ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସ୍କର ଆଜି ଆମ ମାନଙ୍କ ଗହଳରେ ନାହାନ୍ତି । ଗତ କାଲି ତାଙ୍କର ପରଲୋକ ଘଟିଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ ସେ ଗତ ଜାନୁୟାରୀ ମାସ ୮ ତାରିଖରେ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ ।
କରୋନାରେ ଚିହ୍ନଟ ହେବା ପରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ବନ୍ଧୁଗଣ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ଗତ କାଲି ସେ ଆମ ମାନଙ୍କୁ ଛାଡି ଚାଲି ଯାଇଥିଲେ । ବନ୍ଧୁଗଣ ଲତା ଯିବା ପରେ ଦେଶର ପ୍ରଧାନ ମନ୍ତ୍ରୀ, ନେତା ମାନେ, ରାଷ୍ଟ୍ରପତି ଓ ବଲିଉଡ କଳାକାର ମାନେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ବନ୍ଧୁଗଣ ଲତା ଯିବା ପରେ ତାଙ୍କ ସହ ଜଡିତ ଅନେକ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଖବର ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଲତା ଗୋଟେ ସମୟରେ ନିଜର ଡ୍ରେସିଙ୍ଗ ପାଇଁ ବହୁତ ଚର୍ଚ୍ଚାରେ ରହୁଥିଲେ । ଲତା ମଙ୍ଗେସ୍କର ନିଜ କାରିୟର ଆରମ୍ଭରେ ବହୁତ କଷ୍ଟ ଓ ସଂଘର୍ଷ କରିଥିଲେ ।
ବନ୍ଧୁଗଣ ସେହି ସମୟରେ ଲତା ଧଳା ଶାଢୀ ପିନ୍ଧୁ ଥିଲେ ଓ ଧଳା ଶାଢୀ ପିନ୍ଧିବାକୁ ନେଇ ମଧ୍ୟ ଅନେକ ଲୋକ ତାଙ୍କୁ କମେଣ୍ଟ ମାରିଛନ୍ତି । ୧୯୪୦ ମସିହାରେ ଲତା, ନୁସରତ ସାହା ଓ ଦୁରାନୀ ଏକ ଗୀତର ରେକର୍ଡିଙ୍ଗ କରୁଥିଲେ । ସେହି ସମୟରେ ଦୁରାନୀଙ୍କ ବ୍ୟବହାର ଲତାଙ୍କ ପ୍ରତି ଠିକ ନଥିଲା । ଦୁରାନ ସଫଳତା ପାଇବା ପରେ ବହୁତ ଗର୍ବ ଓ ଅହଂକାର କରୁଥିଲେ ।
ନୁସରତ ସେହି ସମୟର ଘଟଣା ବିଷୟରେ କହିଥିଲେ । ନୁସରତଙ୍କ ମତରେ ସେହି ସମୟରେ କେବଳ ଦୁଇଟି ମାଇକ ଥିଲା ଗୋଟେ ସଂଗୀତକାରଙ୍କ ପାଇଁ ଓ ଆଉ ଗୋଟେ ଗାୟକଙ୍କ ପାଇଁ । ଏମିତିରେ ଲତା ଓ ଦୁରାନୀ ସାମ୍ନା ସାମ୍ନି ହୋଇ ଛିଡା ହୋଇଥିଲେ ଯେତେବେଳେ ଦୁରାନୀଙ୍କ ଲାଇନ ଶେଷ ହେଉଥିଲା ସେତେବେଳେ ସେ ଲତାଙ୍କ ସହ ଖରାପ ବ୍ୟବହାର କରୁଥିଲେ ।
ଲତାଙ୍କ ସହ ରେକର୍ଡିଙ୍ଗ କରିବା ବେଳେ ଦୁରାନୀ ତାଙ୍କୁ କହିଲା ‘ତମେ ରଙ୍ଗୀନ ଡ୍ରେସ କାହିଁକି ପିନ୍ଧୁନ ତମେ କେମିତି ଏଭଳି ଧଳା ଚାଦର ଘୋଡାଇ ହୋଇ ଚାଲି ଆସୁଛ ?’ ଏହାର ଉତ୍ତର ଦେଇ ଲତା କହିଥିଲେ ‘ମୁ ଭାବେ ଲୋକମାନେ ମୋର ପିନ୍ଧିବାକୁ ନଦେଖି ମୋର ସଫଳତାକୁ ଅଧିକ ଦେଖିବେ’ । ବନ୍ଧୁଗଣ ସେ ଦିନ ଠାରୁ ଲତା କେବେବି ଦୁରାନୀଙ୍କ ସହ କାମ କରି ନଥିଲେ ।