Surya Kumar Yadav ଅଜବ ଗଜବ ବ୍ୟାଟିଂ ପାଇଁ ବଦଳିପାରେ କ୍ରିକେଟର ନିୟମ !

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଛୁ ଭାରତୀୟ କ୍ରିକେଟର ଉଦ୍ୟାମାନ ଯୁବ ତାରକା ସୂର୍ଯ୍ୟକୁମାର ଯାଦବ ଙ୍କ କଥା । ତାଙ୍କର ଆକ୍ରମଣାତ୍ମକ ଏବଂ ବିସ୍ଫୋରକ ବ୍ୟାଟିଂ ବର୍ତ୍ତମାନ କ୍ରିକେଟ ପଣ୍ଡିତ ମାନଙ୍କୁ ଚକିତ କରିଛି । ତାଙ୍କ ବ୍ୟାଟିଂ ଶୈଳୀ ଙ୍କୁ ବର୍ତ୍ତମାନ ଅନେକ ପୂର୍ବତ୍ତନ କ୍ରିକେଟର ତଥା ଅମ୍ପାୟର ମଧ୍ୟ ବିଶ୍ଳେଷଣ କରିବାରେ ଲାଗିଛନ୍ତି । ଚଳିତ ଟି-20 ବିଶ୍ଵକପରେ ସୂର୍ଯ୍ୟକୁମାର କିଛି ଏପରି ସର୍ଟ ଖେଳିଛନ୍ତି ଯାହା କ୍ରିକେଟ ବ୍ୟାକରଣର ବାହାରେ ବୋଲି କୁହାଯାଉଅଛି ।

ରବିବାର ଜିମ୍ବାଵେ ବିପକ୍ଷରେ ସୂର୍ଯ୍ୟଙ୍କ ବିସ୍ଫୋରକ ବ୍ୟାଟିଂ ର କିଛି ଫଟୋ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଅଛି । ଭାରତର ସ୍କୋର ୪ ୱିକେଟରେ ୧୦୪ ରନ ଥିବା ବେଳେ ଲାଗୁଥିଲା ୧୪୦ ରେ ସୀମିତ ରହିବ ଦଳୀୟ ସ୍କୋର । ମାତ୍ର ଏହି ସମୟରେ ଗିୟର ବଦଳାଇଥିଲେ ସୂର୍ଯ୍ୟ । ୨୫ ବଲ ରେ ସେ ଅପରାଜିତ ୬୧ ରନ କରିଥିବା ବେଳେ ଏଥିରେ ସାମିଲ ଥିଲା ୬ ଟି ଚଉକା ଏବଂ ୪ ଟି ବିଶାଳ ଛକା ।

ଆଉ ସୂର୍ଯ୍ୟ ଙ୍କର ଏହି ଦମଦାର ୱିନୀଙ୍ଗ୍ସ ବଳରେ ମୋଟ ୧୮୬ ରନ କରି ଜିମ୍ବାୱେ କୁ ବିଶାଳ ଟାର୍ଗେଟ ଦେଇପାରିଥିଲା ଟିମ ଇଣ୍ଡିଆ । ସବୁଠାରୁ ବଡ କଥା ହେଉଛି ଯେ ଏହି ମ୍ୟାଚରେ ସୂର୍ଯ୍ୟ କୁମାର କିଛି ଏହିଭଳି ସର୍ଟ ଖେଳିଥିଲେ ଯାହା କ୍ରିକେଟ ବିଶେଷଜ୍ଞ ଙ୍କୁ ଚକିତ କରିଥିଲା । ୱାଇଡ ବଲ କୁ ସେ ଯେଉଁଭଳି ଭାବରେ ୬ ଲଗାଇଥିଲେ, ତାହା ଅମ୍ପାୟର ଙ୍କୁ ମଧ୍ୟ ଦ୍ଵନ୍ଦରେ ପକାଇ ଦେଇଛି ।

ଟିମ ଇଣ୍ଡିଆର ସ୍କୋର ୧୮୦ ରନ ଥିବା ବେଳେ ଆଉ ମାତ୍ର ଗୋଟିଏ ବଲ ବାକିଥିଲା । ଏହି ବଲରେ ୱିକେଟ ନେବାକୁ ନଚେତ କମ ସେ କମ ରନ ଦେବାକୁ ଚାହୁଁଥିବା ଜିମ୍ବାୱେ ଦଳ ଟାଇଟ ଫିଲଡିଙ୍ଗ ସଜାଇ ଥିଲା । ୪ ଜଣ ଅଫ ସାଇଡ ରେ ୪ ଜଣ ଷ୍ଟମ୍ପ ପଛରେ ଏବଂ ଲଙ୍ଗରରେ ଜଣେ ଲଙ୍ଗଅଫରେ ଜଣେ ଫିଲଡର ରହିଥିଲେ । ଏହି ସମୟରେ କିଛି ଅଲଗା କରିବା ଚକରରେ ବୋଲର ଏକ ୱାଇଡ ବଲ ଫିଙ୍ଗି ଦେଇଥିଲେ ।

ମାତ୍ର ଅନ୍ୟ କେହି ହୋଇଥିଲେ ଏହି ବଲ କୁ ହୁଏତ ଛାଡି ଦେଇଥାନ୍ତେ । ମାତ୍ର ଅଫସାଇଡର ବହୁତ ବାହାରକୁ ଯାଉଥିବା ଏହି ବଲ କୁ ଖେଳିବାକୁ ସୂର୍ଯ୍ୟ କୁମାର ପ୍ରାୟ ୫ ଫୁଟ ପର୍ଯ୍ୟନ୍ତ ଷ୍ଟେପଆଉଟ କରିଯାଇଥିଲେ ଆଉ ଅନସାଇଡ ଗଲି ଉପର ଦେଇ ବାଉଣ୍ଡରୀ ବାହାରକୁ ପଠାଇଦେଇଥିଲେ । ତେବେ କିଛି କ୍ରିକେଟର କହିଛନ୍ତି ଯେ ସୂର୍ଯ୍ୟ ଙ୍କର ଏହିଭଳି ସଟ ବିଶ୍ଵକ୍ରିକେଟର ନିୟମ ବଦଳାଇବାକୁ ମଧ୍ୟ ବାଧ୍ୟ କରିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *