Abhishek Giri କହିଲେ ‘ପ୍ରକୃତିଙ୍କୁ ବାହା ହେଇ ମତେ ବହୁତ ଭଲ ଲାଗୁଛି, ହେଲେ ଟିକେ ଟିକେ ନର୍ଭସ ଫିଲ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ଅଭିଷେକ କହିଛନ୍ତି ଯେ ଅଭିନୟ ଜଗତରେ ଥିବା କଳାକାର ଙ୍କ ପାଇଁ ଏହା ଗୋଟିଏ ସୁବର୍ଣ୍ଣ ସୁଯୋଗ ଯେ ନିଜ ଜୀବନକୁ ସଂପୂର୍ଣ୍ଣ ଭାବରେ ବଞ୍ଚିବାର ସୌଭାଗ୍ୟ ମିଳିଥାଏ । ଆମେମାନେ ସାଧାରଣତଃ ଗୋଟିଏ ଚଳଚିତ୍ରରେ ଜନ୍ମ ଗ୍ରହଣ କରିଥାଉ । କିନ୍ତୁ ଅନେକ ଚରିତ୍ର କୁ ବଞ୍ଚିବାର ସୌଭାଗ୍ୟ ରହିଥାଏ । ଲାଗିଥାଏ ଯେ ଏହି ଜୀବନ ଟି ସଂପୂର୍ଣ୍ଣ ଭାବରେ ପୂର୍ଣ୍ଣ ଅଟେ ।

ବିବାହ ନ କରି ବିବାହର ବେଦୀରେ ବସିବାର ସୌଭାଗ୍ୟ, ଭଲ ଅନୁଭୂତି ଅଟେ । ଏହା ସହିତ ଅଭିଷେକ କହିଛନ୍ତି ଯେ ତାଙ୍କୁ ଲାଗୁଛି ସେ ଯେତେବେଳେ ସତରେ ବିବାହ କରିବେ ସେ ଆଦୌ ନର୍ଭସ ହେବେନାହିଁ । କାରଣ ଏହା ଆଗରୁ ସେ ଅନେକ ଥର ବିବାହ କରି ନେଇଥିବେ ତଥା ବେଦୀରେ ବସିଯାଇଥିବେ । ସେତେବେଳେ ନା କ୍ୟାମେରାର ଡର ନା ବେଦୀର ଡର କିଛି ଆଉ ରହିବ ନାହିଁ ।

ଅଭିଷେକ ଙ୍କର କୋ ଆର୍ଟିଷ୍ଟ ଏଥିରେ ଅଛନ୍ତି ପ୍ରକୃତି ମିଶ୍ର, ଆଗରୁ ସେ ଇଣ୍ଡଷ୍ଟ୍ରୀରେ କାମ କରି ଆସିଛନ୍ତି, ଏଣୁ ତାଙ୍କର ଏକ୍ସପ୍ରିରୀଏନ୍ସ ବହୁତ ଦିନ ଧରି ରହିଅଛି । ତାଙ୍କ ଡାଇରେକ୍ଟର ସୁଧାଂଶୁ ଙ୍କ ସହିତ ଅନେକ ଗୁଡିଏ କାମ ଅଭିଷେକ କରିସାରିଲେଣି ବୋଲି କହିଥିଲେ । ଏଣୁ କାମ କରିବାକୁ ଆହୁରି ଆଧିକ ତାଙ୍କୁ ଭଲ ଲାଗୁଛି ।

ପ୍ରଥମ କଥା କହିବାକୁ ଗଲେ ଏହି ବିବାହର ପ୍ରଥମ ପାର୍ଟ ଗୋଟିଏ ଡ୍ରାମା ଅଟେ । ଡ୍ରାମା ଭିତରେ ଆଉ ଏକ ଡ୍ରାମା ଲୁଚି ରହିଛି । କିନ୍ତୁ ତାହାକୁ ସେ ଆଦୌ କହିବେ ନାହିଁ ସିନେମା ଦେଖିଲେ ତାହା ବିଷୟରେ ଜାଣିପାରିବେ ବୋଲି କହିଛନ୍ତି ଅଭିଷେକ । “କଫି ଶୋପ” ଗୋଟିଏ ୟୁଥମାସ କୁ ଅପିଲ କରିଲା ଭଳି କଣ୍ଟେଣ୍ଟ ଅଟେ ଏଣୁ ବହୁତ ଲୋକ ଏହାକୁ ଦେଖିବେ ତଥା ଅପ୍ରିସିଏଟ ମଧ୍ୟ କରିବେ ।

ଗୋଟିଏ କାହାଣୀକାର ଯେତେବେଳେ କାହାଣୀ କୁହେ ସେତେବେଳେ ସେ ହିପ୍ନୋଟାଇସ କରିବାକୁ ଚେଷ୍ଟା କରନ୍ତି ଦର୍ଶକ ମାନଙ୍କୁ । ଅଭିଷେକ ଯଦି ବର୍ତ୍ତମାନ ସଂପୂର୍ଣ୍ଣ କାହାଣୀ ଦର୍ଶକ ଙ୍କୁ କହିଦେବେ ତେବେ ଦର୍ଶକେ ଆଉ ହିପ୍ନୋଟାଇସ ହେବେ ନାହିଁ । ଏଣୁ ଅଭିନେତା ଅଭିଷେକ ଫିଲ୍ମ ପ୍ରେମୀ ମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ହଲ କୁ ଆସି ସିନେମା ନିଶ୍ଚିତ ଦେଖନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *