ଶ୍ରୀଲଙ୍କା PM Narendra Modi ଙ୍କୁ ହାତ ଯୋଡି କଲା, କହିଲା ଆମକୁ ବଞ୍ଚାଅ… କିନ୍ତୁ କେହଳ କରିଦେଲା ଭରତ…

ବନ୍ଧୁଗଣ ଏବେ ଶ୍ରୀଲଙ୍କାର ଅବସ୍ଥା ବହୁତ ଖରାପ ଅଛି । ଶ୍ରୀଲଙ୍କା ବାସୀଙ୍କୁ ଖାଦ୍ୟ, ତେଲ ଓ ବିଜୁଳି ତଥା କିଛି ବି ମିଳୁ ନାହିଁ । ରାସ୍ତା ଉପରେ ଲୋକ ମାନଙ୍କ ଆକ୍ରୋଶର ପଦର୍ଶନ ହେଉଛି । ସଂପୂର୍ଣ୍ଣ ଦେଶରେ ଆପତ୍ତି କାଳୀନ ସ୍ଥିତି ହୋଇସାରିଛି । ଏହି ଶୋଚନୀୟ ସମୟରେ ଶ୍ରୀଲଙ୍କା ସରକାର ଲଗାତାର ଭାରତ ସମ୍ପର୍କରେ ଅଛି । ଏବେ ଶ୍ରୀଲଙ୍କାର ବିପକ୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଗୁହାରି କରିଛନ୍ତି ।

ଏହାଦ୍ବାରା ଶ୍ରୀଲଙ୍କାର ଗମ୍ଭୀର ଅବସ୍ଥା ବିଷୟରେ ଜଣା ପଡୁଛି । ଶ୍ରୀଲଙ୍କାର ବିପକ୍ଷ ନେତା ସଚିତ ପ୍ରେମଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରି କହିଛନ୍ତି ଯେ, ଯେତେ ହୋଇପାରିବ ସେ ଶ୍ରୀଲଙ୍କାର ସହାୟତା କରନ୍ତୁ । ପ୍ରେମଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିନତି କରିଛନ୍ତି । ସେ କହିଛନ୍ତି-‘ଦୟାକରି ଆମ ମାତୃଭୂମିକୁ ସହାୟତା କରନ୍ତୁ’ ।

ଶ୍ରୀଲଙ୍କାରେ ବିଗିଡୁ ଥିବା ଅବସ୍ଥାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କ ମଧ୍ୟରେ ଏକ ବଡ ବୈଠକ ହୋଇଥିଲା । ଏହି ବୈଠକରେ ଶ୍ରୀଲଙ୍କା ସହିତ ଭାରତର କିଛି ପଡୋଶୀ ଦେଶ ମାନଙ୍କ ମଧ୍ୟରେ ହେଉଥିବା ବିବାଦକୁ ନେଇ ଚର୍ଚ୍ଚା ହୋଇଥିଲା । ଗତ କିଛି ଦିନ ତଳେ ଶ୍ରୀଲଙ୍କା ଯାତ୍ରାରୁ ଫେରିଥିବା ଭାରତର ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇଛନ୍ତି ।

ଭାରତ ଏବେ ଶ୍ରୀଲଙ୍କାକୁ ବଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛି । ଭାରତ କିଛି ଏପରି ପ୍ଳାନ କରିଛି ଯାହାଦ୍ୱାରା ଚୀନ କବଳରୁ ଶ୍ରୀଲଙ୍କା ବଞ୍ଚି ପାରିବ । ବନ୍ଧୁଗଣ ଶ୍ରୀଲଙ୍କାର ଏହି ଅବସ୍ଥା ପଛରେ ସବୁଠାରୁ ବଡ ହାତ ଚୀନର ରହିଛି । ଏବେ ଭାରତ ପାଇଁ ଦୁଇଟି ବଡ ଚ୍ୟାଲେଞ୍ଜ ଅଛି ପ୍ରଥମ ଚ୍ୟାଲେଞ୍ଜ ହେଉଛି ଶ୍ରୀଲଙ୍କାରେ ଚୀନର ବିସ୍ତାରକୁ ରୋକିବା ଓ ଦ୍ଵିତୀୟ ହେଉଛି ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥାକୁ ଯଥା ଶୀଘ୍ର ମଝବୁତ କରିବା ।

ଭାରତ ଏବେ ଏହି ଦୁଇଟି ଚ୍ୟାଲେଞ୍ଜକୁ ନେଇ କାମ ଆରମ୍ଭ କରି ସାରିଛି । ଭାରତ ସରକାର ଶ୍ରୀଲଙ୍କାର ରଣନୀତି ନିବେଶକୁ ବଢାଇ ଦେଇଛି । ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ଅନେକ ବଡ ପ୍ରୋଜେକ୍ଟ ନିଜ ନାମରେ କରିସାରିଛନ୍ତି । ଏହି ସବୁ ପ୍ରୋଜେକ୍ଟ ଆଗରୁ ଚୀନ ନେଇଥିଲା ହେଲେ ଏବେ ଭାରତ ପାଖରେ ଅଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *