Anubhav ଓ Varsha ମାମଲାରେ ନୂଆ ମୋଡ, ଅନୁଭବଙ୍କୁ ଲାଗିଲା ବଡ ଝଟକା, ଦେଖନ୍ତୁ କେମିତି ଆଇନା ଦେଖେଇଦେଲେ ବର୍ଷା !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଫିଲ୍ମ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅନୁଭବ ମହାନ୍ତି । ଆପଣ ମାନେ ସମସ୍ତେ ଅନୁଭବଙ୍କର ଅନେକ ଫିଲ୍ମ ଦେଖିଥିବେ । ଅନୁଭବ ନିଜ ଦମଦାର ଅଭିନୟ ଓ ନିଜ ସୁପର ହିଟ ଫିଲ୍ମ ପାଇଁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଏବଂ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ଅନୁଭବ ଜଣେ ଅଭିନେତା ହେବା ସହ ବିଜେଡି ସାଂସଦ ମଧ୍ୟ ଅଟନ୍ତି ।

ହେଲେ ଗତ କିଛି ମାସ ହେବ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ଅନୁଭବ ଓ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା ଦୀର୍ଘ ଦିନ ଧରି ଚାଲି ଆସୁଛି । ଉଭୟ ପ୍ରେମ ବିବାହ କରିଥିଲେ ହେଲେ ବିବାହର କିଛି ବର୍ଷ ପରେ ଉଭୟ ଅଲଗା ହେବାକୁ ଚାହୁଁ ଛନ୍ତି କିନ୍ତୁ ଏହି ମାମଲାଟି କୋର୍ଟରେ ଚାଲିଥିବା ବେଳେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ।

ବନ୍ଧୁଗଣ ଏହି ବଡ ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀ ବିବାଦ ମାମଲାରେ ବର୍ଷାଙ୍କ ସ୍ପାଉସ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟଙ୍କ ହିତାଦେଶ ସହିତ ତିନି ଜଣଙ୍କୁ ଜବାବ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ଅନୁଭବ ମହାନ୍ତିଙ୍କୁ ନୋଟିସ ହୋଇଛି ।

ମାର୍ଚ୍ଚ ୧୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ବର୍ଷାଙ୍କ ଠାରୁ ସ୍ପାଉସ କାର୍ଡ ଫେରାଇ ନେବାକୁ ସଂସଦକୁ ଜଣାଇ ଥିଲେ ଅନୁଭବ ଏନେଇ ପାର୍ଲାମେଣ୍ଟ ସେକ୍ରେଟେରୀଏଟ ପକ୍ଷରୁ ବର୍ଷାଙ୍କୁ ନୋଟିସ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ ବର୍ଷା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *