ACF Soumyaranjan ଡେଥ ମିଷ୍ଟ୍ରି: ଅଡ଼ୁଆ ଖିଅ ପଛରେ ପୁରା ଟିମ୍, ସାମ୍ନାକୁ ଆସିଲା ବିଦ୍ୟାଙ୍କ ଡାଏରୀରୁ ନୂଆ ରହସ୍ୟ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏସସିଫ ସୌମ୍ୟ ଙ୍କ ମୃତ୍ୟୁ ବର୍ତ୍ତମାନ ଏକ ରହସ୍ୟ ପାଲଟି ଯାଇଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ, ସୌମ୍ୟ ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀ ଏକ ଚିଠି ଲେଖିଥିଲେ ।

ଯାହା ବର୍ତ୍ତମାନ ସାମ୍ବା କୁ ଆସିଛି । ଏହି ଚିଠି କୁ ପଢ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ତେବେ ବିଦ୍ୟା ଲେଖିଥିବା ଚିଠି ରେ ଏହା ଲେଖା ହୋଇଥିଲା ଯେ, ”ଭଗବାନ ମୋ ଦୁଷ୍ମନ କୁ ଏମିତି ଲୋକ ଗୋଟେ ନ ଦିଅନ୍ତୁ । ହେ ଭଗବାନ କିଛି ବି କରି ମୋର ଡିଭୋର୍ସ କରାଇ ଦିଅ । ଜୀବନ ସାରା ତୁମ ପାଖରେ ଋଣୀ ହୋଇ ରହିବି ।

ପୁରୀ ମନ୍ଦିର ରେ ଦାସୀ ହୋଇ ଜୀବନ ସାରା ସେବା କରିବି । କିନ୍ତୁ ପ୍ଲିଜ କିଛି ବି କରିକି ଡିଭୋର୍ସ କରାଇ ଦିଅ ।” ସୌମ୍ୟ ଙ୍କ ମୃତ୍ୟୁ ପଛରେ ବିଦ୍ୟା ଙ୍କ ହାତ ରହିଛି ବୋଲି ସନ୍ଦେହ କରାଯାଇଛି । ତାଙ୍କ ଦ୍ୱାରା ଲିଖିତ ଏହି ଚିଠି ଦେଖିବା ପରେ ଏହା ସ୍ପଷ୍ଟ ରୂପରେ ଜଣା ପଡୁଛି ଯେ, ସୌମ୍ୟ ଓ ବିଦ୍ୟା ଙ୍କ ମଧ୍ୟରେ ଥିବା ସମ୍ପର୍କ କିଭଳି ଥିଲା ।

ଗତକାଲି ସୌମ୍ୟ ଙ୍କ ବାସ ଭବନ ରୁ ଏହି ଚିଠି ଟି ମିଳିଛି ଯାହା ଚହଳ ସୃଷ୍ଟି କରିଛି । ଏହା ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯେତେ ବେଳେ ଏହି ସମ୍ବନ୍ଧରେ ସୌମ୍ୟ ଙ୍କ ପତ୍ନୀ ବିଦ୍ୟା ଙ୍କୁ ପଚରା ଯାଇଥିଲା ସେ ଉତ୍ତର ରେ କହିଥିଲେ ଯେ, ମନ ଖରାପ ଥିଲେ ଏଭଳି ଭାବନା ଆସିଯାଏ ।

ଏହି ଚିଠି ରୁ ଜଣା ପଡୁଛି ଯେ, ସେ ନିଜ ପତି ସୌମ୍ୟ ଙ୍କୁ କେତେ ମାତ୍ରାରେ ଘୃଣା କରୁଥିଲେ । ତେବେ ଅନ୍ୟ ପକ୍ଷରେ ବିଦ୍ୟା ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ସୌମ୍ୟ ଙ୍କ ପରିବାର ତରଫ ର ଓକିଲ । ବିଦ୍ୟା ଙ୍କୁ ଗିରଫ କରିବା ଦ୍ୱାରା ସବୁ କଥା ସ୍ପଷ୍ଟ ରୂପରେ ଜଣା ପଡିଯିବ ବୋଲି କହିଛନ୍ତି ଆଇନ ଜୀବୀ ପାର୍ଥ ସାରଥୀ ନାୟକ ।

ତେବେ ବିବାହ ର ମାତ୍ର ୬ ମାସ ପରେ ଜଣେ ପତ୍ନୀ ମନରେ ନିଜ ପତି ଙ୍କ ପାଇଁ ଏତେ ଘୃଣା ଭାବ କିପରି ଆସିଗଲା ଯାହାଦ୍ୱାରା ସେ ଚିଠି ଲେଖି ଭଗବାନ ଙ୍କ ଆଗରେ ଡିଭୋର୍ସ ପାଇଁ ଗୁହାରି କରୁଥିଲେ । ଏହି ଅଡ଼ୁଆ ଖିଅ ପଛରେ ବର୍ତ୍ତମାନ ପୋଲିସ ନିଜର ତଦନ୍ତ ଜାରି ରଖିଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *