ନମସ୍କାର ବନ୍ଧୁଗଣ କର୍ଣ୍ଣାଟକ ର ପରିବହନ ବିଭାଗ ର ଅଧିକାରୀ ମାନେ ସୋମବାର ଦିନ ବଡ଼ କାର୍ଯ୍ୟବାହି କରିଛନ୍ତି । ସେମାନେ ରୋଲସ ରାୟସ୍,ଫେରାରୀ ଭଳି ଦଶ ରୁ ଅଧିକ ବଡ଼ ଦାମୀ କାର କୁ ଜବତ କରାଯାଇଛି । ଏହି ଗାଡି ମାନଙ୍କ ଭିତରୁ ଗୋଟିଏ ଗାଡି ହେଉଛି ଅମିତାଭ ଵଚନ ଙ୍କ ର । କର୍ଣ୍ଣାଟକ ର ପରିବହନ ବିଭାଗ ଟାକ୍ସ ନ ଦେବା କାରଣ ଯୋଗୁଁ ଏବଂ ଏହାର ଗାଡିର କାଗଜ ପତ୍ର ମଧ୍ୟ କିଛି ଠିକ ନଥିବାରୁ ଏହି ଗାଡି ଗୁଡିକ କୁ ଜବତ କରାଯାଇଛି । ଏହି ପରିବହନ ବିଭାଗ ଏବଂ ପୋଲିସ ର ସହାୟତା ନେଇ ୧୦ ରୁ ଅଧିକ ଗାଡି ଗୁଡିକ କୁ ଜବତ କରାଯାଇଛି ।
ଅଧିକାରୀ ମାନେ ସହରର ନିୟମ ଭାଙ୍ଗିବା,ଜାଲି ଦସ୍ତାବିଜ ର ପ୍ରୟୋଗ, ବିନା ରୋଡ଼ ଟାକ୍ସ ଦେଉଥିବା ଗାଡି ର ମାଲିକ ଙ୍କ ଉପରେ ଏହି କାର୍ଯ୍ୟବାହି କରାଯାଇଛି । ପୋଲିସ ଏହି ସବୁ ଦାମୀ ଗାଡିର ନମ୍ବର କୁ ନୋଟ କରିବା ସହିତ ସମସ୍ତ ଦସ୍ତାବିଜ କୁ ମଧ୍ୟ ଯାଞ୍ଚ କରିଛି । ତେବେ ଏହି ସବୁ ଜାଞ୍ଚ ରେ ନକଲି କାଗଜ ପତ୍ର ମଧ୍ୟ ମିଳିଛି । ତେବେ ଏହି ସବୁ ଭିତରେ ଅମିତାଭ ଙ୍କ ନାମ କିପରି ଯୋଡି ହୋଇଗଲା ।
ତେବେ ଅମିତାଭ କିଛି ବର୍ଷ ପୂର୍ବେ ନିଜର ରୋଲ ରୟାଲସ ଗାଡି କୁ ଜଣେ ବ୍ୟକ୍ତି ଙ୍କୁ ବିକି ଦେଇଥିଲେ ଯାହାକି ତାଙ୍କୁ ସିନେମା ନିର୍ମାଣ କର୍ତା ବିଧୁ ବିନୋଦ ଚୋପ୍ରା ଉପହାର ଦେଇଥିଲେ । ତେବେ ସୂଚନା ଅନୁଯାୟୀ ଅମିତାଵ ୟୁଶୂଫ ନାମକ ଜଣେ ବ୍ୟକ୍ତି ଙ୍କୁ ଏହି ଗାଡି କୁ ୬ କୋଟି ରେ ବିକ୍ରି କରି ଦେଇଥିଲେ ଯେବେକି ଏହି ଗାଡିର ଦାମ ହେଉଛି ୩.୫ କୋଟି ଟଙ୍କା । ତେବେ କିନ୍ତୁ ୟୁଶୂଫ ଦସ୍ତାବିଜ ରେ ମାଲିକ ଭାବେ ନିଜର ନାମ ଲେଖି ନାହାନ୍ତି ।
ଯେବେ ଏମଜି ରୋଡ଼ ରେ ତାଙ୍କ ଡ୍ରାଇଭର ଏହି ଗାଡି କୁ ପାର୍କ କରିବା ପରେ ପୋଲିସ ର ନଜର ରେ ପଡିବା ପରେ ଏହାକୁ ଜବତ କରି ନେଇଥିଲା ଏବଂ ସବୁ ଦସ୍ତାବିଜ ଜାଞ୍ଚ ଏବଂ ଟାକ୍ସ ଭର୍ତିକରିବା ପରେ ହିଁ ଗାଡି ମିଳିବ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ବିଦେଶର ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ