ଓଡିଶା High Court ଙ୍କ ବଡ ନିସ୍ପତି ! ଖୋଲିବ ସ୍କୁଲ ! କିନ୍ତୁ କେବେ ଠାରୁ ? ଦେଖନ୍ତୁ ଏ ନେଇ କଣ କହିଲେ High Court ?

ବନ୍ଧୁଗଣ କରୋନା ମହାମାରୀ ଦେଶକୁ ଭାଙ୍ଗି ଦେଇଛି । ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀର ସଂକ୍ରମଣ ହେତୁ ଅନେକ ଲୋକ ନିଜ ଜୀବନ ଓ ଜୀବିକା ହରାଇ ବସିଛନ୍ତି । କରୋନା ମହାମାରୀର ତୃତୀୟ ଲହର ଓମିକ୍ରନ ବର୍ତ୍ତମାନ ସାରା ଦେଶରେ ଚିନ୍ତା ବଢାଇବାକୁ ଲାଗିଛି । ତେବେ ଦୀର୍ଘ ଦୁଇ ବର୍ଷ ଧରି ଦେଶରେ କରୋନା ପାଇଁ ଲକଡାଉନ ଜାରି କରାଯାଇଥିଲା ।

ଏବେ ଦେଶର ସ୍ଥିତିକୁ ଦେଖି ନାଇଟ କରଫ୍ଯୁ ଓ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି । କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ଓ ଆର୍ଥିକ ଅବସ୍ଥା ଉପରେ ବିଶେଷ ପ୍ରଭାବ ଦେଖିବାକୁ ମିଳୁଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସ୍କୁଲ ଖୋଲିବା ଉପରେ ଏକ ବଡ ଖବର ସାମ୍ନାକୁ ଆସିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ତେବେ ମିଡିଆ ରିପୋର୍ଟସ ଅନୁସାରେ ସ୍କୁଲ ଖୋଲିବାକୁ ନେଇ ରାଜ୍ୟ ସରକାର ନେବେ ଆଇନ ସମ୍ମତ ନିଷ୍ପତ୍ତି । ଓଡିଶା ହାଇକୋର୍ଟରେ ସ୍କୁଲ ଖୋଲିବାକୁ ନେଇ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦିଆଯାଇଛି । ଦୁଇ ମାସ ମଧ୍ୟରେ ସ୍କୁଲ ଖୋଲିବା ନେଇ ଆଇନଗତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ରହିଛି ।  ଆବେଦନ କାରୀ ରଞ୍ଜିତା ମହାପାତ୍ରଙ୍କ ପକ୍ଷରୁ ସ୍କୁଲ ଖୋଲିବା ନେଇ ମାମଲା ରୁଜୁ ହୋଇଥିଲା ।

କରୋନା ସଂକ୍ରମଣ କମିବା ପରେ ସ୍କୁଲ ଖୋଲିବାକୁ ଚର୍ଚ୍ଚା ହୋଇଛି । ବିଭିନ୍ନ ରାଜ୍ୟରେ ମଧ୍ୟ ଧୀରେ ଧୀରେ ସ୍କୁଲ ଖୋଲିଲାଣି । ଶ୍ରେଣୀ ଗୃହ ଶିକ୍ଷାଦାନ ମଧ୍ୟ ଆରମ୍ଭ ହେଲାଣି । କରୋନାର ତୃତୀୟ ଲହର ଓମିକ୍ରନର ସଂକ୍ରମଣ ବଢିବା ପରେ ଜାନୁୟାରୀ ୧୦ ତାରିଖରୁ ରାଜ୍ୟରେ ସ୍କୁଲ ବନ୍ଦ ରହିଛି । ଏହା ହେଉଛି ଏକ ବଡ ନିଷ୍ପତ୍ତି ଯେ, ମାତ୍ର ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ଆଇନଗତ ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରାଯାଇଛି ।


କାରଣ ଦୀର୍ଘ ଦୁଇ ବର୍ଷ ଧରି ପିଲା ମାନଙ୍କ ସ୍କୁଲ କଲେଜ ବନ୍ଦ ଥିବାରୁ ପିଲା ମାନେ ପାଠ ପଢି ପାରୁ ନାହାନ୍ତି । ତେବେ ଏହି ଖବରକୁ ନେଇ ବର୍ତ୍ତମାନ ଅନେକ ଲୋକ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *