ସଜବାଜ ହେଉଛି ଚାଇନା ! ଭାରତ ଉପରେ କରିବ ଆକ୍ରମଣ ? ଦେଖନ୍ତୁ ଏହି Special Report

ବନ୍ଧୁଗଣ ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ସଜବାଜ ହେଉଛି ଚାଇନା ।

ଭାରତକୁ ଏନେଇ ସାବଧାନ କରେଇଛି ଆମେରିକା । ୱ୍ହାଇଟ ହାଉସ ପକ୍ଷରୁ ଏନେଇ ଭାରତ ସରକାରଙ୍କୁ ସୂଚନା ଦିଆଯାଇଛି । କେବଳ ସୂଚନା ଦିଆଯାଇଛି ତାହା ନୁହେଁ ଶତ୍ରୁଙ୍କ ଆକ୍ରମଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଚେତାଇ ଦିଆଯାଇଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ନିଜ ଯବାନ ମାନଙ୍କୁ ନେଇ ଏକାଠି କରୁଛି ବୋଲି ଖବର ମିଳିଛି ।

ଏହା ସହ କେତେବେଳେ ବି ଭାରତ ସୀମା ମଧ୍ୟରେ ଚୀନ ପ୍ରବେଶ କରିପାରେ ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି । ସୀମାରେ ହଲଚଲ ପରେ ଭାରତ ଚୀନ ସୀମା ଉପରେ ଏବେ ସମସ୍ତଙ୍କ ନଜର । ଏପରି କି ନିୟନ୍ତ୍ରଣ ରେଖାରେ ଚାଇନା ଯବାନ ଏକତ୍ରିତ ହେବାର ଖବର ମିଳିବା ପରେ ଚିନ୍ତା ବଢିଛି । ଏମିତି କି ଭାରତ ପ୍ରଶାନ୍ତ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ହେଲେ ଉଭୟ ଦେଶ ମଧ୍ୟରେ ସ୍ଥିରତା ବଜାଇ ରହୁ ବୋଲି ଆମେରିକା କହିଛି । ଗୋଟେ ପରେ କ୍ଵାକ ସମ୍ମିଳନୀ ଚାଲିଥିବା ବେଳେ ଚୀନର ଏମିତି ଷଡଯନ୍ତ୍ର ସାମ୍ନାକୁ ଆସିଛି । ଏହା ସହିତ କୁଟନୈତିକ କ୍ଷେତ୍ରରେ ମଧ୍ୟ ବିଶ୍ଵରେ ଭାରତକୁ ଘେରିବା ପାଇଁ ଚୀନ ଯୋଜନା କରୁଥିବା ଆମେରିକା କ୍ଵାକ ସମ୍ମିଳନୀରେ କହିଛି । ୱ୍ହାଇଟ ହାଉସର ଏପରି ସୂଚନା ପାଇବା ପରେ ଭାରତ ସରକାର ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିବେ ।

ଯେଉଁଥିରେ ସୁରକ୍ଷା ସମ୍ପର୍କରେ ଆଲୋଚନା ହେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେବେ ଭାରତ ଚୀନ ବିବାଦ କିଛି ନୂଆ ନୁହେଁ । ଭାରତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ଯବାନ ମାନେ ସୀମାକୁ ଅନୁପ୍ରବେଶ କରୁଥିବା ନଜର ରହିଛି । ଏମିତି କି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ହାତାହାତି ହେବାର ମଧ୍ୟ ଦେଖା ଯାଇଛି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା ଗତ ୨୮ ତାରିଖରେ ଚାଇନା ସ୍ପର୍ଷ୍ଟ ଭାବରେ କହିଥିଲା ଯେ, ସୀମାରେ ଯେଉଁ ବିବାଦ ଦେଖା ଦେଇଛି  ତାହା ଦୁଇ ଦେଶ ମଧ୍ୟରେ ରହିଛି । ହେଲେ ଏହି କ୍ଷେତ୍ରରେ ଆମେରିକା ହସ୍ତକ୍ଷେପ କରିବା ଉଚିତ ନୁହେଁ । ଏହି ପ୍ରସଙ୍ଗରେ ଉଭୟ ଦେଶ ଆଲୋଚନା କରି ସମାଧାନ କରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *