ବର୍ତ୍ତମାନ ଆମେରିକା ର ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇ ଯାଇଛି ଓ ଡୋନାଲ୍ଡ ଟ୍ରମ୍ଫ ଙ୍କୁ ହରାଇ ଜୋ ୱାଇଡନ ହେଇଛନ୍ତି ଆମେରିକାର ନୂତନ ରାଷ୍ଟ୍ରପତି । ଆଜି ଆମେ ଏହି ଲେଖା ମାଧ୍ୟରେ ଆପଣଙ୍କୁ ଜଣାଇବୁ କି ଆମେରିକା ର ରାଷ୍ଟ୍ରପତି ହେବା ଦ୍ଵାରା କେଉଁ କେଉଁ ସବୁ ସୁବିଧା ମିଳିଥାଏ । ଆମେରିକାର ରାଷ୍ଟ୍ରପତି ହେବା କେବଳ ସମ୍ମାନର କଥା ନୁହେଁ, ବରଂ ଏହା ସହିତ ଅନେକ ସୁବିଧା ଓ ଭତ୍ତା ମଧ୍ୟ ମିଳିଥାଏ ।
ରାଷ୍ଟ୍ରପତିଙ୍କୁ ନା କେବଳ ପ୍ରତିବର୍ଷ 4,00,000 ଡଲାର (2,94,19,440 ଟଙ୍କା) ବେତନ ମିଳିଥାଏ, ବରଂ ଏହା ସହିତ ଗୋଟିଏ ଘର, ବ୍ୟକ୍ତିଗତ ବିମାନ ଓ ହେଲିକ୍ୟାପ୍ଟର ର ସୁବିଧା ମଧ୍ୟ ଅଛି । ଆମେରିକାର ରାଷ୍ଟ୍ରପତିଙ୍କୁ ବେତନ ବ୍ୟତୀତ 17 ପ୍ରକାରର ଅଲଗା ଲାଗା ଭତ୍ତା ମଧ୍ୟ ମିଳିଥାଏ । ଆସନ୍ତୁ ଜାଣିବା ଆମେରିକାର ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା ଓ ଭତ୍ତା ବିଷୟରେ ।
ହ୍ଵାଇଟ ହାଉସ୍ – ବର୍ଷ 1800 ପରେ ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଛି। ଛଅ ମହଲା ବିଶିଷ୍ଟ, 55,000 ବର୍ଗଫୁଟ ବିଶିଷ୍ଟ କୋଠାରେ 132 ଟି ରୁମ୍, 35 ଟି ବାଥରୁମ୍ ଏବଂ 28 ଫାୟାରପ୍ଲେସ୍ ସାମିଲ ଅଛି ।
ଏଥିରେ ଟେନିସ୍ କୋର୍ଟ, ଏକ ବୋଲିଂ ଏଲି, ଏକ ଫମିଲି ମୁଭି ଥିଏଟର, ଜଗିଂ ଟ୍ରାକ୍ ଏବଂ ଏକ ସୁଇମିଂ ପୁଲ୍ ମଧ୍ୟ ଅଛି । ହ୍ଵାଇଟ ହାଉସରେ ପାଞ୍ଚଜଣ ରୋଷେଇଆ, ସାମାଜିକ ସଚିବ, ଜଣେ ମୁଖ୍ୟ କ୍ଯାଲିଗ୍ରାଫର୍, ଫୁଲବାଲା, ବ୍ୟାଲେଟ୍ ଓ ବଟଲର ନିୟୋଜିତ ଅଛନ୍ତି।
ବ୍ଲେୟାର ହାଉସ୍
ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସରକାରୀ ରାଜ୍ୟ ଗେଷ୍ଟ ହାଉସ୍ ହ୍ଵାଇଟ ହାଉସ୍ ଠାରୁ 70,000 ବର୍ଗଫୁଟ ବଡ଼ ଅଟେ। ଏଥିରେ 119 ଟି ରୁମ ଅଛି, ଯେଉଁଥିରେ ଅତିଥି ଏବଂ କର୍ମଚାରୀଙ୍କ ପାଇଁ 20 ରୁ ଅଧିକ ବେଡରୁମ ସାମିଲ ଅଛି । ଏଥିରେ 35 ଟି ବାଥରୁମ, ଚାରୋଟି ଡାଇନିଂ ରୁମ, ଏକ ଜିମ୍, ଏକ ଫୁଲ ଦୋକାନ ଏବଂ ଏକ ହେୟାର ସେଲୁନ୍ ମଧ୍ୟ ଅଛି ।
କ୍ୟାମ୍ପ ଡେଭିଡ୍
1935 ରେ ପ୍ରତିଷ୍ଠିତ ଏହି ରାଷ୍ଟ୍ରପତି ପର୍ବତ 128 ଏକର ର ସମ୍ପତ୍ତି ଅଟେ । ଯାହା ମେରିଲ୍ୟାଣ୍ଡର ପର୍ବତ ମଧ୍ୟରେ ଅବସ୍ଥିତ । ଫ୍ରାଙ୍କଲିନ୍ ରୁଜବେଲ୍ଟଙ୍କ ପରଠାରୁ ପ୍ରତ୍ୟେକ ରାଷ୍ଟ୍ରପତି ଏହି ସୁବିଧା ର ବ୍ୟବହାର କରିଛନ୍ତି ।
ଏୟାର ଫୋର୍ସ ୱାନ
ଏହା ଆମେରିକାର ରାଷ୍ଟ୍ରପତିଙ୍କ ପରିବହନ ପାଇଁ ବନା ଯାଇଛି । ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ପଲ୍ସ ବିପକ୍ଷରେ ସୁରକ୍ଷା ପାଇଁ ବିମାନରେ ଅନ୍ୱାର୍ଡ୍ସ ଇଲେକ୍ଟ୍ରୋନିକ୍ସ ଅଛି । ଏଥି ସହ ଏହା ଉନ୍ନତ ସୁରକ୍ଷିତ ଉପକରଣ ସହିତ ସଜ୍ଜିତ ହୋଇଛି ଯାହା ଆକ୍ରମଣ ସମୟରେ ଏହାକୁ ମୋବାଇଲ୍ କମାଣ୍ଡ ସେଣ୍ଟର ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେଇଥାଏ । ବିମାନ ଉଡ଼ାଣ ସମୟରେ ମଧ୍ୟ ଇନ୍ଧନ ଭରା ଯାଇପାରିବ ।
ମେରିନ ୱାନ
ରାଷ୍ଟ୍ରପତିଙ୍କ ସରକାରୀ ଚପର ପାଞ୍ଚଟି ସମାନ ହେଲିକପ୍ଟର ସହିତ ଉଡିଥାଏ। ଏହା ଏକ ଉଦ୍ଧାର କାର୍ଯ୍ୟ ପରିଚାଳନା କରିପାରେ ଏବଂ ଇଞ୍ଜିନ ବିଫଳ ହେଲେ ମଧ୍ୟ 150 ମିଲିମିଟର ବେଗରେ କୃଜ୍ ସଞ୍ଚାଳିତ କରିପାରିବ । ଏହା ଆଣ୍ଟି ମିସାଇଲ୍ ସିଷ୍ଟମ୍ ଓ ବ୍ୟାଲିଷ୍ଟିକ୍ କବଚରେ ସଜ୍ଜିତ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ