Special Report: ଆଉ 3 ଦିନ ପରେ ସରିବ ଆଂଶିକ ଲାକଡାଉନ, ଜାଣନ୍ତୁ କଣ ରହିବ ଜୁଲାଇ Guideline

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ବର୍ତ୍ତମାନ ଦେଶରେ ବ୍ୟାପି ଥିବା କୋରୋନା ମହାମାରୀ ରେ ଅନେକ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ଅନେକ ଲୋକ ନିଜର ପ୍ରାଣ ମଧ୍ୟ ଏହି ମହାମାରୀ ରେ ହରାଉ ଛନ୍ତି ।

ଏହି କୋରୋନା ମହାମାରୀ ଯୋଗୁଁ ଦେଶ ର ସମସ୍ତ ଲୋକ ଅନେକ ସମସ୍ୟା ର ସମ୍ମୁଖୀନ ମଧ୍ୟ ହୋଇଥିଲେ । ଏହି ମହାମାରୀ ଏତେ ମାତ୍ରା ରେ ଦେଶରେ ବ୍ୟାପି ଥିଲା ଯାହା ଫଳରେ ଲକ୍ ଡାଉନ ହେବାର ସ୍ଥିତି ଦେଶରେ ଦେଖା ଦେଇଥିଲା । ଏହାଦ୍ବାରା ଅନେକ କର୍ମଚାରୀ ଙ୍କୁ ନିଜର ଚାକିରୀ ମଧ୍ୟ ହରାଇବାକୁ ପଡ଼ିଥିଲା ଓ ଭୋକ ଉପାସ ରେ ମଧ୍ୟ ଦିନ କଟାଇବାକୁ ପଡ଼ିଥିଲା ।

ଦେଶର ଲୋକ ମାନେ ଏହି ମହାମାରୀ କୁ ଖୁବ ଗମ୍ଭୀରତା ର ସହିତ ନେଇଥିଲେ ଏବଂ ଏଥିରେ ଥିବା ସମସ୍ତ ଗାଇଡ଼ ଲାଇନ କୁ ପାଳନ କରିଥିଲେ । ଯାହାଦ୍ୱାରା ଏହି ବର୍ଷ କୋରୋନା ମହାମାରୀ ର ପ୍ରଭାବ ଦେଶରେ ଧୀରେ ଧୀରେ କମିବାକୁ ଲାଗିଥିଲା । ଲକ୍ ଡାଉନ ଉଠି ଯାଇଥିଲା । ପୁର୍ବ ଭଳି ଲୋକମାନେ ନିଜର କାମ କୁ ଯାଇ ପାରୁଥିଲେ ଓ ବିଦ୍ୟାର୍ଥୀ ମାନେ ମଧ୍ୟ ସ୍କୁଲ ଓ କଲେଜ ଯାଇଥିଲେ ।

କିନ୍ତୁ ପୁଣି ଥରେ ଲୋକ ମାନଙ୍କ ଅଵମାନନା କାରଣରୁ ଏହି ମହାମାରୀ ଦେଶରେ ବ୍ୟାପିଛି ଏବଂ ପୁଣି ଥରେ ଅନେକ ଲୋକ ଏହି ମହାମାରୀ ରେ ପ୍ରାଣ ହରାଉଛନ୍ତି । ଯାହାଫଳରେ ଜୁଲାଇ ୧ ପର୍ଯ୍ୟନ୍ତ ଲାକଡାଉନ କରାଯାଇଥିଲା ତାହା ଫୁଣି କାଟାଗୋରି ରେ A କାଟାଗୋରି ଏବଂ B କାଟାଗୋରି । ତେବେ ଏହି ଆଂଶିକ ଲାକଡାଉନ ସରିବା ପାଇଁ ଆଉ ମାତ୍ର ତିନି ଦିନ ବାକି ଅଛି । ତେବେ ଆସନ୍ତୁ ଜାଣିନେବା ଏହାର ଗାଇଡ଼ ଲାଇନ ସଂପର୍କରେ ।

୫୦ ଦିନରୁ ଅଧିକ ଦିନ ପର୍ଯ୍ୟନ୍ତ ଲାକଡାଉନ ହେବା ଫଳ ରେ ଜୀବିକା ନିର୍ବାହ ଆଦି କ୍ଷେତ୍ରରେ ଅନେକ ପ୍ରଭାବ ପକାଇଥିଲା । ତେବେ କାଟାଗୋରି B ରେ ଥିବା ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର,କେନ୍ଦ୍ରାପଡା ଜିଲ୍ଲା କାଟାଗୋରି A ରେ ସାମିଲ ହୋଇ ପାରନ୍ତି । କାରଣ ଜୁନ ୧୬ ପରେ ଏହି ସବୁ ଜିଲ୍ଲା ରେ ସଂକ୍ରମଣ ହାର ବହୁତ କମି ଯାଇଛି । କାଟାଗୋରି A ରେ ଥିବା ଜିଲ୍ଲା ଗୁଡିକରେ ଦୋକାନ ଖୋଲା ର ସମୟ ବୃଦ୍ଧି କରାଯାଇପାରେ । ରାତି ୯ ଟା ଯାଏଁ ସମୟ ଅବଧି ରହିବ ଦୋକାନ ଖୋଲା ପାଇଁ ।

ଏହି ଜିଲ୍ଲା ଗୁଡିକରେ ସଟଡାଉନ ହଟାଇ ନାଇଟ କର୍ଫ୍ୟୁ ଜାରି ହୋଇ ପାରେ । କିନ୍ତୁ କାଟାଗୋରି B ଜିଲ୍ଲା ରେ ବଳବତ୍ତ ରହି ପାରେ ସାପ୍ତାହିକ ସଟଡାଉନ । ତେବେ ଆଗକୁ ପୁରୀ ରେ ରଥଯାତ୍ରା ଥିବାରୁ କଟକଣା କୁ କୋହଳ ନ କରି ପାରନ୍ତି ସରକାର । ଜୁଲାଇ ରେ କଟକ,ଖୋର୍ଦ୍ଧା, ଯାଜପୁର, ପୁରୀ ଆଦି ଜିଲ୍ଲା ଗୁଡିକ ଅଧିକ ଫୋକସ ରେ ରହିପାରେ ।

ଆଜି ତୃତୀୟ ପର୍ଯ୍ୟାୟ ଲାକଡାଉନ ର ଶେଷ ସପ୍ତାହ ସଟଡାଉନ ଥିଲା । ତେବେ B କାଟାଗୋରି ରେ ଥିବା ଜିଲ୍ଲା ଗୁଡିକ ରେ ମଧ୍ୟ କିଛି ଦୋକାନ ଖୋଲା ସମୟ କୁ ବୃଦ୍ଧି କରାଯାଇ ପାରେ । ତେବେ ନିଜେ ହିଁ ଅଧିକ ସାବଧାନ ରହିବା ଆବଶ୍ୟକ । ଅମାନିଆ ମାନଂକୁ ସତର୍କ ଏହିବା ଆବଶ୍ୟକ ଏବଂ ତା ଛଡା ସରକାର ଙ୍କ ସମସ୍ତ ପ୍ରୋଟୋକଲ କୁ ମଧ୍ୟ ମାନି ରହିବା ଦ୍ୱାରା ବହୁତ ଶୀଘ୍ର ଆମେ କରୋନା ରୁ ମୁକ୍ତି ପାଇଁ ପାରିବା ।

Leave a Reply

Your email address will not be published. Required fields are marked *