ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କୋରନା ମହାମାରୀ ର ବିକଟ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଯାହାଦ୍ୱାରା ସରକାର ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହି ମହାମାରୀ ର ପ୍ରଭାବ ନ କମିବାରୁ ଲକଡାଉନ ମଧ୍ୟ ବଢ଼ିବାରେ ଲାଗିଛି ।
ଏହା ସହିତ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିଛି । ଶିକ୍ଷା ଅନୁଷ୍ଠାନ ବନ୍ଦ ହେବା କାରଣରୁ ବିଦ୍ୟାର୍ଥୀ ମାନଙ୍କ ପାଠପଢ଼ା ରେ କୁପ୍ରଭାବ ପଡୁଛି । ସରକାର ଏହି ସମୟ ରେ ଅନଲାଇନ କ୍ଳାସ ମାଧ୍ୟମରେ ପାଠପଢ଼ା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ କିଛି ବିଦ୍ୟାର୍ଥୀ ଏଭଳି ଅଛନ୍ତି ଯେଉଁ ମାନଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ । ଯାହାଦ୍ୱାରା ସେମାନେ ପାଠ ପଢ଼ିପାରୁ ନାହାଁନ୍ତି ଏବଂ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।
ସେହିଭଳି ପଞ୍ଚମ ଶ୍ରେଣୀ ରେ ପଢ଼ୁଥିବା ଜଣେ କୁନି ଝିଅ ତୁଳସୀ ଅନଲାଇନ କ୍ଳାସ କରିପାରୁ ନାହିଁ । କାରଣ ତା’ ପାଖରେ ସ୍ମାର୍ଟ ଫୋନ ତ ଦୂରର କଥା ସାଧାରଣ ଫୋନ ମଧ୍ୟ ନାହିଁ । ଅଭାବ ଅନଟନ ରେ ବଞ୍ଚୁଥିବା ଏହି ଝିଅ ଟି ପାଠପଢ଼ା ପାଇଁ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେଉଛି ।
ସମସ୍ତଙ୍କ ଭଳି ତୁଳସୀ ମନ ରେ ମଧ୍ୟ ଆଶା ଓ ସ୍ୱପ୍ନ ରହିଛି ଯେ ପାଠ ପଢିବ ଓ ବଡ଼ ମଣିଷ ହେବ । କିନ୍ତୁ ସ୍ମାର୍ଟ ଫୋନ ନଥିବାରୁ ପାଠପଢ଼ା ରେ ଅସୁବିଧା ହେଉଛି । କିନ୍ତୁ ଏହି କୁନି ଝିଅ ଟି ହାର ମାନି ନାହିଁ । ପାଠପଢ଼ା ପାଇଁ ସ୍ମାର୍ଟ ଫୋନ କିଣିବ ବୋଲି ରାସ୍ତା କଡ଼ ରେ ଆମ୍ବ ବିକୁଛି । ଏହି କାହାଣୀ ଟି ହେଉଛି ଝାଡ଼ଖଣ୍ଡ ରାଜ୍ୟ ର ଜାମସେଦପୁର ଅଞ୍ଚଳର ।
ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ମଣିଷ ପଣିଆ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରହିଛି । ବର୍ତ୍ତମାନ ଆଉ ଏହି କୁନି ଝିଅ କୁ ଆମ୍ବ ବିକିବାକୁ ପଡ଼ିବ ନାହିଁ । କାରଣ ପାଠପଢ଼ା ପାଇଁ ସଂଘର୍ଷ କରୁଥିବା ଏହି କୁନି ଝିଅ ପାଖରେ ଦେବଦୂତ ଭଳି ପହଞ୍ଚିଛନ୍ତି ଭେଲ୍ୟୁଏବଲ ଏଡ୍ୟୁଟେନ୍ମେଣ୍ଟ ପ୍ରାଇଭେଟ ଲିମିଟେଡ଼ ର ମ୍ୟାନେଜିଂ ଡ଼ାଇରେକ୍ଟର ଅମୟ ହେଡେ । ଝିଅ ଟି ର କଷ୍ଟ ଜାଣିବା ପରେ ଅମୟ ମାତ୍ର ୧୨ ଟି ଆମ୍ବ କୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ରେ କିଣିଛନ୍ତି ।
ଅର୍ଥାତ ସେ ଗୋଟିଏ ଆମ୍ବ କୁ ୧୦ ହଜାର ଟଙ୍କା ଦେଇ କିଣିଛନ୍ତି । ଅମୟ ଙ୍କ ଠାରୁ ସାହାଯ୍ୟ ପାଇବା ପରେ କୁନି ଝିଅ ତୁଳସୀ ମୁହଁରେ ଫୁଟିଛି ହସ । ସେ ଗୋଟିଏ ସ୍ମାର୍ଟ ଫୋନ କିଣିଛି ଏବଂ ବର୍ତ୍ତମାନ ପ୍ରତିଦିନ ଅନଲାଇନ କ୍ଳାସ କରୁଛି । ତେବେ ଅମୟ ଙ୍କ ଏହି ଉଦାରପଣିଆ ସମାଜ ଆଗରେ ଏକ ବଡ଼ ଉଦାହରଣ ସାଜିଛି । ଏହି କୋରନା କାଳରେ ତାଙ୍କ ଭଳି ଯଦି କିଛି ଲୋକ ଅସହାୟ ଙ୍କୁ ସାହାଯ୍ୟ କରିବେ ତେବେ କିଛି ଲୋକ ଙ୍କ କଷ୍ଟ ଦୂର ହୋଇ ଯାଆନ୍ତା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।