ଆଜି ବହୁତ ବଦଳି ଗଲେଣି Budhia Singh, ମିଳିଲା ‘ରାଜୀବ ଗାନ୍ଧୀ ଗ୍ଲୋବାଲ ଏକ୍ସେଲେନ୍ସ ଆୱାର୍ଡ’, ଜାଣନ୍ତୁ ସେ ଏବେ କେମିତି ଅଛନ୍ତି ଓ କମ କରୁଛନ୍ତି ?

ବନ୍ଧୁଗଣ, ଆପଣ ମାନେ ସମସ୍ତେ ବୁଦ୍ଧିଆ ସିଂ ଙ୍କୁ ଜାଣିଥିବେ । କଳିଙ୍ଗ ଷ୍ଟାଡିୟମ କ୍ରିଡା ଛାତ୍ରବାସ ଛାଡିବା ପରେ ବିଷ୍ମୟ ବୁଦ୍ଧିଆ ସିଂ କଣ କରୁଛନ୍ତି ଓ କେମିତି ଅଛନ୍ତି ସେ ବିଷୟରେ କାହା ପାଖରେ ସୂଚନା ନାହିଁ । ଯେଉଁ ଦୌଡକୁ ସେ ଦିନେ ଚର୍ଚ୍ଚକୁ ଆସିଥିଲେ, ବର୍ତ୍ତମାନ ତାହାକୁ ସେ ବଜାୟ ରଖିଛନ୍ତି କି ନା ? ଏହା ମଧ୍ୟ କେହି ଜାଣି ନାହାନ୍ତି । ମାତ୍ର କିଛି ବର୍ଷ ହେବ ବୁଦ୍ଧିଆ ବର୍ତ୍ତମାନ ନୂଆ ଦୀଲ୍ଲୀ ରେ ରହୁଛନ୍ତି । ଦୀଲ୍ଲୀ ରେ ରହି ବୁଦ୍ଧିଆ ସିଂ ପାଠ ପଢୁଛନ୍ତି ବୋଲି କିଛି ଦିନ ତଳେ ଗଣ ମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ମାତ୍ର ବୁଦ୍ଧିଆ ସୋ-ସି-ଆ-ଲ ମି-ଡି-ଆ ରେ ସକ୍ରିୟ ଅଛନ୍ତି । ଆଜି ସେ ପୁରସ୍କୃତ ହେବାର ଏକ ଫଟୋ ପୋଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ ବୁଦ୍ଧିଆଙ୍କୁ ଗତ ୨୦ ତାରିଖରେ ‘ରାଜୀବ ଗାନ୍ଧୀ ଗ୍ଲୋବାଲ ଏକ୍ସେଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଅଛି । ବୁଦ୍ଧିଆ ନୂଆ ଦିଲ୍ଲୀର ଦ’ ପାର୍କ ହୋଟେଲରେ ଆୟୋଜିତ ପୁରସ୍କାର ସମାରୋହରେ ସେ ନିଜେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥଲେ । ବୁଦ୍ଧିଆ ଙ୍କ ଜନ୍ମ ୨୦୦୨ ମସିହା ରେ ଓଡିଶା ର ଏକ ଛୋଟ ଗାଁ ରେ ହୋଇଥଲା ।

ମାତ୍ର ୨ ବର୍ଷ ବୟସରେ ବୁଦ୍ଧିଆ ଙ୍କ ବାପା ଆରପାରି କୁ ଚାଲି ଯାଇଛନ୍ତି । ବାପା ଙ୍କ ଯିବା ପରେ ବୁଦ୍ଧିଆ ଙ୍କ ମା ତାଙ୍କୁ କେବଳ ୮୦୦ ଟଙ୍କା ରେ ବିକି ଦେଇଥିଲେ । ଏହାପରେ ବୁଦ୍ଧିଆ ଙ୍କ ସହିତ ତାଙ୍କ କୋଚ ବିରାଞ୍ଚି ଦାସ ଙ୍କ ଭେଟ ହୋଇଥିଲା । ସେ ଅସହାୟ ପିଲା ଙ୍କୁ ନିଜ ଘରେ ଜାଗା ଦେଇ ସେଠାରେ ଯୋଡ କରାଠିର ଟ୍ରେନିଂ ଦେଉଥିଲେ ।

ତାଙ୍କର ଏକ ବ୍ୟବସାୟ ମଧ୍ୟ ଥିଲା ଏହି ବ୍ୟବସାୟ ରୁ ସେ ନିଜ ପିଲାମାନଙ୍କୁ ତାଲିମ ଦେଉଥିଲେ । ବୁଦ୍ଧିଆ ଙ୍କ ଏତେ ବାଟ ଯିବା ପଛରେ ତାଙ୍କ ଗୁରୁ ତଥା କୋଚ ବିରାଞ୍ଚି ଙ୍କ ବଡ ଯୋଗଦାନ ରହିଅଛି ବୋଲି ବୁଦ୍ଧିଆ କହିଥିଲେ । ମାତ୍ର ବର୍ତ୍ତମାନ ସେ ବହୁତ ଖୁସିରେ ଦୀଲ୍ଲୀ ରେ ରହି ପାଠ ପଢୁଛନ୍ତି । ଆଶା କରୁଛୁ ବୁଦ୍ଧିଆ ଙ୍କ ଆଗାମୀ ଭବିଷ୍ୟତ ଉଜ୍ଵଳ ହେଉ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *