Exclusive: ‘Sonali ଓ ତା ମା’ ମିଶି ପ୍ଲାନ କରି ମୋ ପୁଅ Soumya କୁ ମାରିଛନ୍ତି…’ ପ୍ରଥମ ଥର ପାଇଁ ମୁହଁ ଖିଲିଲେ ସୌମ୍ଯଙ୍କ ମା’ ଆଉ ଯାହା କହିଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଓଡିଶାର ବହୁ ଚର୍ଚ୍ଚିତ ମାମଲା ସୋମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସୋମ୍ୟ ନିଜ ପ୍ରେମିକା ସୋନାଲି ନନ୍ଦଙ୍କ ପାଇଁ ପ୍ରାଣ ହରାଇଛନ୍ତି ବୋଲି ସେ ନିଜ ସୁସାଇଡ ନୋଟରେ ଲେଖି ଥିଲେ । ତେବେ ସୋମ୍ୟ ଯିବା ପରେ ଅନେକ ବିବାଦ ସୃଷ୍ଟି ହୋଇଛି । ଆଜି ସୋମ୍ୟ ନାହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡୀ ଭାଙ୍ଗି ପଡିଛି ।

ତେବେ ଏହି ମାମଲାକୁ ନେଇ ସୋନାଲି ନନ୍ଦ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ତାଙ୍କ ବାପା ମା ଗଣମଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ । ଏବେ ସୋମ୍ୟଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋମ୍ୟଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଆଜିକୁ ୮ ଦିନ ହେଲା ମୋ ପୁଅ ମରିବାର ଆଜି ପର୍ଯ୍ୟନ୍ତ ପୋଲିସର ତଦନ୍ତରେ ଆମେ ସନ୍ତୁଷ୍ଟ ହୋଇପାରିନୁ । ଆମେ ସେଥିପାଇଁ ଦୁଃଖିତ କେମିତି ଆମକୁ ଶୀଘ୍ର ନ୍ୟାୟ ମିଳୁ । ନ୍ୟାୟ ଦେବା ପାଇଁ ମୁ ପୋଲିସକୁ ଅନୁରୋଧ କରୁଛି ଓଡିଶା ବାସୀଙ୍କୁ ଅନୁରୋଧ କରୁଛି । ଆପଣ ଚେଷ୍ଟା କରି କେମିତି ଗୋଟେ ମାକୁ ନ୍ୟାୟ ଦିଅନ୍ତୁ । ଗୋଟେ ମା କେତେ ଦୁଃଖୀ ଯେଉଁ ମାର କୋଳ ଶୂନ୍ୟ ହୋଇଯାଇଛି ସେ କେତେ ବିକଳର ସହ ଚାହିଁଛି ତା ପୁଅକୁ କେମିତି ନ୍ୟାୟ ମିଳିବ’ ।

ଆଗକୁ ସେ କହିଛନ୍ତି-‘ସେଥିପାଇଁ ଗୋଟେ ଗୋଟେ ମୂହୁର୍ତ୍ତ ବି ମୋତେ ଗୋଟେ ଗୋଟେ ଦିନ ଭଳି ଲାଗୁଛି । ମୋ ପୁଅ ତ ଫେରି ଆସିବ ନାହିଁ । କିନ୍ତୁ ମୋ ପୁଅର ଶେଷ ଇଛା ଥିଲା ଯେ ସେ ମାରିବାର ଦାୟୀ ହେଉଛି କେବଳ ସୋନାଲି । ମୋ ପୁଅ ତାକୁ ମନ ଦେଇ ଭଲ ପାଇଥିଲା ହେଲେ ସୋନାଲି ମୋ ପୁଅର ଭଲ ପାଇବାକୁ ବୁଝି ପାରିଲା ନାହିଁ । ସୋନାଲି ପାଇଁ ମୋ ପୁଅ ମରିଯାଇଛି ଓ ତାକୁ ନ୍ୟାୟ ମିଳୁ ସେ ଶେଷ ଥର ପାଇଁ ତାର ସୁସାଇଡ ନୋଟରେ ଲେଖି ଯାଇଛି’ ।

ଆଗକୁ ସେ କହିଛନ୍ତି-‘ଆଉ ଗୋଟେ କଥା ମରିବା ସମୟରେ କେହି ମିଛ କହିବେ ନାହିଁ ତାର ସୁସାଇଡ ନୋଟ ପ୍ରମାଣ ହିସାବରେ ବହୁତ ଅଧିକ । ସେଥିପାଇଁ ପୋଲିସକୁ ମୋର ଅନୁରୋଧ ମୋ ପୁଅର ସମସ୍ତ ପ୍ରମାଣକୁ ଚେକ୍ କରାଯାଉ ଓ ତାକୁ ନ୍ୟାୟ ମିଳୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୋମ୍ୟଙ୍କ ମା ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *