ନମସ୍କାର ବନ୍ଧୁଗଣ ତେବେ ପ୍ରେମ ରେ ଧୋକା ଖାଇ ରାଜଧାନୀ ଭୁବନେଶ୍ୱରର ଯୁବ ମଡେଲର୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ତାଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସୌମ୍ୟ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ ପ୍ରେମିକା ସୋନାଲିଙ୍କୁ ଦାୟୀ କରିଛନ୍ତି ।

ତେବେ ସୌମ୍ୟଙ୍କ ପରିବାର ଲୋକ ମଧ୍ୟ ପୁଅର ଆତ୍ମହତ୍ୟା ପଛରେ ସୋନାଲିଙ୍କ ହାତ ଥିବା ଅଭିଯୋଗ କରିଛନ୍ତି । ହେଲେ ପୋଲିସ୍ ସୋନାଲିଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ପୋଲିସ୍ ତଦନ୍ତ ପ୍ରକ୍ରିୟାରେ ପ୍ରଶ୍ନ ଉଠାଇବା ସହ ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସୌମ୍ୟ ଙ୍କ ଭାଇ ମଧ୍ୟ କହିଛନ୍ତି କି ଭାଇ ଆଉ ସୋନାଲି ର ସବୁ କଲ ରେକର୍ଡ ସମସ୍ତେ ଶୁଣିଛନ୍ତି ।
ତେବେ ସେ କେଉଁଭଳି ଝିଅ ଆପଣ ମାନେ ଭଲ ଭାବରେ ଜାଣି ପାରୁଥିବେ । ତେବେ କାଳେ ସେହି ଝିଅ କୁ ତା ମାଆ ବୁଝେଇ ପାରିବେ ସେ କଥା ଭାବି ମୋ ଭାଇ ତାଙ୍କ ସହ ୨୫ ମିନିଟ କଥା ହୋଇଛନ୍ତି କିନ୍ତୁ ତାଙ୍କ ମାଆ ନିଜ ଝିଅ କୁ ନ ବୁଝାଇ ଓଲଟା ତାକୁ ଛାଡି ଦିଅ ବୋଲି କହୁଛନ୍ତି ଏବଂ ଏହା ମଧ୍ୟ କହୁଛନ୍ତି କି ଯଦି ତୁମେ ଆତ୍ମହତ୍ୟା କରିବ ତେବେ ତାକୁ କିଛି ଫରକ ପଡିବ ନାହିଁ ବୋଲି ମଧ୍ୟ କହିଛନ୍ତି । ତେବେ ଏହି ଥିରୁ ମଧ୍ୟ ଜଣା ପଡୁଛି କି ସେ କେଉଁ ପ୍ରକାରର ପରିବାର ।
ତେବେ ଯେଉଁଠି ଆମେ ତାର ବାହାଘର ର ପ୍ଲାନ କରିଥାନ୍ତୁ ସେଠାରେ ଆମେ ତାର ଏଗାର କାମ କରୁଛୁ । ସୋନାଲି କୁ ନିଶ୍ଚିତ ଦଣ୍ଡ ମିଳିବ ଯଦି ବାହା ହେବାର ନଥିଲା ତେବେ ଆମ ସହିତ ଏତେ କ୍ଲୋଜ ହେବା କଣ ଦରକାର ଥିଲା । ତେବେ ସେ ଏହା ମଧ୍ୟ କହିଛନ୍ତି କି ଭାଇନା, ସୁଇସାଇଡ୍ କରିବା ପୂର୍ବରୁ ସୁଇସାଇଡ୍ ନୋଟ୍ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି, ତାଙ୍କ ମୃତ୍ୟୁ ପାଇଁ ସୋନାଲି ହିଁ ଦାୟୀ ।

ଘଟଣାର ସଠିକ୍ ତଦନ୍ତ ପାଇଁ ମଧ୍ୟ ପୋଲିସ୍କୁ ଅନୁରୋଧ କରାଯାଇଛି । ଯାହା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ରହିଛି । ଏସବୁ ପରେ ପୋଲିସ୍କୁ ଆଉ କ’ଣ ପ୍ରମାଣ ଦରକାର ? ପୋଲିସ୍କୁ ଆଉ କେତେ ପ୍ରମାଣ ମିଳିଲେ ସୋନାଲିକୁ ଗିରଫ କରାଯିବ । ଆଜିକୁ ୧୧ ଦିନ ହେଲାଣି ମୋ ଭାଇନାଙ୍କୁ କାହିଁକି ନ୍ୟାୟ ମିଳିପାରି ନାହିଁ ? ସୋନାଲିଙ୍କୁ ଗିରଫ କରିବା ପାଇଁ ପୋଲିସ୍ ଉପରେ ଚାପ ପଡ଼ୁଛି କି ନାହିଁ, କିଛି ବୁଝା ପଡ଼ୁ ନାହିଁ । ’ ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

