ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ବଲିଉଡ ସିନେମା ଜଗତ ବହୁତ ଉଚ୍ଚ ସ୍ଥାନ ରେ ପହଞ୍ଚି ସାରିଲାଣି । ଏହାର ଶ୍ରେୟ କେବଳ ବଲିଉଡ ର ଉଚ୍ଚକୋଟୀର କଳାକାର ମାନଙ୍କୁ ଯାଉଛି । ବଲିଉଡ ର ଖିଲାଡି ଅକ୍ଷୟ କୁମାର ଙ୍କୁ ତ ଆପଣ ମାନେ ନିହାତି ଭାବରେ ଜାଣିଥିବେ ।
ଅକ୍ଷୟ କୁମାର ନିଜର ଅଭିନୟ ଦ୍ଵାରା ଭାରତ ତଥା ଭାରତ ବାହାର ର ବହୁତ ଲୋକ ଙ୍କ ର ମନ କୁ ଜିଣି ପାରିଛନ୍ତି । ଅକ୍ଷୟ କୁମାର ସାହାଯ୍ୟ କରିବା ମାମଲା ରେ ମଧ୍ୟ ସବୁବେଳେ ଆଗରେ ରହିଥାନ୍ତି । ତେବେ ବର୍ତ୍ତମାନ ଦେଖା ଯାଇଛି ଯେ ଅଣ୍ଡରଟେକର ତାଙ୍କୁ ଫା-ଇ-ଟ କରିବା ପାଇଁ ଚ୍ୟାଲେଞ୍ଜ କରିଛନ୍ତି ।
ଡବ୍ଲୁ ଡବ୍ଲୁ ଇ ରେସଲର ଅଣ୍ଡରଟେକର ଙ୍କୁ କିଏ ବା ନ ଜାଣିଛି । ଅଣ୍ଡରଟେକର ଏମିତି ଜଣେ ରେସଲର ଯିଏ ଡବ୍ଲୁ ଡବ୍ଲୁ ଇ ରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୨୫ ଥର ରୁ ୨୩ ଥର ରସଲ ମାନିଆ ଟାଇଟଲ ଜିତି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅଣ୍ଡରଟେକର ଙ୍କୁ ଦ ଗ୍ରେଟ ମ୍ୟାନ ଓ ଦ ବେଷ୍ଟ ମ୍ୟାନ ମଧ୍ୟ କୁହାଯାଏ ।
ଡବ୍ଲୁ ଡବ୍ଲୁ ର ଏହି ବେଷ୍ଟ ମ୍ୟାନ ବଲିଉଡ ର ଖିଲାଡି ଅକ୍ଷୟ କୁମାର ଙ୍କୁ ଫା-ଇ-ଟ ଚ୍ୟାଲେଞ୍ଜ କରିଛନ୍ତି । ଅଣ୍ଡରଟେକର ଙ୍କ ଏହି ଟ୍ୱିଟ ର ମଜାଳିଆ ଢଂଗ ରେ ଉତ୍ତର ରଖିଛନ୍ତି ଅକ୍ଷୟ କୁମାର । କିଛି ଦିନ ପୂର୍ବ ରୁ ତାଙ୍କ ଫିଲ୍ମ “ଖିଲାଡିୟୋ କା ଖିଲାଡି” କୁ ୨୫ ବର୍ଷ ପୂରି ଥିଲା । ଏହାକୁ ସେ ବେଶ ଧୁମଧାମରେ ପାଳନ କରିଥିଲେ ।
ଏହି ଫିଲ୍ମ ରେ ଅଣ୍ଡରଟେକର ଙ୍କୁ ନେଇ ଥିବା ଏକ ସିନ ର ମେମ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହୋଇଥିଲା । ଦର୍ଶକ ମାନେ ମଧ୍ୟ ଏହି ମେମ ରେ ଅକ୍ଷୟ କୁମାର ଙ୍କ ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରେ ଦର୍ଶକ ମାନେ ଅଣ୍ଡରଟେକର ଙ୍କ ସହିତ ଅକ୍ଷୟ ଙ୍କୁ ଲଢ଼ିବାର ଦେଖି ବହୁତ ଉତ୍ସାହିତ ହୋଇଥିଲେ । କିନ୍ତୁ ଅକ୍ଷୟ ଏହା ଟ୍ୱିଟ କରି କହିଥିଲେ ଯେ ସେ ବାସ୍ତବରେ ଅଣ୍ଡରଟେକର ନ ଥିଲେ ସେ ବ୍ରେନ ଷ୍ଟି ନାମକ ଜଣେ ବ୍ୟକ୍ତି ଥିଲେ ଯିଏ କି ଅଣ୍ଡରଟେକର ଙ୍କ ଭୂମିକା ରେ ଅବତୀର୍ଣ୍ଣ ହୋଇଥିଲେ ।
ଏହି ମେମ କୁ ନେଇ ଅଣ୍ଡରଟେକର ଅକ୍ଷୟ ଙ୍କୁ ଟ୍ୱିଟ କରି ଲେଖିଛନ୍ତି “ତୁମେ କେବେ ରିୟଲ ଫା-ଇ-ଟ ପାଇଁ ପ୍ରସ୍ତୁତ ହେଉଛ” । ଏହା ପରେ ଅକ୍ଷୟ ମଜାଳିଆ ଢଂଗ ରେ ଉତ୍ତର ଦେଇ କହିଥିଲେ “ପ୍ରଥମେ ମୁଁ ମୋର ଇନ୍ସୁରାନ୍ସ ପଲିସି ଚେକ କରିଦିଏ ତା ପରେ କହିବି” । ଏଭଳିଆ ମଜାଳିଆ ଉତ୍ତର ସହିତ ଏକ ସ୍ମାଇଲ ଇମୋଜି ମଧ୍ୟ ସେଣ୍ଡ କରିଛନ୍ତି ଅକ୍ଷୟ କୁମାର । ତେବେ ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ