ବନ୍ଧୁଗଣ ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୟୁଜର ଅଟନ୍ତି ଓ ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଆକାଉଣ୍ଟ ରହିଛି ତେବେ ଆପଣ ମାନଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖୁସି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖୁସି ଖବର ବିଷୟରେ ।

ବନ୍ଧୁଗଣ ଆଜି ମଧ୍ୟ ନିବେଶ କରିବା ପାଇଁ ଏଫଡି ଅର୍ଥାତ ଫିକ୍ସ ଡିପୋଜିଟକୁ ଏକ ଉତ୍ତମ ବିକଳ୍ପ ଭାବେ ବାଛି ଥାନ୍ତି । ନିବେଶ ଦୃଷ୍ଟିରୁ ଏହା ଏକ ଭଲ ବିକଳ୍ପ ହେବା ସହିତ ଏଥିରେ ନିଶ୍ଚିତ ରିଟର୍ନ ମଧ୍ୟ ମିଳିଥାଏ । ଏହା ସହ ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ରହିଥାଏ । ଏଥିରେ ସେଭିଙ୍ଗ ଆକାଉଣ୍ଟ ଅପେକ୍ଷା ଅଧିକ ସୁଧ ମଧ୍ୟ ମିଳିଥାଏ ।
ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇରେ ଅଛି ତେବେ ଆପଣଙ୍କ ପାଇଁ ଖୁସି ଖବର । ବାସ୍ତବରେ ଦୁଇ କୋଟିରୁ ଅଧିକ ଜମା ରାସୀର ଏଫଡିରେ ବ୍ୟାଙ୍କ ସୁଧ ଦରରେ 20-40 ବେସେସ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବ୍ୟାଙ୍କର ଏହି ନୂଆ ଦର 10 ମାର୍ଚ୍ଚରୁ ଲାଗୁ ହୋଇଛି । ଏସବିଆଇ ଅନୁସାରେ 211 ଦିନ ଠାରୁ ଆରମ୍ଭ କରି 1 ବର୍ଷରୁ କମ ଅବଧି ପାଇଁ ଏଫଡିର ସୁଧ ଦର 20 ବେସେସ ପଏଣ୍ଟ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ପରିବର୍ତ୍ତନ ପରେ ଏଭଳି ଏଫଡିରେ 10 ମାର୍ଚ୍ଚ 2022ରୁ 3.30 ପ୍ରତିଶତ ସୁଧ ମିଳିବ । ପୂର୍ବରୁ ଏହି ଦର 3.10 ପ୍ରତିଶତ ଥିଲା ହେଲେ ଏବେ ଏହା ବଢି ଯାଇଛି । ସେହିଭଳି ବରିଷ୍ଠ ନାଗରିକଙ୍କୁ 3.60 ପ୍ରତିଶତ ସୁଧ ମିଳୁ ଥିଲା ହେଲେ ଏବେ ଏହା ବଢି 3.80 ପ୍ରତିସାଧ ସୁଧ କରାଯାଇଛି । ବ୍ୟାଙ୍କ ଅନ୍ୟ କିଛି ଏଫଡି ଦର ମଧ୍ୟ ବଢାଇଛି ।

ବ୍ୟାଙ୍କ ୱେବସାଇଡ ଅନୁସାରେ 2-3 ବର୍ଷ କମ ଅବଧି ଏଫଡି ପାଇଁ ସୁଧ ଦର 10 ବେସେସ ପଏଣ୍ଟ ବଢାଇ 5.20 ପ୍ରତିଶତ କରିଛି । ସେହି ପରି 3 ରୁ 5 ବର୍ଷର କମ ଏଫଡି ପାଇଁ 15 ବେସେସ ପଏଣ୍ଟ ବଢାଇ 5.45 ପ୍ରତିଶତ କରିଦେଇଛି । ତେବେ ବନ୍ଧୁଗଣ ଏଭଳି ଭାବରେ ଏସବିଆଇ ନିଜ ଗ୍ରାହକ ମାନଙ୍କୁ ଖୁସି ଖବର ଦେଇଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

