ACF Soumyaଙ୍କ ଡେଥ କେସ ରେ ଆସିଲା ପୁଣି ଏକ ବଡ ଟ୍ଵିଷ୍ଟ, ଦେଖନ୍ତୁ କଣ ?

ବାନ୍ଧୁଗନ ସୋମ୍ୟଙ୍କ ମୃତ୍ୟୁ ମାମଲାରେ ବର୍ତ୍ତମାନ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳିଛି । ପତ୍ନୀ ବିଦ୍ୟା ଓ ଡିଏଫଓଙ୍କ ଉପରେ ବହୁତ ବଡ ଅଭିଯୋଗ ଲାଗିଛି । ଆରମ୍ଭରୁ ହିଁ ବିଦ୍ୟା ନିଜ ସ୍ଵାମୀଙ୍କ ଦେହାନ୍ତକୁ ଆତ୍ମ ହତ୍ୟା କହୁଥିଲେ ହେଲେ ବର୍ତ୍ତମାନ ବିଦ୍ୟା ନିଜ ପାରିବାରିକ କଳହର କିଛି ପ୍ରମାଣ ଦେଖାଇ ଛନ୍ତି ।

ବିଦ୍ୟା ନିଜ ସ୍ଵାମୀଙ୍କୁ ପରୋକ୍ଷ ପ୍ରୀତି କରି ମାମଲାରେ ନୂଆ ମୋଡ ଆଣି ଛନ୍ତି । ଗତ କିଛି ସମୟ ପୂର୍ବରୁ ବିଦ୍ୟା ଏକ ଅଡିଓ ରେକର୍ଡ ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ । ସେହି ଅଡିଓ ରେକର୍ଡକୁ ଶୁଣିଲେ ଏହା ସ୍ପର୍ଷ୍ଟ ଜଣା ପଡି ଯାଉଛି ଯେ, ବିଦ୍ୟା ନିଜ ସ୍ଵାମୀ ସୋମ୍ୟଙ୍କ ଉପରେ ସନ୍ଦେହ କରୁଥିଲେ ।

ଗତ କିଛି ସମୟ ପୂର୍ବରୁ ବିଦ୍ୟା ମିଡିଆ ସାମ୍ନାରେ ଏକ ବଡ ବୟାନ ଦେଇଥିଲେ । ତାଙ୍କ ମତରେ, ସୋମ୍ୟ ଥରେ ନିଜ ମୋବାଇଲରେ ଆଉ କାହାକୁ ଆଇ ଲଭ ୟୁ ଲେଖିଥିବା ବେଳେ ବିଦ୍ୟା ଦେଖି ଥିଲେ । ସୋମ୍ୟ ଇୟର ଫୋନ ଲଗାଇ କଥା ହେଉଥିଲେ ଓ ସେହି ଝିଅର ଆବାଜ ମଧ୍ୟ ବିଦ୍ୟାଙ୍କୁ ଶୁଣା ଯାଇଥିଲା । ସେହି ସମୟରେ ବିଦ୍ୟା ତାଙ୍କୁ ମୋବାଇଲ ମଗୁ ଥିଲେ ହେଲେ ସୋମ୍ୟ ମୋବାଇଲ ଦେଇ ନଥିଲେ ।

ଏହାପରେ ବିଦ୍ୟା ଓ ସୋମ୍ୟଙ୍କ ମଧ୍ୟରେ ବହୁତ କଳହ ଲାଗିଥିଲା ଯାହାଫଳରେ ତିନି ମାସ ପରେ ସୋମ୍ୟ ନିଜ ମୋବାଇଲ ପାସ୍ୱାର୍ଡ ବଦଳାଇ ଦେଇଥିଲେ । ଏହା ସହ ସୋମ୍ୟ ୱାଟସପ୍ ଓ କଲ୍ ଲିଷ୍ଟକୁ ଡିଲେଟ କରିଦେଇଛନ୍ତି ବୋଲି କହିଥିଲେ ବିଦ୍ୟା । ବିବାହ ପରେ କୌଣସି ଆଗ୍ରିମେଣ୍ଟ ହୋଇ ନଥିଲା ବୋଲି କହିଛନ୍ତି ବିଦ୍ୟା । ଏହା ସହ ବଲାଙ୍ଗିରରେ ଯେଉଁ ବେଚଲର ଫିଷ୍ଟ ଥିଲା ତାହା ବିବାହ ଖୁସିରେ ଥିଲା ।

ଅନ୍ୟ ପକ୍ଷରେ ସୋମ୍ୟଙ୍କ ମା ମଧ୍ୟ ଏକ ବଡ ବୟାନ ଦେଉଛନ୍ତି । ସୋମ୍ୟଙ୍କ ମାଙ୍କ ମତରେ-‘ଯଦି ବୋହୁ ଜାଣିଥିଲା ଯେ ମୋ ପୁଅ ଆଉ କାହା ସା ସମ୍ପର୍କରେ ରହିଛି ତା ହେଲେ ସେ ମୋତେ କାହିଁକି କହିଲା ନାହିଁ । ଏ ସବୁ ହେଉଛି ତାର ଚାଲ ସେ ବଞ୍ଚିବା ପାଇଁ ଏହା ସବୁ କହୁଛି’ । ସୋମ୍ୟଙ୍କ ମା ତାଙ୍କ ପୁଅର ମୃତ୍ୟୁ ପାଇଁ ବିଦ୍ୟାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଓ ବିଦ୍ୟାଙ୍କୁ କଡାକଡି ଦଣ୍ଡ ମିଳୁ ବୋଲି ସେ କହିଛନ୍ତି । ସୋମ୍ୟଙ୍କ ଉପରେ ସନ୍ଦେହ କରିଥିବାର ଏକ ପ୍ରମାଣ ମଧ୍ୟ ବିଦ୍ୟାଙ୍କ ବାପା ଗଣମାଧ୍ୟମକୁ ଦେଇଛନ୍ତି । ଏକ ଅଡିଓ ରେକର୍ଡ ସାହାରାରେ ବିଦ୍ୟା ନିଜ କଳହ ବିଷୟରେ ସମସ୍ତଙ୍କୁ କହିଛନ୍ତି ।

ସେହି ଅଡିଓ ରେକର୍ଡରେ ସେ ସୋମ୍ୟଙ୍କୁ ତାଙ୍କ ମୋବାଇଲ ଫୋନ ମାଗୁ ଛନ୍ତି ହେଲେ ସୋମ୍ୟ ଦେଉ ନାହାନ୍ତି । କିନ୍ତୁ ବନ୍ଧୁଗଣ ସ୍ଵାମୀ ସ୍ତ୍ରୀ ଝଗଡାରେ କଲ୍ ରେକର୍ଡକୁ ନେଇ ବିଦ୍ୟାଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି । ବିଦ୍ୟା ନିଜ ସ୍ଵାମୀକୁ ଖରାପ କହୁଥିବା ବେଳେ ବିଦ୍ୟାଙ୍କ ବାପା ନିଜ ଜ୍ଵାଇଁଙ୍କୁ ଦେବତା ସହ ତୁଳନା କରୁଛନ୍ତି ।

ବନ୍ଧୁଗଣ ଏହି ମାମଲାଟି ଧୀରେ ଧୀରେ ନୂଆ ମୋଡ ନେବାକୁ ଲାଗିଛି । ତେବେ ଆଗାମୀ ସମୟରେ ବିଦ୍ୟାଙ୍କ ସମସ୍ତ ଚାଲ ଧାରା ପଡିଯିବ ଓ ଯଦି ସେ ଭୁଲ କରିଥିବେ ତା ହେଲେ ତାଙ୍କୁ ଦଣ୍ଡ ନିଶ୍ଚୟ ମିଳିବ ।  ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *