ଆଜି ବି ରାଜେଶ୍ୱରୀ ମୋ ପାଖରେ ଅଛନ୍ତି, ବହୁତ ମନେପଡୁଛନ୍ତି, ଏମିତି କିଛି କହିଲେ ରାଜେଶ୍ଵରୀ ରାୟ ଙ୍କ ସ୍ଵାମୀ ।

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କର ସମସ୍ତଙ୍କର ମନେ ଥିବ ଅଭିନେତ୍ରୀ ରାଜେଶ୍ଵରୀ ରାୟ । ସେ କର୍କଟ ରୋଗରେ ପୀଡିତ ଥିବାରୁ ଗତ ବର୍ଷ ତାଙ୍କର ଦେହାନ୍ତ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ତାଙ୍କର ପୁରା ପରିବାର ଭାଙ୍ଗି ପଡିଥିଲେ । ଆଉ ଆଜି ବି ତାଙ୍କୁ ସମସ୍ତେ ତାଙ୍କୁ ବହୁତ ମନେ ପକାଉଛନ୍ତି । କେହି ବି ଆଜି ଯାଏଁ ରାଜେଶ୍ଵରୀ ଙ୍କୁ ଭୁଲିପାରି ନାହାନ୍ତି । ଏତେ କମ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରି କୁ ଚାଲି ଯାଇଛନ୍ତି ।

ଆଉ ଆଜିକୁ ବର୍ଷେ ପୁରିଲା ଅଭିନେତ୍ରୀ ରାଜେଶ୍ଵରୀ ରାୟ ଙ୍କ ମୃତ୍ୟୁ କୁ । ଆଜି ହେଉଛି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ । ଆଉ ଆଜି ତାଙ୍କ ସ୍ଵାମୀ ସଞ୍ଜୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ରାଜେଶ୍ଵରୀ ଙ୍କ ସ୍ଵାମୀ କହିଛନ୍ତି ଯେ “ସେ ମୋ ସହ ସବୁବେଳେ ଅଛି ମୁଁ ଅନୁଭବ କରେ । ବର୍ଷ ପୁରିଲାଣି ସତ କିନ୍ତୁ ଜଣା ପଡିଲା ନାହିଁ । ଏମିତି ଲାଗୁଛି ଯେମିତି ଦିନେ ଦୁଇ ଦିନ ହୋଇଛି ।

ଏମିତି ବି କହୁ ହେଉ ନାହିଁ ସେ ମୋ ପାଖରେ ନାହିଁ । କାରଣ ମୁଁ ଅନୁଭବ କରେ ସେ ମୋ ପାଖରେ ଅଛି । କୁଆଡେ ଯାଇନି ସେ ସବୁବେଳେ ମୁଁ ତାକୁ ମୋ ପାଖରେ ରଖିବୀ । ସେ ମୋ ପାଣ୍ଡ୍ୟା ଆଉ ମୁଁ ତା ପାଣ୍ଡା । ଏକୁଟିଆ ଆଗକୁ ବଢୁଛି । ସେ ମୋତେ କେବେ ମିସ କରିବାକୁ ଦେଉନି । ବେଳେବେଳେ ମୁଁ ହର୍ଟ ହୁଏ । ତାକୁ ମିସ କରେ ।

ମୁଁ ଆଉ ହାତକୁ ଦୁଇ ହାତ ହେବା କଥା କେବେ ଭାବି ବାକୁ ଚାହୁଁ ନାହିଁ । ରାଜେଶ୍ଵରୀ ର ଯେତେ ବି ସ୍ଵପ୍ନ ଥିଲା ତା ଭିତରେ ସବୁଠାରୁ ବଡ ସ୍ଵପ୍ନ ଥିଲା ମୋ ଭାଇ ର ବାହାଘର । କିନ୍ତୁ ହେଇ ପାରିଲା ନାହିଁ । ସେ ଯେଉଁଠି ଅଛି ସେଠି ଥାଇ ଦେଖିବ । ଭାଇ ର ବାହାଘର ବହୁତ ଜଲ୍ଦି ହେବ । ସବୁ ପୁରୁଣା ସ୍ମୂରତି ମୋର ମନେ ପଡେ । ଆମେ ଦୁହେଁ ସାଙ୍ଗ ଭଳି ଥିଲୁ ।

ଖୁସି ବି ଲାଗେ କିନ୍ତୁ କେବେ କେବେ ଦୁଃଖ ବି ଲାଗେ । ରାଜେଶ୍ଵରୀ ସ୍ଵପ୍ନ ଥିଲା କର୍କଟ ରୋଗୀଙ୍କର ସେବା କରିବା ପାଇଁ । ମୁଁ ମୋର ପାରୁ ଯାଏଁ ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବି । ବର୍ତ୍ତମାନ ମୁଁ ଅନୁଭବ କରି ପାରୁଛି ଅସହାୟ ଲୋକଙ୍କୁ ସାହାର୍ଜ୍ୟ କରି” । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *