ନମସ୍କାର ବନ୍ଧୁଗଣ ଆଜି କାଲି ଆମ ଦେଶ ନୁହେଁ ବରଂ ପୁରା ବିଶ୍ୱ ରେ ଏହି ମହାମାରୀ ର ଭୟ ରହିଛି । ଏହି ମହାମାରୀ ରେ ଅନେକ ଲୋକ ପୀଡିତ ହୋଇ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।
ଆଉ କିଛି ନିଜର ପ୍ରିୟ ଜନ ମାନଂକୁ ହରାଉ ଛନ୍ତି । ଏହି ମହାମାରୀ ର ନାମ ହେଉଛି କରୋନା । କରୋନା ସଂକ୍ରମଣ ବହୁତ ଶୀଘ୍ର ବ୍ୟାପିବାରେ ଲାଗୁଛି । ସେଥିପାଇଁ ସରକାର ଦେଶ ରେ ତାଲାବନ୍ଦ କରି ଦେଇଛନ୍ତି ଅର୍ଥାତ ଲକ ଡାଉନ । ଏବଂ ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ କୌଣସି ଭିଡ଼ ସ୍ଥାନ କୁ ଯାଆନ୍ତୁ ନାହିଁ କିମ୍ବା କୌଣସି ବାହାର ଲୋକଙ୍କ ସହ ମିଶିବାକୁ ମଧ୍ୟ ମନା କରୁଛନ୍ତି । ଆପଣ ଯେତେ ସାମାଜିକ ଦୂରତା ବଜାୟ ରଖିବେ ଆପଣ ସେତେ ସୁରକ୍ଷିତ ହୋଇ ପାରିବେ ।
ସାମାଜିକ ଦୂରତା ଦ୍ୱାରା ଯଦି ଆପଣ କରୋନା ଭାଇରସ ରେ ସଂକ୍ରମିତ ହୋଇଛନ୍ତି ତେବେ ଆପଣ ଦୂରତା ରଖିଲେ ଅନ୍ୟ କୌଣସି ସୁସ୍ଥ ବ୍ୟକ୍ତି ଙ୍କ ପାଖକୁ ସେହି ଭାଇରସ ଯାଇ ପାରିବ ନାହିଁ । ତେଣୁ ଏହି କଥା ପ୍ରତି ଧ୍ୟାନ ଦେବା ନିଶ୍ଚିତ ଆବଶ୍ୟକ । ତେବେ ଏହି କରୋନା ଭାଇରସ ଟି କେଉଁଠାରୁ ଆସିଛି ଏବଂ ଏଥିପାଇଁ ଦୋଷୀ କିଏ ଏ ସବୁ ପ୍ରଶ୍ନ ସମସ୍ତଙ୍କ ହୃଦୟ ରେ ଉଙ୍କି ମାରୁଥିବ ତେବେ ଏହି ବିଷୟକୁ ନେଇ ଉହାନ ଲ୍ୟାବ ରେ କିଛି ପ୍ରମାଣ ମିଳିଛି ତେବେ ସେହି ପ୍ରମାଣ ଗୁଡିକ କଣ ଆସନ୍ତୁ ସେ ବିଷୟରେ ବିସ୍ତାର ପୁର୍ବକ ଆଲୋଚନା କରିବା ।
ଚିନ ର ଜୈବାସ୍ତ୍ର ଥିଲା କରୋନା ଭାଇରସ । ଲିକ ହୋଇଥିଲା ଉହାନ ଲ୍ୟାବ ରୁ । ଏହା ଜାଣିଥିଲେ ଆମେରିକା ର ମହାମାରୀ ବିଶେଷଜ୍ଞ ଡାକ୍ତର ଆନ୍ଥୋନି ଫାଉସୀ ଏବଂ ଆଉ ଅନ୍ୟ କିଛି ବରିଷ୍ଠ ବୈଜ୍ଞାନିକ ମାନେ । କିନ୍ତୁ ସେତେବେଳେ ସେମାନେ ତଥ୍ୟ ଲୁଚାଇ ଥିଲେ । ଫାଉସୀ ଙ୍କ ଇ-ମେଲ ବାର୍ତ୍ତାଳାପ ରେକର୍ଡ ହେବା ପରେ ତାଙ୍କୁ କାଠ ଗଡାକୁ ଟାଣି ଆଣିଛନ୍ତି ଡାକ୍ତର ଲି- ମେଙ୍ଗ ।
ଭାଇରସ ବ୍ୟାପିବା ସମୟରେ ଲ୍ୟାବ ରୁ ଲିକ ହୋଇଥିବା କଥା ଯେଉଁ ମାନେ ଉଠାଇ ଥିଲେ ସେମାନଙ୍କ ଭିତରୁ ଲି-ମେଙ୍ଗ ଅନ୍ୟତମ । ସେ ଏକ ଗଣମାଧ୍ୟମ କୁ ଡକାଇ ଏହି ବିଷୟରେ ସୂଚନା ଦେଇଥିଲେ । ଜେନେଟିକ ପଦ୍ଧତିରେ ଭାଇରସ ପ୍ରସ୍ତୁତ କରି ହେବ । ତେବେ ଏହି ସବୁ ବିଷୟରେ ଫାଉସୀ ଙ୍କୁ ଏବଂ ଅନ୍ୟ କିଛି ବିଶେଷଜ୍ଞ । କୁ ଜଣା ଥିଲା କିନ୍ତୁ ନିଜ ର ସ୍ୱାର୍ଥକୁ ଦେଖିସେମାନେ ଚୁପ ହୋଇ ଯାଇଥିଲେ ।
ପ୍ରଥମ ଭାଇରସ ଚିନ୍ହଟ ହେବା ପରେ ଫାଉସୀ ଙ୍କୁ ଫୋନ କରିଥିଲେ ଆଣ୍ଡ୍ରାସନ ଏବଂ କରୋନା ଭାଇରସ ଭିତରେ କଥା ହୋଇଥିଲେ । ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ସନ୍ଦେହ ଦୃଷ୍ଟି ରେ ଥିଲେ ଫାଉସୀ । ଏବଂ ପ୍ରେସିଡେନସିଆଲ କମିଶନ ଆଗରେ ତଥ୍ୟ ମାଗିବାର ଯୋଜନା ମଧ୍ୟ କରିଥିଲେ । ପ୍ରେସିଡେନ୍ସିଆଲ କମିଶନ ଗଠନ ଆଗକୁ ବଢିଥିଲା ଏବଂ ଚିନ କୁ ଦାୟୀ କରି କ୍ଷତିପୂରଣ ବିଲ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆ ଯାଇଥିଲା ।
ନିକଟରେ ପ୍ରକାଶ ପାଇଥିବା ଏକ ପୁସ୍ତକ ରେ ଏହା ଲିପିବଦ୍ଧ ହୋଇଛି । ତେବେ ଏହି କରୋନା ଭାଇରସ ବ୍ୟାପିବା ପୂର୍ବରୁ ହିଁ ଚୀନ କୋଭିଡ ଟୀକା ପ୍ରସ୍ତୁତ କରି ଦେଇଥିଲା ବୋଲି ଆମେରିକା ର ଅଧିକାରୀ ମାନେ ସେତେବେଳେ ସନ୍ଦେହ କରିଥିଲେ । ତେବେ ରାଷ୍ଟ୍ରପତି ବଦଳିବା ପରେ ବ୍ରାଇଡେନ ଙ୍କୁ ଚୀନ ସହ ମୁହାଁମୁହିଁ ହେବାକୁ ମନା କରା ଯାଇଥିଲା କାରଣ ଉହାନ ଲ୍ୟାବ ର ସତ୍ୟ ଆସିଲେ ଆମେରିକା ର ଫାଉସୀ ମଧ୍ୟ ନିରବ ରହି ସମାନ ଭାବେ ଦୋଷୀ ରହିବେ ।
ତେବେ ବର୍ତ୍ତମାନ ସାରା ବିଶ୍ୱ ର ନଜର ରହିଛି ଆମେରିକାର ଗୁଇନ୍ଦା ସଂସ୍ଥା ଉପରେ ନବେ ଦିନ ଭିତରେ ଭାଇରସ ର ଉତ୍ପତ୍ତି ସ୍ଥଳ ର ସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରାଇଡେନ । ତା ହେଲେ ବନ୍ଧୁଗଣ ଏହି ମା-ମ-ଲା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବେ ଧନ୍ୟବାଦ ।