ସବୁ ବୟସରେ ଆଖିର ଯତ୍ନ କିପରି ନେବେ ? Dr Mihir Kumar Bal

ବନ୍ଧୁଗଣ ଆମ ଶରୀରର ସମସ୍ତ ଅଙ୍ଗ ଆମ ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ । ଆପଣ ମାନେ ସମସ୍ତେ ଆମ ଶରୀରର ପଞ୍ଚଇନ୍ଦ୍ରିୟ ଗୁଡିକୁ ନିଶ୍ଚୟ ଜାଣିଥିବେ । ପଞ୍ଚଇନ୍ଦ୍ରିୟରେ ଆମ ଶରୀରର କିଛି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ରହିଛି ।

ସେଗୁଡିକ ହେଉଛି ଆଖି, ପାଟି, କାନ, ନାକ ଓ ଜିଭ । ଏହି ପାଞ୍ଚଟି ଅଙ୍ଗ ଆମ ଶରୀର ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଯଦି ଏହି ପାଞ୍ଚଟି ଅଙ୍ଗ ମଧ୍ୟରୁ କୌଣସି ଗୋଟିଏ ଅଙ୍ଗର ସମସ୍ୟା ହୁଏ ତା ହେଲେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଆଖିର ଯତ୍ନ ବିଷୟରେ କହିବାକୁ ଯାଉଛୁ । ଆଖି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଖି ଦ୍ଵାରା ଆମେ ଏହି ଦୁନିଆର ସମସ୍ତ ସୁନ୍ଦର ଜିନିଷ ଗୁଡିକୁ ଦେଖିପାରିବୁ । ଯଦି ଆମେ ଚକ୍ଷୁ ହିନ ହୋଇଯିବା ତା ହେଲେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ବନ୍ଧୁଗଣ ଚକ୍ଷୁ ହେଉଛି ଆମ ମସ୍ତିସ୍କର ଏକ ଅଂଶ । ବନ୍ଧୁଗଣ ସାଧାରଣତଃ ଚକ୍ଷୁ ଜନିତ ସମସ୍ୟା କାହିଁକି ହୋଇଥାଏ ଓ ଚକ୍ଷୁକୁ ଆପଣ ମାନେ କିପରି ସୁରକ୍ଷିତ ରଖିବେ ତାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବର୍ତ୍ତମାନର ଆଧୁନିକ ସମୟରେ ପ୍ରାୟତଃ ଅଧିକାଂଶ ଲୋକ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । ଏମିତିକି ବାପା ମା ମାନେ ମଧ୍ୟ ନିଜ ଛୋଟ ଛୁଆ ମାନଙ୍କୁ ମୋବାଇଲ ଧରାଇ ନିଜ କାମ କରୁଛନ୍ତି । ହେଲେ ବନ୍ଧୁଗଣ ମୋବାଇଲରୁ ବାହାରୁଥିବା ବ୍ଲୁ ରଶ୍ମୀ ଆମ ଆଖି ପାଇଁ ବହୁତ କ୍ଷତି କାରକ । ଏହି ବ୍ଲୁ ଲାଇଟଟି ଆମ ଆଖିର ଲେନ୍ସ ଭିତରକୁ ପଶି ସିଧା ରେଟିନା ଉପରେ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ରେଟିନା ମଧ୍ୟ ଧୀରେ ଧୀରେ ଖରାପ ହୋଇଯାଇଥାଏ ।

ତେଣୁ ବନ୍ଧୁଗଣ ଆପଣ ମାନେ ମୋବାଇଲକୁ ଯେତେ କମ ହୋଇପାରିବ ସେତେ କମ ବ୍ୟବହାର କରନ୍ତୁ । ଆଖିକୁ ସୁସ୍ଥ ରଖିବା ପାଇଁ ଯୋଗ କରିବା ନିହାତି ଆବଶ୍ୟକ । ଡାଟକ ଯୋଗ ଦ୍ଵାରା ଆପଣ ମାନେ ନିଜ ଆଖିକୁ ସୁସ୍ଥ ରଖିପାରିବେ । ଏହି ଯୋଗରେ ଆପଣ ମାନେ କିଛି ସମୟ ନିଜ ନାକକୁ ଦେଖି ରୁହନ୍ତୁ । ଏହି ଯୋଗ ଦ୍ଵାରା ଆଖିର ମାଂସ ପେଶୀ ସୁସ୍ଥ ରହିବ ।

ଏହା ସହିତ ବନ୍ଧୁଗଣ ଯଦି ଆପଣଙ୍କ ଆଖି କେତେବେଳେ କୁଣ୍ଡାଇ ହୁଏ ତା ହେଲେ ଆପଣ ମାନେ ଆଖିକୁ ବେସୀ ମକଚନ୍ତୁ ନାହିଁ । ଆପଣ ମାନେ ମାଛ, ଶାଗ, ଫଳ ଓ ସବୁଜ ପନିପରିବା ଆଦି ଖାଦ୍ୟର ସେବନ କରନ୍ତୁ । ତେଣୁ ବନ୍ଧୁଗଣ ଏହି ସବୁ କଥା ଗୁଡିକୁ ଧ୍ୟାନରେ ରଖି ନିଜ ଆଖିର ଯତ୍ନ ନିଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *