ଦାସେ ହେଲେ ଟ୍ୟୁସନ…ଦେଖନ୍ତୁ କେମିତି ?

ନବୀନ ନିବାସରୁ ଆସିଲା ଡାକରା କିଏ ଯିବେ କିଏ ଖାଇବେ କାକରା ରହିବେ ତୁଷାର ଯିବେ ସମୀର । ନବ ଦାସଙ୍କ ବୁଡି ପାରେ ବେପାର । ପିପିଲିରେ ପାଳି ନାହିଁ କାହା ମୁଣ୍ଡରେ ସୁନା କଳସ ଢାଳିବେ ଗୋସାଇଁ । ରାଜ୍ୟର 2 ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଯାଇ ମଙ୍ଗଳବାର ଟ୍ୟୁସନ କରାଯାଇଥିବା ଆଲୋଚନା ହେଉଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବରିଷ୍ଠ ବିଜେଡି ନେତା ଏବଂ ଥାର୍ଡ ଫ୍ଲୋରର କିଛି ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ଖବର ଅନୁସାରେ ଆସନ୍ତା 25 ତାରିଖ ସୁଧା ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ହେବ । ଏହା ପୂର୍ବରୁ ଏହି ସାକ୍ଷାତ ଓ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତ ପୌର ନିର୍ବାଚନ ସମୟରେ ସମୀର ନିଜ ଅଞ୍ଚଳରେ ଭଲ ପଦର୍ଶନ କରି ନଥିବା ହେତୁ ବିଜେଡି ସୁପ୍ରିମ ନବିମ ପଟ୍ଟନାୟକ ପରେ ତାଙ୍କ ଉପରେ କ୍ଷପା  ହୋଇଛନ୍ତି ।

ସଂଖ୍ୟା ଗରିଷ୍ଠତା ସତ୍ବେ ଗୋପ ଅଞ୍ଚଳର ଉପଦକ୍ଷା ପଦବୀ କଂଗ୍ରେସ ବାଜି ମାରି ନେଇଛି । ସେହି ପରି ନିଜ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ମଧ୍ୟ ସମୀର ଆଉ ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକ୍ ରେ ନାହାନ୍ତି । ସେହି ପରି ନିଜ ସହଯୋଗୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏବେ ଅଡୁଆରେ ପଡି ଯାଇଛନ୍ତି ।

ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଥିବା ବେଳେ ନବ ଦାସଙ୍କ ସହଯୋଗୀଙ୍କ ଆତ୍ମହତ୍ୟା ଘଟଣା ପୁଣି ଥରେ ବିଜେଡି ସରକାରଙ୍କ ଭାବ ମୂର୍ତ୍ତିକୁ ମଳିନ କରିଦେଇ ଥିବା ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ଅନୁସାରେ ଏନେଇ ନବ ଦାସଙ୍କୁ ଗତ ମଙ୍ଗଳବାର ଦିନ ତାଗିତ କରା ଯାଇଛି ।

ସାମ୍ଭାବ୍ଯ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ବେଳେ ବହୁତ ପୁରୁଣା ଚେହେରା ବାଦ ପଡିବା ସହିତ ନୂଆ ଲୋକଙ୍କୁ ସାମିଲ କରାଯିବ ବୋଲି କୁହାଯାଉଛି । ସେହି ଅନୁସାରେ ପାଖାପାଖି 10 ରୁ 12 ଜଣ ମନ୍ତ୍ରୀ ବଦଳିବାର ସମ୍ଭାବନା ରହିଛି । ମନ୍ତ୍ରୀ ତୁଷାର କାନ୍ତ ବଦଳିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସାଙ୍ଗଠନିକ ବାଧ୍ୟ ବାଧକତା କାରଣରୁ ସେ ନିଜ ମନ୍ତ୍ରୀ ପଦ ବଜାଇ ରଖିବେ ବୋଲି ଆଲୋଚନା ହେଉଛି ।

ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରୁଦ୍ର ପ୍ରତାପ ମହାରଥୀଙ୍କୁ ମନ୍ତ୍ରୀ ପଦ ମିଳିବ ନାହିଁ । ସେହି ଦ୍ରୁଷ୍ଟିରୁ ଏଥର ପିପିଲିର ପାଳି ନାହିଁ ବୋଲି ଲୋକେ କୁହା କୁହି ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *