ଟଙ୍କା କମାଇବା ପାଇଁ ଆଜି କେତେ ତଳକୁ ଖସି ସାରିଛନ୍ତି Ameesha Patel

ବନ୍ଧୁଗଣ ବଲିଉଡର ତାରକା ମାନେ କେତେ କଷ୍ଟ କରିଥାନ୍ତି ଏକ ସୁପର୍ ଷ୍ଟାର୍ ଭାବେ ନିଜକୁ ପ୍ରମାଣିତ କରିବା ପାଇଁ , ଗୋଟେ ଭଲ ଫିଲ୍ମ୍ ରେ ଛୋଟ ରୋଲ୍ ପାଇବା ପାଇଁ କିମ୍ବା ଗୋଟେ ନୂଆ ଫିଲ୍ମ୍ ପାଇବା ପାଇଁ କେତେ ଚେଷ୍ଟା ଚଲେଇଥାନ୍ତି । କିନ୍ତୁ ଯେବେ ଏହି ଫିଲ୍ମ୍ ସଫଳ ହୋଇଯାଏ , ଏମାନେ ସୁପର୍ ଷ୍ଟାର୍ ବନିଯାନ୍ତି ଏବଂ ଏମାନଙ୍କର ସ୍ଟଗଲ୍ ପୂର୍ଣ୍ଣ ମାତ୍ରାରେ ଲାଭଦାୟକ ହୋଇଥାଏ । କିନ୍ତୁ ଏମାନଙ୍କର ଏକ ଛୋଟ ଭୁଲ ତାଙ୍କର ଭବିଷ୍ୟତକୁ ଛାରଖାର କରିଦେଇଥାଏ ।

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଜି ଫିଲ୍ମ୍ ‘କହୋ ନା ପ୍ୟାର ହେ’ ରୁ ନିଜର ବଲିଉଡ୍ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅମିସା ପଟେଲଙ୍କ ବିଷୟରେ , ତାଙ୍କର ଗୋଟିଏ ଭୁଲ୍ ବର୍ବାଦ କରିଦେଲା ତାଙ୍କର ପୁରା ବଲିଉଡ୍ କ୍ୟାରିୟର କୁ । ଅମିସା ” କଲ୍ ହୋ ନା ହୋ ” ରୁ ଡେବ୍ୟୁ କରିବା ସହ ଡେବ୍ୟୁ ଟର୍ଣ ର ପୁରସ୍କାର ବି ନିଜ ନାମରେ କରେଇଲେ ଏବଂ ଏହା ସହ ସେ ଗଦ୍ଦର୍ ଓ ହମରାଜ୍ ଭଳି ବହୁ ବଡ଼ ବଡ଼ ଫିଲ୍ମରେ କାମ କରିଥିଲେ ଏବଂ ଏହି ଫିଲ୍ମ ରୁ ମଧ୍ୟ ସେ ବହୁତ ପୁରସ୍କାରରେ ସମ୍ମନୀତ ହୋଇଥିଲେ । ଏଥି ସହ ଅମିଶା ସୁପର୍ ଷ୍ଟାର୍ ର ତାଲିକାରେ ନିଜର ଖ୍ୟାତି ଅର୍ଜନ କଲେ ।

କିନ୍ତୁ ନିଜର ବଲିଉଡ୍ କ୍ୟାରିୟର ସମୟରେ ଯେତେବେଳେ ତାଙ୍କୁ ଲଗାତାର ଫିଲ୍ମ୍ ପରେ ଫିଲ୍ମ୍ ମିଳୁଥିଲା , ତାଙ୍କୁ ସେତେବେଳେ ତାଙ୍କ କାମରେ ଫୋକସ୍ କରିବାର ଥିଲା , ସେତେବେଳେ ସେ ଫସିଗଲେ ଗୋଟେ ଲିଗଲ୍ ନୋଟିସ୍ ରେ । ବନ୍ଧୁଗଣ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅମିଶା ପଟେଲ ନିଜ ପରିବାର ଉପରେ ଏକ ବଡ଼ ଦୋଷ ଲଗେଇ ଦେଲେ । ଅମିସା ନିଜ ପିତା ମାତାଙ୍କ ଉପରେ ୧୨ କୋଟି ଠକେଇର ଅଭିଯୋଗ ଦାଖଲ କଲେ , ତାଙ୍କର କହିବା ଅନୁସାରେ ସେ କମେଇକି ଆଣୁଥିବା ଧନରାଶି ର ଖରାପ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କଲେ ।

ବନ୍ଧୁଗଣ ହିରୋଇନ୍ ଅମିସା ଙ୍କ ସହ ତାଙ୍କ ମାତା ପିତାଙ୍କର ସମ୍ପର୍କ କେବେ ଭଲ ନଥିଲା , ଏବଂ ଯେତେବେଳେ ଅମିସା ତାଙ୍କ ପିତା ମାତାଙ୍କର ନାମରେ ଏହି ଲିଗଲ୍ ନୋଟିସ୍ ନିଜ ନାମରେ କରିଦେଲେ ସେତେବେଳେ ତାଙ୍କ ନାମରେ ଆଲୋଚନା ହେବା ଆରମ୍ଭ ହୋଇଗଲା ।

ଯେତେବେଳେ ତାଙ୍କ ମାତା ପିତାଙ୍କୁ ଗଣ ମାଧ୍ୟମ ସାମ୍ନାକୁ ଅଣାଗଲା ସେତେବେଳେ ଅମିସା ଙ୍କ ମା ତାଙ୍କ ବିଷୟରେ କହିଲେ , “ଅମିସା ମିଛ କଥା କହୁଛନ୍ତି ଏବଂ ଅମିସା ଏସବୁ ନିଜେ କରୁନାହାଁନ୍ତି ତାଙ୍କ ବଏ ଫ୍ରେଣ୍ଡ୍ ବିକ୍ରମ ଭଟ୍ଟ ତାଙ୍କୁ ଏସବୁ କରେଇଛନ୍ତି । ଆଜ୍ଞା ହଁ ସେହି ସମୟରେ ବିକ୍ରମ ଭଟ୍ଟ ଏବଂ ଅମିସା ପଟେଲ୍ ପରସ୍ପରକୁ ଡେଟ୍ କରୁଥିଲେ , କିନ୍ତୁ ନିଜ ମାଆଙ୍କର ବୟାନ ଶୁଣିବା ପରେ ଅମିସା ଆହୁରି ରାଗି ଯାଇଥିଲେ ଏବଂ କହିଥିଲେ , ମାେ ମା ଏତେ ଖରାପ ମଣିଷ ଅଟନ୍ତି କି ସେ ମୋତେ ଧକ୍କା ମାରି ଚପଲ୍ ମାରି ମୋତେ ଘରୁ ତଡିଦେଇଥିଲେ ।

ଏମିତି ରେ ନିଜ ମାଆଙ୍କର ବୟାନ ଶୁଣି ଆମିଶା ବହୁତ୍ କ୍ରୋଧିତ ହୋଇଗଲେ ଏବଂ ସେ ତାଙ୍କ ମାଆଙ୍କର ଉପରେ ହିଁ ଅଭିଯୋଗ ଆଣିଲେ କି ତାଙ୍କ ମାଆ ତାଙ୍କୁ ଧକ୍କା ମାରି ଚପଲ ମାରି ତାଙ୍କୁ ଘରୁ ତଡିଦେଇଛନ୍ତି । ଏହିପରି କଥା ଏତେ ବଢ଼ିଗଲା ଯେ ଅମିସା ଫିଲ୍ମରେ ଧ୍ୟାନ ଦେଇ ପାରିନଥିଲେ , ତାଙ୍କ ହାତରୁ ଲଗାତାର ବଡ଼ ବଡ଼ ବ୍ୟାନର ର ଫିଲ୍ମ୍ ପଳେଇବାରେ ଲାଗିଲା ।

ଅମିସା ବାଧ୍ୟ ହୋଇ ସାଇଡ ରୋଲ୍ କଲେ କିନ୍ତୁ ତାହା ସଫଳ ହେଲା ନାହିଁ । ଯେଉଁଠି ସେ ଆଗକୁ ବଢୁଥିଲେ , ସେଠି ତାଙ୍କର କ୍ୟାରିୟର ବୁଡିବାରେ ଲାଗିଥିଲା । ସେ ବହୁତ୍ ଡିପ୍ରେଶନ୍ ରେ ମଧ୍ୟ ପଳେଇଥିଲେ ଏବଂ ବହୁତ୍ ଖରାପ୍ ଅବସ୍ଥାର ସମ୍ମଖୀନ ମଧ୍ୟ ହେଲେ । ବହୁତ ପାର୍ଟି ରେ ତାଙ୍କୁ ଦେଖି ଲୋକମାନେ କହିଲେ ଏମିତି ଦେଖିବାକୁ ନଥିଲେ । ସେ ନିଜ ବଳରେ ଛିଡ଼ା ମଧ୍ୟ ହୋଇ ପାରୁନଥିଲେ । ତାଙ୍କୁ ସମ୍ଭାଳିବାକୁ ଅନେକ ଲୋକ ମଧ୍ୟ ଲାଗି ଥିଲେ ।

ଏହା ପରେ ସେ ଆଉଥରେ ଚର୍ଚ୍ଚା ର ବିଷୟ ପାଲଟିଥିଲେ , ଯେତେବେଳେ ତାଙ୍କ ନାମ ଉଠିଥିଲା ଟିଭି ଇଣ୍ଡଷ୍ଟ୍ରି ର ସୁପର୍ ଷ୍ଟାର୍ କୁଶାଲ ଟନ୍ଡନ ଙ୍କ ସହ , ତାଙ୍କର ଟୁଇଟରେ କୁଶାଲ୍ ଲେଖିଥିଲେ କି ଅମିସା ଏକ ଅଭଦ୍ର ଏବଂ ଅତି ନିଚ ଅଟନ୍ତି କି । ଫିଲ୍ମ୍ ହଲ୍ ରେ ଜାତୀୟ ସଙ୍ଗୀତ ବେଳେ ଛିଡ଼ା ମଧ୍ୟ ହେଉ ନାହାନ୍ତି । କୁସାଲ୍ ତାଙ୍କ ଉପରେ ଅଭିଯୋଗ ପରେ ଅଭିଯୋଗ ଲଗେଇ ଚାଲିଗଲେ କିନ୍ତୁ ଅମିସା ତାଙ୍କୁ ପ୍ରତିବାଦ କରିକି କହିଲେ, ମୁଁ ଡିପ୍ରେସନ ରେ ଥିଲି ! ମୋର ଏତେ ଖରାପ୍ ଅବସ୍ଥା କି ମୁଁ ଗୋଟେ ଜିନିଷ କୁ ଥରକରେ ବୁଝିପାରୁ ନାହିଁ ।

ମୋତେ କିଛି ଜିନିଷ ବୁଝିବା ପାଇଁ ବହୁତ୍ ସମୟ ଲାଗୁଛି ଓ ସେସବୁ ଉପରେ ମୁଁ ପ୍ରତିକିୟା ମଧ୍ୟ ଖରାପ୍ ଦେଇ ଦୋଉଛି । ଏହିପରି ଟୁଇଟ ରେ ଯୁକ୍ତି ବଢ଼ିବାରେ ଲାଗିଥିଲା । ତାଙ୍କୁ ଫିଲ୍ମ୍ ମଧ୍ୟ ମିଳିବା ତାଙ୍କ ପାଇଁ ସ୍ଵପ୍ନ ହୋଇଗଲା । ଏବେ ମଧ୍ୟ ସେ ପ୍ରୟାସ ଚଲେଇଛନ୍ତି ହେଲେ ତାଙ୍କୁ ସାମାନ୍ୟ ରୋଲ୍ ହିଁ ମିଳି ପାରୁଛି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *