ବନ୍ଧୁଗଣ ଆମେମାନେ ସମସ୍ତେ କେହି ନା କେହି ବଲିଉଡ୍ ଅଭିନେତା ବା ଅଭିନେତ୍ରୀଙ୍କ ର ଫାନ୍ ଅଟୁ । ଏବଂ ବନ୍ଧୁଗଣ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ କିଛି ଏମିତି ମଧ୍ୟ ଫାନ୍ ଅଛନ୍ତି ଯେଉଁମାନେ ବଲିଉଡ୍ ଅଭିନେତାଙ୍କ ପରି ଜୀବନ ଶୈଳୀରେ ବଞ୍ଚିବାକୁ ଚେଷ୍ଟା କରିଥାନ୍ତି । ବନ୍ଧୁଗଣ ଆପଣ ମାନେ ଶୁଣି କି ଆଶ୍ଚର୍ଯ୍ୟ ଚକିତ ହେବେ କି ଏହି ଦୁନିଆରେ କିଛି ଏମିତି ମଧ୍ୟ ବ୍ୟକ୍ତି ବିଶେଷ ଅଛନ୍ତି ଯେଉଁମାନେ ବଲିଉଡ୍ ଅଭିନେତା ବା ଅଭିନେତ୍ରୀଙ୍କ ପରି ଅବିକଳ ଦେଖିବାକୁ ହୋଇଥାନ୍ତି । ତେବେ ଆସନ୍ତୁ ଆଜି ଆପଣଙ୍କୁ ଆମେ ଏହି ଭଳି ଲୋକଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯିବା ଯେଉଁମାନେ ଅବିକଳ ବଲିଉଡ୍ ଅଭିନେତା ବା ଅଭିନେତ୍ରୀଙ୍କ ପରି ଦେଖିବାକୁ ଅଟନ୍ତି ।
୧. ରଣବୀର କପୂର୍ – ରଣବୀର କପୂର୍ , କପୂର୍ ପରିବାରର ରାଜ କୁମାର ଅଟନ୍ତି । କପୂର୍ ପରିବାର ଇଣ୍ଡିଆନ୍ ହିନ୍ଦୀ ଚଳଚ୍ଚିତ୍ର ଜଗତର ନିଅଁ ରଖିଥିଲେ କହିବା ଟା ଭୁଲ ହେବ ନାହିଁ । ତେବେ ରଣବୀର କାପୂର୍ ତାଙ୍କ ଫିଲ୍ମ୍ କ୍ୟାରିୟର ରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି , କିନ୍ତୁ ବନ୍ଧୁଗଣ ଆପଣ ମାନେ ଟିକେ ଏହି ମଡେଲ ଙ୍କୁ ଦେଖନ୍ତୁ ଯିଏକି ଅବିକଳ ରଣବୀର କପୂର୍ ଙ୍କ ଭଳି ଦେଖିବାକୁ ଅଟନ୍ତି । ଏହି ମଡେଲ ଙ୍କ ନାମ ହେଉଛି ଯୁନୈଦ୍ ଶାହ , ଏବଂ ସେ ଶ୍ରୀନଗର କାଶ୍ମୀର ଠାରେ ଜନ୍ମଗ୍ରହଣ କରିଥିଲେ ।
ଯେତେବେଳେ ତାଙ୍କର ଫଟୋ ଇଣ୍ଟର୍ନେଟ୍ ରେ ଆସିଥିଲା ସେହି ସମୟରେ ରଣବୀର କପୂର୍ ଙ୍କ ପିତା ରିଶୀ କାପୂର୍ ତାଙ୍କର ଟୁଇଟର ଆକାଉଣ୍ଟ୍ ରେ ଏହା ଟୁଇଟ୍ କରିଥିଲେ ଯେ ଯୁନୈଦ୍ ଶାହ ଅବିକଳ ତାଙ୍କ ପୁତ୍ର ରଣବୀର କପୂର୍ ଙ୍କ ଭଳି ଦେଖିବାକୁ ଅଟନ୍ତି । କିନ୍ତୁ ବନ୍ଧୁଗଣ ଆପଣ ମାନେ ଏହା ଶୁଣି ଦୁଃଖିତ ହେବେ ଯେ ଯୁନୈଦ୍ ଶାହ ୨୦୨୦ ବର୍ଷ ୧୬ ଜୁଲାଇ ରେ ଏକ ବଡ଼ ଧରଣର ହାର୍ଟ ଆଟାକ ରେ ମୃତ୍ୟୁ ବରଣ କରିଥିଲେ ।
୨. କ୍ୟାଟ୍ରିନା କୈଫ – ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ର ଜଗତର ସଫଳ ଅଭିନେତ୍ରୀ ଙ୍କ ତାଲିକାରେ କ୍ୟାଟରିନା କୈଫ ନିଜର ନାମ ପ୍ରତିଷ୍ଠିତ କରିଛନ୍ତି । କ୍ୟାଟ୍ରିନା କୈଫ ତାଙ୍କ ସୁନ୍ଦରତା ଏବଂ ହଟ୍ ଲୁ କ୍ ରେ ଦର୍ଶକ ମାନଙ୍କର ମନ ଲୁଟି ନେଇଛନ୍ତି । ଅଲିନା ଙ୍କୁ ଜଣ ସାଧାରଣ ଲୋକ ମାନେ ଦ୍ଵିତୀୟ କ୍ୟାଟରିନା କୈଫ ଭାବେ ଆଲୋଚିତ କରିଥାନ୍ତି ।
ତାଙ୍କୁ ସର୍ବ ପ୍ରଥମେ ଲୋକେ ଟିକ୍ ଟକ୍ ରେ ଦେଖିଥିଲେ , ଏହା ପରେ ସେ ଇନଷ୍ଟା ଗ୍ରାମ ରେ ବହୁତ୍ ଚର୍ତିତ ମଧ୍ୟ ହୋଇଥିଲେ ଏବଂ ଆଜି ତାଙ୍କ ଇନଷ୍ଟା ଆକାଉଣ୍ଟ୍ ରେ ଏକ ଲକ୍ଷରୁ ଉର୍ଦ୍ଧ ଫଲୋଅର୍ସ ହେଇଗଲେଣି । ଯଦି ଆପଣ ଅଲିନା ଏବଂ କ୍ୟାଟରିନା କୈଫ ଙ୍କ ଫଟୋ ଏକ ସହ ଦେଖିବେ , ଆପଣ ମାନେ ମଧ୍ୟ ଜାଣିପାରିବେ ଯେ ଏମାନଙ୍କ ମଧ୍ୟ ରେ କେତେ ସାମଞ୍ଜସ୍ୟ ରହିଛି।
୩. ସୁଶାନ୍ତ ସିଂ ରାଜପୁତ:- ସମସ୍ତଙ୍କ ହୃଦୟରେ ରାଜ କରନ୍ତି ସୁଶାନ୍ତ । ଦୁଃଖର ବିଷୟ ଯେ ସେ ଆଜି ଆମ ଭିତରେ ନାହାନ୍ତି । ସୁଶାନ୍ତ ନିଜର ସଫଳ କ୍ୟାରିଅର ଦ୍ଵାରା ନିଜର ପରିଚୟ ସୃଷ୍ଟି କରିଥିଲେ । ସୁଶାନ୍ତ ଙ୍କ ଜାଗା କେବେ କେହି ନେଇ ପାରିବେ ନାହିଁ । ତେବେ ତାଙ୍କ ଦୁପ୍ଲିକେଟ ଅଟନ୍ତି ସଚିନ । ସଚିନ ନିଜର ଗୋଟେ ଭିଡିଓ ଇଣ୍ଟରନେଟ ରେ ଅପଲୋଡ଼ କରିଥିଲେ । ଯାହାପରେ ଲୋକେ ଦେଖି ଆଶ୍ଚର୍ୟ୍ଯ ହୋଇଥିଲେ । କାରଣ ସଚିନ ଦେଖିବାକୁ ସୁଶାନ୍ତ ଙ୍କ ପରି ।
୪. ଅନୁଷ୍କା ଶର୍ମା – ବନ୍ଧୁଗଣ ଯଦି ଆମେ ଆପଣଙ୍କୁ ପ୍ରଶ୍ନ କରୁ ଯେ , ଏହି ଫଟୋ ଟି କାହାର ତେବେ ଆପଣ ମାନଙ୍କ ଭିତରୁ ଅଧିକ ରୁ ଅଧିକ ଲୋକ ଏହା ହିଁ କହିବେ କି ଏହି ଫଟୋ ଅନୁଷ୍କା ଶର୍ମା ଙ୍କ ଫଟୋ ଅଟେ । କିନ୍ତୁ ବନ୍ଧୁଗଣ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ , ଏହି ମହିଳା ଜଣକ ଅନୁଷ୍କା ଶର୍ମା ନୁହନ୍ତି । ଇଏ ହେଉଛନ୍ତି ଜଣେ ଆମେରିକାନ ଗାୟିକା ଜୁଲିଆ ମାଇକେଲ୍ । କିଛି ଭାରତୀୟ ଭିଉୟର ମାନେ ଯେତେବେଳେ ଜୁଲିଆ ଙ୍କ ଇନଷ୍ଟା ଆକାଉଣ୍ଟ୍ ଦେଖିଥିଲେ , ତାଙ୍କ କମ୍ମେଣ୍ଟ ବସ୍କ ରେ ତାଙ୍କୁ ପଚାରିଥିଲେ ଯେ , ସେ କଣ ଜାଣିଛନ୍ତି ଯେ ସେ ଅବିକଳ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କ ପରି ଦେଖିବାକୁ ।
କିଛି ଲୋକ ତ ଏହା ମଧ୍ୟ କହିଥିଲେ ଯେ ଅନୁଷ୍କା ତାଙ୍କର ଚୁଟି ର ରଙ୍ଗ ଧଳା କରିଦେଇଛନ୍ତି । ଯେତେବେଳେ ଜୁଲିଆ ଏହି ସବୁ ଦେଖିଥିଲେ , ସେ ତାଙ୍କ ଟୁଇଟର ଆକାଉଣ୍ଟ୍ ରେ ଏହା ସେୟାର କରିଥିଲେ ଯେ, ସେ ଆଉ ଅନୁଷ୍କା ଯାଆଁଳା ଭଉଣୀ ଭଳି ଦେଖିବାକୁ ଅଟନ୍ତି ଏବଂ ଯେତେବେଳେ ଅନୁଷ୍କା ଏହା ଦେଖିଲେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
୫. ସେଫ ଅଲି ଖାନ:- ବଲିଉଡରେ ସେଫ ଅଲି ଖାନ ଙ୍କୁ କିଏ ବା ନ ଜାଣେ । ବହୁତ ହିଟ ଫିଲ୍ମ ଦେଇ ସମସ୍ତଙ୍କ ମନ କିଣିଛନ୍ତୀ ସେଫ ଅଲି ଖାନ । ତେବେ ସେଫ ଅଲି ଖାନ ଙ୍କ ଦୁପ୍ଲିକେଟ କୌଣସି ମଡେଲ ବା ସିଙ୍ଗର ନୁହନ୍ତି ବରଂ ଜଣେ ମାମୁଲି ପେଟ୍ରୋଲ ପମ୍ପ ରେ କାମ କରୁଥିବା ବ୍ୟକ୍ତି ଅଟନ୍ତି । ଯେତେବେଳେ ଲୋକ ତାଙ୍କୁ ଦେଖିଥିଲେ ସେତେବେଳେ ସେ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହା ବହୁତ ଶୀଘ୍ର ଭାଇରାଲ ହେବାରେ ଲାଗିଥିଲା ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ