Ankita ଙ୍କ ସାନ ଭଉଣୀ Ashita ଙ୍କ ସୁନ୍ଦରତାକୁ ଦେଖି ଦିବାନା ହେଲେ ଫ୍ୟାନ୍ସ, ଖୁବ ଶୀଘ୍ର ଆକଟିଂ ରେ କରିବାକୁ ଯାଉଛନ୍ତି ଡେବ୍ୟୁ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା ପରଠାରୁ ଅଙ୍କିତା ଲୋଖଣ୍ଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଅଙ୍କିତା ସୁଶାନ୍ତଙ୍କ ପରିବାରକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ସେ ସବୁବେଳେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି। ଏଥିରେ ଅଙ୍କିତାଙ୍କୁ ତାଙ୍କ ପରିବାର ବ୍ୟତୀତ ବୟଫ୍ରେଣ୍ଡ ବିକି ଜୈନ ଓ ତାଙ୍କ ପରିବାରର ବି ସପୋର୍ଟ ମିଳୁଛି । ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଅଙ୍କିତା ସୋସିଆଲ ମିଡିଆରେ ବହୁତ ସକ୍ରିୟ ହୋଇ ଯାଇଛନ୍ତି ଓ ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ସେୟାର କରୁଛନ୍ତି ।

ଏହି ସମୟରେ ଅଙ୍କିତା ସୋସିଆଲ ମିଡିଆରେ ତାଙ୍କ ଭଉଣୀର କିଛି ଫଟୋ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେବାରେ ଲାଗିଛି । ଅଙ୍କିତା ଲୋଖଣ୍ଡେଙ୍କ ଭଉଣୀର ନାମ ଅଶିତା ଅଟେ । ଅଶିତା ମଧ୍ୟ ତାଙ୍କ ଭଉଣୀ ପରି ସୁନ୍ଦରତାରେ କିଛି କମ ନୁହଁନ୍ତି । ଅଙ୍କିତା ଏହି ସବୁ ଫଟୋ ମାଧ୍ୟମରେ ଅଙ୍କିତା ଘୋଷଣା କରିଛନ୍ତି କି ତାଙ୍କ ଭଉଣୀ ଖୁବ୍ ଶୀଘ୍ର ଆକଟିଂ ଦୁନିଆରେ ପାଦ ଦେବେ। ଅଙ୍କିତାଙ୍କ ଭଉଣୀ ଅଶିତା ମଧ୍ୟ ଅଭିନୟରେ କ୍ଯାରିୟର ଗଢିବାକୁ ଇଛୁକ ଅଛନ୍ତି ।

 

ଅଶିତାଙ୍କ ପାଇଁ ଲେଖିଲେ ଏକ ସୁନ୍ଦର ପୋଷ୍ଟ

ଏହି କଥାର ସୁଚାନା ନିଜେ ଅଙ୍କିତା ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ଅଶିତା ହେଉଛନ୍ତି ଅଙ୍କିତାଙ୍କର କଜିନ ସିସ୍ଟର । କଜିନ ସିସ୍ଟର ହୋଇଥିଲେ ମଧ୍ୟ ଅଶିତା ଅଙ୍କିତାଙ୍କର ଅତି ନିକଟତର । ନିଜ ଭଉଣୀ ଠାରୁ ମଧ୍ୟ ଅଧିକ ଭଲ ପାଇବା ଦୁହିଁଙ୍କ ମଧ୍ୟରେ ଅଛି । ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭଉଣୀର ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଛନ୍ତି।

ଅଙ୍କିତା ଅଶିତାଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଶେଷରେ ତୁ ତାହା ହିଁ କରୁଛୁ ଯାହା ତୁ ସବୁବେଳେ କରିବାକୁ ଚାହୁଁଥିଲୁ ଆଶୀ ଓ ମୁଁ ତୋ ପାଇଁ ବହୁତ ଗର୍ବିତ ଅଟେ ବେବୀ । ଏକ ନୂଆ ଜର୍ନୀ ଆରମ୍ଭ ହୋଇ ସାରିଛି ଓ ମୁଁ ପ୍ରାର୍ଥନା କରୁଛି କି ତୁ ତୋର ସବୁ ସ୍ୱପ୍ନ ପୂରଣ କର ଆଶୀ ।

ଅଙ୍କିତା ଆହୁରି ମଧ୍ୟ ଲେଖିଛନ୍ତି, “ନିଜ ପିତାମାତାଙ୍କୁ ନିଜ ପାଇଁ ଗର୍ବିତ ଅନୁଭବ କରାଅ, ମୁଁ ଯାହା ଜାଣିଛି ତୁ କରି ପାରିବୁ ମୋର ଆସନ୍ତା ସୁପରମଡେଲ । ନିଜର ନୂଆ ଜର୍ନୀ କୁ ଭଲ ଭାବେ ଏଞ୍ଜୟ କର । ଡରିବୁ ନାହିଁ, କେବେ ମଧ୍ୟ ହାର ମାନିବୁ ନାହିଁ, କୌଣସି ବି ପରିସ୍ଥିତିରେ ପଛକୁ ହଟିବୁ ନାହିଁ । ନିଜର ହସ ହସ ଚେହେରା ସହିତ ଆଗକୁ ବଢିବୁ । ସବୁ ମନେ ରଖିବୁ କି ମୁଁ ତୋ ସହିତ ଅଛି, ଯେତେବେଳେ ବି ତତେ ମୋର ଆବଶ୍ୟକ ପଡିବ”

ଭଉଣୀ ଦେଲା ରିପ୍ଳାଏ

ଅଶିତାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଅଙ୍କିତାଙ୍କ ପ୍ରଶଂସକମାନେ ଅଶିତାଙ୍କ ସୁନ୍ଦରତାକୁ ବହୁତ ପ୍ରଶଂସା କରୁଛନ୍ତି । ଏହି ସମୟରେ କିଛି ଲୋକ ତାଙ୍କୁ ଅଙ୍କିତାଙ୍କ ଅପେକ୍ଷା ସୁନ୍ଦର କହୁଛନ୍ତି । କେହି କେହି କହୁଛନ୍ତି ଯେ ଅଶିତା ଠିକ୍ ଅଙ୍କିତା ପରି ଦେଖାଯାଉଛନ୍ତି। ଭଉଣୀଙ୍କ ପୋଷ୍ଟରେ ରିପ୍ଳାଏ ଦେଇ ଅଶିତା କୁହନ୍ତି, ‘ ସବୁବେଳେ ମୋ ଉପରେ ଭରସା ରଖିଥିବାରୁ ଟ୍ୟାଙ୍କ ୟୁ ମିଣ୍ଟି ଦି ।

ତୁମେ ମୋର ପ୍ରେରଣା ଏବଂ ମୁଁ ତୁମକୁ ବହୁତ ଭଲ ପାଏ । ମୋତେ ମୋର କ୍ଷମତା ବିଷୟରେ କହିଥିବାରୁ ବହୁତ ଧନ୍ୟବାଦ” । ନିଜ ଭଉଣୀଙ୍କ ପାଇଁ ଅଙ୍କିତାଙ୍କର ଏହି ପୋଷ୍ଟକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ସେମାନେ ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *