ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ସମୟ ରେ ଆମ ଚାରି ପାଖରେ ଘଟୁଛି କିଛି ନା କିଛି ଘଟଣା ଓ ଦୁର୍ଘଟଣା । ସେହିପରି ଏକ ଘଟଣା ଘଟିଛି ମାତ୍ର ଅଳ୍ପ ଅସାବଧାନତା ଯୋଗୁଁ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ।
ଟାଇୱାନ୍ ରେ ପାଳନ ହୋଇଥିବା କାଇଟ ଫେଷ୍ଟିଭାଲ ରେ ଏଭଳି ଏକ ଅଘଟଣ ଘଟିଛି ଯାହା ସମସ୍ତଙ୍କୁ କାବା କରି ଦେଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗୁଡି ଉଡ଼ା ଉତ୍ସବ ରେ ବହୁତ ବଡ଼ ବଡ଼ ପ୍ରତିଯୋଗୀ ଭାଗ ନେଇଥାନ୍ତି । ଆକାଶ ରେ ବହୁତ ବଡ଼ ଆକାର ର ଗୁଡ଼ି ଉଡ଼ା ଯାଇଥାଏ । ସେହିପରି ଏକ ଗୁଡି ସହିତ ପିଲା ଟି ଆକାଶ ରେ ଉଡ଼ି ଗଲା ।
ଆଜ୍ଞା ହଁ ବନ୍ଧୁଗଣ ଏହି ସମ୍ବନ୍ଧରେ ଶୁଣି ଆପଣ ମାନେ ହୁଏତ ବିଶ୍ୱାସ କରିପାରୁ ନଥିବେ, କିନ୍ତୁ ଘ-ଟ-ଣା ଟି ସମ୍ପୂର୍ଣ୍ଣ ରୂପରେ ସତ୍ୟ ଅଟେ । ପିଲା ଟି ମାତ୍ର ୩ ବର୍ଷ ବୟସ ର । ସେହି ତିନି ବର୍ଷ ବୟସର ପିଲା ଟି କୁ ଗୁଡି ସହିତ ଉଡୁଥିବାର ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଗଲେ ।
୧୦୦ ଫୁଟ ଉପରେ ଗୁଡ଼ି ଟି ଉଡ଼ିବା ପରେ ଆସି ତଳକୁ ପଡ଼ିଲା । ପିଲା ଟି ତଳେ ପଡ଼ିବା ପୂର୍ବ ରୁ ସ୍ଥାନୀୟ ଲୋକେ ତାକୁ ଧରି ପକାଇଲେ । ଗୁଡି ର ଲାଂଜ ପିଲାଟି ର ଗୋଡ଼ ରେ ଗୁଡ଼ାଇ ହୋଇଯାଇଥିଲା । ସେଥିପାଇଁ ପିଲାଟି ମଧ୍ୟ ଗୁଡି ସହିତ ଆକାଶ ରେ ଉଡ଼ି ଯାଇଥିଲା । ଘଟଣା ଟି ଏତେ ଅଚାନକ ଘ-ଟି-ଲା ଯେ କେହି ଏହାର କଳନା ମଧ୍ୟ କରିପାରିଲେ ନାହିଁ । ଶୂନ୍ୟ ଆକାଶ ରେ ଗୁଡ଼ି ସହିତ ପିଲା ଟି କୁ ଉଡୁ ଥିବାର ଦେଖି ସ୍ଥାନୀୟ ଲୋକ କେବଳ ଚିତ୍କାର କରୁଥିଲେ ।
କିନ୍ତୁ ଲୋକ ମାନଙ୍କ ପାଖରେ ସେହି ପିଲା କୁ ବଞ୍ଚାଇବାର କୌଣସି ଉପାୟ ନଥିଲା । ଏହି ନାରଙ୍ଗୀ ରଙ୍ଗର ସାପ ଆକାର ର ଗୁଡି ଟି ପବନ ର ବେଗ ରେ ଯେତେ ଜୋରେ ଉଡୁଥାଏ ସେତିକି ଜୋରରେ ପିଲାଟି ମଧ୍ୟ ଦୋହଲୁ ଥାଏ । ପାଖରେ ଥିବା ଗଛ ସହିତ ପିଲା ଟି କେତେବେଳେ ହୁଏତ ପି-ଟି ହୋଇଯିବ ତାହା ସମସ୍ତଙ୍କ ମନ ରେ ଭୟ ସୃଷ୍ଟି କରିଥିଲା । ଲୋକମାନେ ମାତ୍ର ଆକାଶ ରେ ପିଲା ଟି କୁ ଦେଖି ଚିତ୍କାର କରୁଥିଲେ ଏବଂ ଭଗବାନ ଙ୍କୁ ପ୍ରାର୍ଥନା କରୁଥିଲେ । ଗୁଡ଼ି ର ଲାଂଜ ରେ ଫ-ସି ଯାଇ ଆକାଶ ରେ ଉଡୁଥିବା ପିଲାଟି ମଧ୍ୟ ଅସହାୟ ମନେ ହେଉଥିଲା ।
ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ପିଲା ଟି ଆକାଶ ରେ ଉଡ଼ିବାକୁ ଲାଗିଲା । ଗୁଡ଼ି ଟି ତଳକୁ ଖସିବା ପରେ ପିଲା ଟି ମଧ୍ୟ ତଳକୁ ସୁରକ୍ଷିତ ଭାବରେ ଖସି ଆସିଲା । ପିଲା ଟି ତଳକୁ ଆସିବା ପରେ ଯେପରି ସମସ୍ତଙ୍କ ପିଣ୍ଡ ରେ ପ୍ରାଣ ପଶିଲା ଏବଂ ସମସ୍ତେ ଆଶ୍ୱସ୍ତ ଅନୁଭବ କରିଲେ । ଏହି ଘଟଣା ପରେ ସେଠାରେ ଗୁଡ଼ି ଉଡ଼ା ତୁରନ୍ତ ବନ୍ଦ କରିଦିଆ ଯାଇଥିଲା । ସୂଚନାନୁସାରେ, ବହୁତ ଜୋରେ ପବନ ହେଉଥିବା କାରଣରୁ ପିଲାଟି ର ଗୋଡ଼ ରେ ଗୁଡ଼ି ଟି ଗୁଡ଼ାଇ ହୋଇଯାଇଥିଲା । ଯାହାଦ୍ୱାରା ଏପରି ଅ-ଘ-ଟ-ଣ ଘଟିଲା ।
ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।