ଭୁବନେଶ୍ୱର ରେ ବାଇକ ଧରି food delivery କରୁଛନ୍ତି କମେଡି କିଙ୍ଗ Kapil Sharma, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଦେଶର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଙ୍କୁ ଜାଣିଥିବେ ତେବେ ସେ ହେଉଛନ୍ତି ଦେଶର ସବୁଠାରୁ ପ୍ରିୟ ସେଲିବ୍ରିଟି । ତାଙ୍କର ଖୁବ୍‌ ପ୍ରଶଂସକ ଅଛନ୍ତି । ତାଙ୍କ କମେଡି ଶୋ – ‘ଦି କପିଲ ଶର୍ମା ଶୋ’ ଟେଲିଭିଜନରେ ସବୁଠାରୁ ଅଧିକ ଦେଖାଯାଉଥିବା ଶୋ ମଧ୍ୟରୁ ଅନ୍ୟତମ । କମେଡି କିଙ୍ଗ୍‌ କପିଲ ଶର୍ମା ନିଜର କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ଏହି ସଫଳତା ହାସଲ କରିଛନ୍ତି ।

କପିଲ ଶର୍ମା ଏବେ ଟିଭି ଦୁନିଆର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଜଣେ ଷ୍ଟାର । ତେବେ ୨୦୧୯ରେ ସର୍ବାଧିକ ପାରିଶ୍ରମିକ ପାଉଥିବା ଫୋବର୍ସ ସେଲିବ୍ରିଟିଙ୍କ ତାଲିକାରେ କମେଡିଆନ୍‌ କପିଲ ଶର୍ମା ମଧ୍ୟ ସ୍ଥାନ ପାଇଥିଲେ । ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଡଲାଇନ୍ ପ୍ରସ୍ତୁତ କରିଥିଲେ | ଦ୍ୱିତୀୟ ଥର ପାଇଁ ଫୋର୍ବସ୍ ତାଲିକାରେ ସ୍ଥାନ ପାଇଥିବା ଏହି କମେଡିଆନ୍‌ ୨୦୧୯ରେ ୩୪.୯୮ କୋଟି ଟଙ୍କା ରୋଜଗାର କରିଥିଲେ ।

ତାଙ୍କର ବାର୍ଷିକ ଆୟ ୩୦କୋଟିରୁ ଅଧିକ ଥିଲା । ରିପୋର୍ଟ ଅନୁଯାୟୀ, କପିଲଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧୭୦ କୋଟି । ତେବେ ବର୍ତ୍ତମାନ ଓଡ଼ିଶାର ଗୌରବ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା ନନ୍ଦିତା ଦାସ ବଲିଉଡ ଷ୍ଟାର୍‌ ହାସ୍ୟାଭିନେତା କପିଲ ଶର୍ମାଙ୍କୁ ନେଇ ନିର୍ମାଣ କରୁଛନ୍ତି ସିନେମା । ଯାହାର ସୁଟିଂ ଏବେ ଭୁବନେଶ୍ୱରରେ ଚାଲିଛି । ଶନିବାର ସିନେମାର ସୁଟିଂ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିଲା ।

ଯାହାକୁ ଦେଖିବା ଲାଗି ସକାଳୁ ସଞ୍ଜ ପର୍ଯ୍ୟନ୍ତ ଭିଡ଼ ଜମିଥିଲା । କପିଲ ଆସୁଥିବା ଶୁଣି ଦର୍ଶକ ରାସ୍ତାରେ ଏବଂ ସୁଟିଂ ସ୍ପଟ୍‌ରେ ଭିଡ଼ ଜମାଇଥିଲେ । ପୂର୍ବାହ୍ନ ସମୟରେ ଖଣ୍ଡଗିରି ପାହାଡ଼ ତଳ ନାକାଗେଟ୍‌ ଛକ ନିକଟ ଏକ ମଲ୍‌ ନିକଟରେ ସୁଟିଂ ହେଉଥିଲା ବେଳେ ସନ୍ଧ୍ୟାରେ ଖଣ୍ଡଗିରି ଥାନା ନିକଟ ଖାରବେଳ ହୋଟେଲ ପାଖ ଜେଡିସିଏ ଆର୍ଟ ସେଣ୍ଟର ପରିସରରେ ସୁଟିଂ ହୋଇଥିଲା ।

ତେବେ ସେଥିପାଇଁ ରାସ୍ତାରେ କିଛି କ୍ଷଣ ପାଇଁ ପ୍ରବଳ ଭିଡ଼ ଜମିଥିଲା । ଦର୍ଶକ ବହୁତ ଦୂରର ଛିଡ଼ା ହୋଇ ସୁଟିଂ ଦେଖୁଥିଲା ବେଳେ ଫଟୋ ଏବଂ ଭିଡିଓ ସୁଟିଂ ଲାଗି ବାରଣ କରାଯାଇଥିଲା । ଏହି ସିନେମାର ଶୀର୍ଷକ ଘୋଷଣା ହୋଇନଥିଲା ବେଳେ ଫଟୋ ଏବଂ ଭିଡିଓ ବି ସୋସିଆଲ୍‌ ମିଡିଆରେ ଅପଡେଟ୍‌ କରାଯାଉନି । ସିନେମାର ପ୍ରତିଟି ଘଟଣାକୁ ସସ୍‌ପେନ୍ସ ରଖା ଯାଉଥିବା ସୂଚନା ଦିଆଯାଇଛି ।

କାହାଣୀ ଅନୁସାରେ ଏହି ସିନେମାରେ କପିଲ ଜଣେ ଫୁଡ୍‌ ଡେଲିଭରୀ ବୟର ଭୂମିକା ତୁଲାଇବେ ଏବଂ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରୁଛନ୍ତି । ଆପ୍‌ଲାଉଜ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭ୍‌ସ ଦ୍ୱାରା ଏହି ସିନେମାଟି ପ୍ରସ୍ତୁତ ହେଉଛି । ସିନେମାରେ ବଲିଉଡ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ମଧ୍ୟ ସାମିଲ ଅଛନ୍ତି । ବର୍ତ୍ତମାନ ଅଧିକାଂଶ କଳାକାର ଭୁବନେଶ୍ୱରରେ ରହିଛନ୍ତି । ବର୍ତ୍ତମାନ ଏହାର ସୁଟିଂ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରାଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *