ବର୍ତ୍ତମାନ କରୋନା ମହାମାରୀର ଭୟଙ୍କର କୋପ ହେତୁ ଦେଶର ସ୍ଥିତି ବହୁତ ଖରାପ ହୋଇଛି । ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଅତି ତୀବ୍ର ଗତିରେ ସଂକ୍ରମଣ ହେଉଛି
ଓ ହଜାର ହଜାର ଲୋକଙ୍କର ପ୍ରାଣ ନେଇ ସାରିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ଦେଶରେ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ବନ୍ଧୁଗଣ ଏହି ଭାଇରସଟି ସିଧା ସଳଖ ଫୁସଫୁସକୁ କ୍ଷତି ପହଞ୍ଚାଉଛି । ଯାହାଫଳରେ ଲୋକ ମାନଙ୍କୁ ନିଶ୍ଵାସ ନେବାରେ ବହୁତ ଅସୁବିଧା ହେଉଛି ।

ବନ୍ଧୁଗଣ ଏହି ଭାଇରସର ସଂକ୍ରମଣ ପରେ ଶରୀରରେ ଆକ୍ସିଜେନର ସ୍ତର କମି ଯାଉଛି । ସାଧାରଣତଃ ଆପଣ ମାନେ ଚାହିଁଲେ ଆକ୍ସି ମିଟର ଦ୍ଵାରା ନିଜ ଶରୀରର ଅସ୍କିଜେନ ସ୍ତରକୁ ଚେକ କରିପାରିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଘରେ ରହି ଜାଣିପାରିବେ । ଏହି ସବୁ ଲକ୍ଷଣ ଶରୀରରେ ଅସ୍କିଜେନ ସ୍ତର କମ ହେବା ଦ୍ଵାରା ଦେଖା ଦେଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ, ଯାଇ କୌଣସି ମଣିଷ ଶରୀରରେ ଆକ୍ସିଜେନ ସ୍ତର କମ ଥାଏ ତା ହେଲେ ଓଠ ରଙ୍ଗରେ ପରିବର୍ତ୍ତନ ଦେଖା ଦେଇଥାଏ ଓ ଆପଣଙ୍କ ଓଠ ନୀଳ ହୋଇପାରେ ।

ଯାହାକୁ ସିଆନୋସିସ୍ ରୋଗର ନିରାକରଣ ଭାବରେ ମଧ୍ୟ ବିବେଚନା କରାଯାଇପାରେ । ଶରୀରରେ ଅମ୍ଳଜାନ ସ୍ତର ହ୍ରାସ ପାଇବା ମାତ୍ରେ ରୋଗୀର ଛାତିରେ ହଠାତ୍ ଯନ୍ତ୍ରଣା ହୋଇପାରେ । ନିଶ୍ୱାସ ନେବାରେ ଅସୁବିଧା । ଶରୀରରେ ଏକ ପ୍ରକାରର ଅସ୍ଥିରତା ଅନୁଭବ ହେବ । ଅମ୍ଳଜାନ ସ୍ତର କମ ହେଲେ ଅସହ୍ୟ ମୁଣ୍ଡବିନ୍ଧା ଆରମ୍ଭ ହେବ ଏବଂ କ୍ରମାଗତ କାଶ ଆଦି ହୋଇପାରେ ।

ଏହି ସବୁ ସମସ୍ୟା ହେବା କାରଣରୁ ରୋଗୀ କେତେକ ଅସୁବିଧାରେ ପଡିପାରେ । ତେଣୁ ବନ୍ଧୁଗଣ ଏଭଳି ପରିସ୍ଥିତିରେ ଆପଣ ମାନଙ୍କୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏହି ସବୁ ସମସ୍ୟା ହେବା ଦ୍ଵାରା ଆପଣ ମାନଙ୍କୁ ହସ୍ପିଟାଲରେ ଭର୍ତି ହେବାକୁ ପଡିପାରେ । ଯଦି ଆପଣ ମାନେ ସଠିକ ସମୟରେ ଏହାର ଚିକିତ୍ସା ନକରିବେ ତା ହେଲେ ଆଗାମୀ ସମୟରେ ଆପଣ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ବନ୍ଧୁଗଣ ଶରୀରରେ ଅସ୍କିଜେନ ସ୍ତରକୁ ବଢାଇବା ପାଇଁ ଆପଣ ମାନେ ନିୟମିତ ଭାବରେ ଦିନକୁ ଅଧ ଘଣ୍ଟା ପ୍ରାଣାୟମ ନିଷ୍କୟା କରନ୍ତୁ । ଏହା ସହିତ ଆପଣ ମାନେ ନିଜ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ତା ହେଲେ ବନ୍ଧୁଗଣ ଏହି ସବୁ ଲକ୍ଷଣ ଗୁଡିକୁ ଆଖି ଆଗରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ ।
ଯଦି ଆପଣ ମାନଙ୍କର ଏହି ସବୁ ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ମାନେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

