ହେ ଭଗବାନ ! ଏବେ ଏବେ ବଲୀଉଡ ରୁ ଆସିଲା ଆଉ ଏକ ଦୁଃଖ ଖବର, କାରୋନା କାରଣରୁ ଆଖି ବୁଜିଦେଲେ ଏହି ବଡ ଅଭିନେତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଧାରାବାହିକ ‘ମହାଭାରତ’ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଲୋକ ମାନଙ୍କୁ ବଭୂତ ପସନ୍ଦ ଥିଲା କାରଣ ଏହି ଧାରାବାହିକରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତିପାରିଥିଲେ । ବନ୍ଧୁଗଣ ଏହି ଧାରାବାହିକଟି ଆମ ହିନ୍ଦୁ ପୁରାଣ ‘ମହାଭାରତ’ ଉପରେ ଆଧାରିତ ଥିଲା । ଆପଣ ମାନେ ସମସ୍ତେ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ଆଜିଆମେ ଆପଣ ମାନଙ୍କୁ ଏହି ଧାରାବାହିକରେ ଇନ୍ଦ୍ର ଦେବଙ୍କ ଭୂମିକା କରିଥିବା କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଏହି କଳାକାର ଜଣକଙ୍କ ଅସଲି ନାମ ହେଉଛି ସତିଶ କୋଲ । ସତିଶ ‘ମହାଭାରତ’ ଧାରାବାହିକରେ ଇନ୍ଦ୍ର ଦେବଙ୍କର ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ତାଙ୍କ ଅଭିନୟକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ ସତିଶ ଆଉ ଏହି ଦୁନିଆରେ ନାହାନ୍ତି । ଗତ ୧୦ ତାରିଖ ଦିନ ତାଙ୍କର ପରଲୋକ ହୋଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସତିଶଙ୍କ ପରଲୋକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କରୋନା ମହାମାରୀର କୋପ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କମି ନାହିଁ । ଗତ କିଛି ଦିନ ହେବ ସତିଶ କରୋନା ମହାମାରୀର ଶିକାର ହିଥିଲେ । ସେ ବହୁତ ସମୟ ପର୍ଯ୍ୟନ୍ତ ରୋଗରେ ପୀଡିତ ଥିଲେ । ଏହା ସହିତ ସେ ଗତ କିଛି ସମୟ ହେବ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ବନ୍ଧୁଗଣ କରୋନା ମହାମାରୀରେ ସଂକ୍ରମିତ ହେବା କାରଣରୁ ଗତ ୮ ତାରିଖ ଦିନ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲ ଯିବା ପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା ଯାହାଦ୍ୱାରା ଜଣା ପଡିଥିଲା ତାଙ୍କୁ କରୋନା ସଂକ୍ରମଣ ହୋଇଛି ।


ଏହାପରେ କିଛି ସମୟ ତାଙ୍କ ଚିକିତ୍ସା ହସ୍ପିଟାଲରେ ହୋଇଥିଲା ହେଲେ ଗତ ୮ ତାରିଖ ଶନିବାର ଦିନ ତାଙ୍କର ପରଲୋକ ହୋଇଯାଇଥିଲା । ବନ୍ଧୁଗଣ ତାଙ୍କର ପରଲୋକ କାରଣରୁ ପୁରା ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଗତ କିଛି ଦିନ ହେବ ସତିଶଙ୍କ ଦେହ ଅସୁସ୍ଥ ହେବାର ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପୂର୍ବରୁ ୨୦୧୫ ମସିହାରେ ତାଙ୍କର ହାଡ ଫ୍ୟାକ୍ଚର ହୋଇଯାଇଥିଲା । ଯାହା କାରଣରୁ ସେ ଗତ ଅଢେଇ ବର୍ଷ ହେବ ହସ୍ପିଟାଲରେ ଥିଲେ ।

ବନ୍ଧୁଗଣ ସତିଶ ପାଖା ପାଖି ୩୦୦ ରୁ ଅଧିକ ପଞ୍ଜାବୀ ଓ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି । ତାଙ୍କ ଅଭିନୟକୁ ଦେଖି ଲକ୍ଷ ଲକ୍ଷ ଲୋକ ତାଙ୍କୁ ବହୁତ ଭଲ ପାଉଥିଲେ । ହେଲେ ବନ୍ଧୁଗଣ ଏହା ବଡ ଦୁଃଖର ଖବର ଅଟେ ଯେ, ସେହି ବର୍ତ୍ତମାନ ଏହି ଦୁନିଆରେ ନାହାନ୍ତି ।

Leave a Reply

Your email address will not be published. Required fields are marked *