ବନ୍ଧୁଗଣ ଏପ୍ରିଲରେ ଅଶାନ୍ତ, ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କି ବାତ୍ୟା ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ସୋର ଧରିଛି । ପାଣିପାଗ ବିଜ୍ଞାନୀ ଜେସନ ନିକୋଲ୍ସ ଯେଉଁ ସୂଚନା ଦେଇଛନ୍ତି ତାହା ନେଇ ଏବେ ସମସ୍ତଙ୍କ ମନରେ ବାତ୍ୟାକୁ ନେଇ ପ୍ରଶ୍ନ ଉଠିଛି । ପାଣିପାଗ ବିଜ୍ଞାନୀ ଜେସନ ନିକୋଲ୍ସଙ୍କ ସୂଚନା ମୁତାବକ, ଆସନ୍ତା ସପ୍ତାହରେ ଆଣ୍ଡାମାନ ଓ ନିକୋବର ଦ୍ଵିପ ନିକଟରେ ଏକ ବାତ୍ୟା ସୃଷ୍ଟି ନେଇ ପାଗ ଅନୁକୂଳ ରହିଛି ।
ସେପଟେ ଜିଏଫଏସ ମଡେଲ ମୁତାବକ ଏପ୍ରିଲ 6 କିମ୍ବା 7 ତାରିଖରେ ଏହି ପ୍ରକାରରା ଏକ ଘୂର୍ଣ୍ଣୀ ବଳୟ ଓ ପରବର୍ତ୍ତୀ ସମୟରେ ଏହା ଅଧିକ ଘର୍ଣ୍ଣୀଭୂତ ହୋଇପାରେ ବୋଲି କୁହାଯାଇଛି । ଅନ୍ୟ ପଟରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଣ୍ଡାମନ ନିକଟରେ କୌଣସି ପରିବର୍ତ୍ତନ ନେଇ କୌଣସି ସୂଚନା ଆସି ନାହିଁ ।
ତେବେ ଏଭଳି ସମୟରେ ଭାରତର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ବନ୍ଧୁଗଣ ଏହି ସମୟରେ ବଙ୍ଗୋପ ସାଗର ବା ଆଣ୍ଡାମାନ ନିକୋବର ଦ୍ଵିପ ପୁଞ୍ଜରେ ଏକ ଲଘୁଚାପ ସୃଷ୍ଟି ହେବା କଥା ଆଲୋଚନା ହେଉଛି ଓ ଏହା ଏପ୍ରିଲ ମାସରେ ଆସୁଛି । ତେବେ କିଭଳି ଏହା ସଂଗଠିତ ହୋଇପାରେ ତାକୁ ନେଇ ଚର୍ଚା ଜୋର ଧରିଛି ।
ଏହାକୁ ନେଇ ପ୍ରଫେସର ସନ୍ଦିପ ପଟ୍ଟନାୟକ ନିଜତ ମତାମତ ରଖିଛନ୍ତି । ପ୍ରଫେସର ପଟ୍ଟନାୟକଙ୍କ ମତରେ, ଆଣ୍ଡାମାନ ଓ ନିକୋବର ଦ୍ଵିପରେ ଏକ ଲୋ ପ୍ରେସର ସିଷ୍ଟମ ଫର୍ମେସନ ହେବାର ସମ୍ଭାବନା ରହୁଛି । ଏହା ୪ ଆଉ ୫ ଏପ୍ରିଲରେ ହେବାର ସମ୍ଭାବନା ରହୁଛି । ସେ ଆଜି ଠାରୁ ଲୋ ପ୍ରେସର ସିଷ୍ଟମରେ ପରିଣତ ହୋଇସାରିଛି ଦକ୍ଷିଣ ଚୀନ ସାଗରରେ ।
ସେହି ସ୍ଥାନରେ ଏହା ଡେଭଲୋପ ହେବ ଓ ଏହା ଡିପ୍ରେସନରେ ପରିଣତ ହେବ । ଡିପ୍ରେସନ ହେବା ପରେ ସେ ୩ ଏପ୍ରିଲରେ ଭିଏତନାମରେ ଲ୍ୟାଣ୍ଡଫଲ କରିଯିବ । ତେବେ ୩ ତାରିଖ ପରେ ସେହି ସାଇକ୍ଳୋନ ଆଣ୍ଡାମାନ ଦ୍ଵିପ, ଥାଇଲାଣ୍ଡ ଓ କମ୍ଦୋଡିଆ ଦେଇ ସାଉଥ ଆଣ୍ଡାମାନ ସାଗରରେ ପହଞ୍ଚିବ ।
ଯାହା ଆକଳନ କରାଯାଉଛି ୩ ଆଉ ୪ ମଧ୍ୟରେ ଏହା ସାଉଥ ଆଣ୍ଡାମାନ ସାଗରରେ ପହଞ୍ଚି ପାରେ । ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ସାରା ଓଡିଶାରେ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।