ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି ଭାବୁକ ହୋଇ ଭିଡିଓ କଲ ରେ କଲେ ଅପିଲ, କହିଲେ ‘ଶେଷ ଥର ପାଇଁ ମତେ ଜୀବିତ ଦେଖୁଛ, କାରଣ…

ନମସ୍କାର ବନ୍ଧୁଗଣ ତେବେ ୧୧ଦିନରେ ଋଷ-ୟୁକ୍ରେନ ଯୁଦ୍ଧ ଚରମ ସୀମାରେ ପହଁଚିଛି । ଋଷ ବିରୋଧରେ ଲଢ଼େଇ ଜାରି ରଖିଛି ୟୁକ୍ରେନ୍। ତେବେ ଯୁଦ୍ଧରୁ ୟୁକ୍ରେନକୁ ନିସ୍ତାର ନାହିଁ । ପ୍ରତି ମିନିଟରେ ହେଉଛି ଗୁଳି ବର୍ଷା , ରକେଟ ମାଡ, ବିସ୍ପୋରଣ । ଏହାର ସୁନ୍ଦର ସହର ଗୁଡିକ ଏବେ ଧ୍ୱଂସ ସ୍ତୁପରେ ପରିଣତ ହୋଇ ଗଲାଣି । ଲୋକେ ପ୍ରାଣ ବଞ୍ଚାଇବାକୁ ପଡୋଶୀ ରାଷ୍ଟରେ ଶରଣ ନେଉଥିବାବେଳେ ଆଉ କିଛି ଯେପରି ମୃତ୍ୟୁକୁ ଅପେକ୍ଷା କରି ଅସହାୟ ହୋଇ ପଡି ରହିଛନ୍ତି ।

ଏପରି ସ୍ଥଳେ ୟୁକ୍ରେନକୁ ସାହାଯ୍ୟ କରିବାକୁ କେହି ବି ଆଗେଇ ଆସୁ ନାହାଁନ୍ତି । ବରଂ ନିଜ ଦେଶର ଆକାଶ ମାର୍ଗକୁ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା କରିବା ନେଇ ଜେଲେନସ୍କି ନାଟୋକୁ ଅପିଲ କରିବା ପରେ ଆହୁରି ଭୟଙ୍କର ହୋଇଉଠିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତେବେ ଏଭଳି ସ୍ଥଳେ ଆଜି ପୁଣିଥରେ ଆମେରିକା ସହ ଆଲୋଚନା କରିଛନ୍ତି ଜେଲେନସ୍କି । ଆମେରିକାର ୩ଶହ ସାଂସଦଙ୍କ ସହ ଆଲୋଚନା କରିବା ସମୟରେ ଜେଲେନ୍ସି ଏପରି କଥା କହିଛନ୍ତି ଯାହା କାହାରି ବି ହୃଦୟ ତରଳାଇ ଦେବାକୁ ଯଥେଷ୍ଟ ।

‘ଯୁଦ୍ଧ ଭିତରେ ତାଙ୍କୁ କାହାରି ସାହାଯ୍ୟ ମିଳୁନାହିଁ । ଋଷର ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ମାଟିରେ ମିଶି ଯାଉଛି । ଆଗକୁ ପରିସ୍ଥିତି କ’ଣ ହେବ କିଛି କହି ହେଉନି । ବୋଧହୁଏ ଆପଣ ମୋତେ ଭବିଷ୍ୟତରେ ଜୀବିତ ଦେଖି ପାରିବେ କି ନା କହି ପାରୁନି’ ବୋଲି କହିଛନ୍ତି ଜେଲେନସ୍କି। ତେବେ ସୂଚନା ମୁତାବକ, ଋଷ ସେନାର ଆକ୍ରମଣରେ ୟୁକ୍ରେନର ମୁଖ୍ୟ ସହର ଖାରକିବ୍ ଓ କିବ ସହର ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇଯିବା ପରେ ଏବେ ଆଉ କିଛି ସହର ଉପରରେ କବଜା କରିବାକୁ ବସିଲାଣି ଋଷ ।

ଏଭଳି ପରିସ୍ଥିତିରେ ନାଟୋ ଠାରୁ କୌଣସି ସହଯୋଗର ଆଶା ନ ଦେଖାଯିବା ପରେ ଆମେରିକା ସାଂସଦଙ୍କ ସହ କଥା ହୋଇ ନିଜର ଯନ୍ତ୍ରଣା ବଖାଣିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।ୟୁକ୍ରେନକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଆବେଦନକୁ ନାଟୋ ପ୍ରତ୍ୟାଖ୍ୟାନ କରିଛି । ଶନିବାର ଦିନ ରାଷ୍ଟ୍ରପତି ଜେଲେନସ୍କି ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ନାଟୋ ଉପରେ ଖୁବ୍ ବର୍ଷିଛନ୍ତି ।

ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନରେ ବିନାଶ ପାଇଁ ପାଶ୍ଚାତ୍ୟର ସାମରିକ ସହଯୋଗୀ ଦଳ ଦାୟୀ ରହିବ । ସେ ଏହା ମଧ୍ୟ କହିଛନ୍ତି ଯେ ନାଟୋର ଦୁର୍ବଳତା ଏବଂ ଏକତାର ଅଭାବ ମସ୍କୋର ହାତକୁ ସମ୍ପୂର୍ଣ୍ଣ ଭାବେ ଖୋଲିଦେଲା । ଏବେ ଋଷ ଏୟାର ଷ୍ଟ୍ରାଇକକୁ ତୀବ୍ର କରିବ। ସୂଚନା ଥାଉକି, ଶୁକ୍ରବାର ଦିନ ନାଟୋ ୟୁକ୍ରେନକୁ ଋଷର କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ବିମାନରୁ ରକ୍ଷା କରିବାରେ ୟୁକ୍ରେନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *