ନାଗକୁ ମାରି ଦେଲେ ବୋଲି ପ୍ରତିଶୋଧ ନେଉଛି ନାଗୁଣୀ ! ଏହି ଯୁବକଙ୍କ ସହ ନାଗୁଣୀ ଯାହା କରୁଛି ଶୁଣିଲେ ଆପଣ ବିଶ୍ଵାସ କରି ପାରିବେନି… 

ବନ୍ଧୁଗଣ ଜଣେ ବ୍ୟକ୍ତି ନାଗକୁ ମାରିଥିଲେ ଆଉ ତାଙ୍କୁ ୭ ଥର ନାଗୁଣୀ କାମୁଡିଲାଣି । ଫିଲ୍ମ ଷ୍ଟୋରି ଠାରୁ କମ ନୁହେଁ ଏହି ଘଟଣା । ଓଡିଆ ହେଉ କି ହିନ୍ଦୀ କୌଣସି ଚଳଚିତ୍ରରେ ନାଗ ନାଗୁଣୀ ପ୍ରତିଶୋଧ ନେଉଥିବା ଚିତ୍ର ଆପଣ ମାନେ ଦେଖୁଥିବେ । ଏମିତି ଅନେକ ଫିଲ୍ମ ଓଲିଉଡ ଓ ବଲିଉଡରେ ତିଆରି ହୋଇ ସାରିଛି । ଏହି ସବୁ ଫିଲ୍ମ ଗୁଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ତେବେ ଫିଲ୍ମ ଦୁନିଆରେ ଖୁବ ମନୋରଞ୍ଜନ ଜଗାଉ ଥିବା ନାଗ ନାଗୁଣୀ ପ୍ରତିଶୋଧର କାହାଣୀ ଅପେକ୍ଷା ବାସ୍ତବରେ ଏହା ଆହୁରି ଭୟଙ୍କର ।

ଉତ୍ତର ପ୍ରଦେଶର ରାମପୁରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଲାଗକୁ ହତ୍ୟା କରିବା ପରେ ନାଗୁଣୀ ହୋଇଯାଇଛି ପ୍ରତିଶୋଧ ପରାୟଣ । ନାଗ ସାପକୁ ହତ୍ୟା କରିଥିବା ବ୍ୟକ୍ତିକୁ ନାଗୁଣୀ ପ୍ରାୟ ୭ ଥର କାମୁଡି ସାରିଲାଣି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ରାମପୁରର ମିର୍ଜାପୁର ଗାଁର ବବ୍ଲୁ ଏକ ଫାର୍ମରେ କାମ କରନ୍ତି ଗତ ୭ମାସ ପୂର୍ବେ ସେ ନାଗ ନାଗୁଣୀଙ୍କୁ ସାମ୍ନା କରିଥିଲେ । ବବ୍ଲୁ ନିଜକୁ ବଞ୍ଚେଇବାକୁ ଯାଇ ଏକ ବାଡିରେ ନାଗକୁ ପିଟି ମାରିଦେଇଥିଲେ । ହେଲେ ନାଗୁଣୀ ବଞ୍ଚି ଯାଇଥିଲା ଓ ନିଜ ସାଥି ନାଗ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏବେ ଲାଗି ପଡିଛି ।

ଫିଲ୍ମ କାହାଣୀ ଭଳି ସୁଯୋଗ ମିଳିବା ମାତ୍ରେ ବବ୍ଲୁକୁ ନାଗୁଣୀ କାମୁଡି ଦେଇଥିଲା କିନ୍ତୁ ଠିକ ସମୟରେ ଚିକିତ୍ସା ଯୋଗୁଁ ବବ୍ଲୁ ବଞ୍ଚି ଯାଇଥିଲେ । ଏହା ପରେ ପୁଣି କିଛି ଦିନ ପେରେ ନାଗୁଣୀ ବବ୍ଲୁଙ୍କୁ କାମୁଡିଲା ଏଥର ବି ବବ୍ଲୁ ବଞ୍ଚି ଯାଇଥିଲେ । ଏଭଳି ବବ୍ଲୁଙ୍କୁ ନାଗୁଣୀ ୭ ଥର କାମୁଡି ଥିଲେ ମଧ୍ୟ ମୃତ୍ୟୁ ପୂର୍ବରୁ ବଞ୍ଚି ଯାଉଛନ୍ତି ବବ୍ଲୁ । ତେବେ ନାଗୁଣୀର ପ୍ରତିଶୋଧ କାହାଣୀ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାନ୍ତି ।

ଏବେ ବବ୍ଲୁ ଭୟବିତ ଅବସ୍ଥାରେ ବଞ୍ଚିବାକୁ ବାଧ୍ୟ ହେଉଛି । କିନ୍ତୁ ସବୁ ଥର କାମୁଡି ନାଗୁଣୀ ନିଜକୁ ବଞ୍ଚେଇବାରେ ସଫଳ ହୋଇଛି । ନାଗୁଣୀ ଓ ବବ୍ଲୁ ମଧ୍ୟରେ ଲଢେଇ କେବେ ହେବ କେହି ଜାଣନ୍ତି ନାହିଁ କିନ୍ତୁ ପୁରା ଅଞ୍ଚଳରେ ଏହା ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *