଚାର କରି ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦକୁ ୧୭୦୦୦ ଟଙ୍କା ଓ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ଡାକ୍ତର ସୁମିତ ସାହୁ । ତେବେ ଏହା ପରେ ମଧ୍ୟ ତପସ୍ୱିନୀ ଙ୍କ ତରଫରୁ ଏହା ଅଭିଯୋଗ ଆସୁଛି କି ତପସ୍ୱିନୀ ଙ୍କୁ ମାସକୁ ୧୭ ହଜାର ଟଙ୍କା ଅଣ୍ଟିବନି ଏବଂ ସୁମିତ ଙ୍କ ଷ୍ଟାଟସ ଅନୁସାରେ ତପସ୍ୱିନୀ ଙ୍କୁ ଆହୁରି ଅଧିକ ଟଙ୍କା ଦିଆ ଯାଉ ବୋଲି ଦାବି କରାଯାଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *